- ବେତାର ବ୍ୟୁରୋ
ହାଇଟ୍ କମ ଥିଲେ ବି ଦିଶିବେ ଷ୍ଟାଇଲିଶ ଏହି ଫାଶନ ଟିପ୍ସ ମାନିଲେ

କୌଣସି ପାର୍ଟି ହେଉ କିମ୍ବା ଫଙ୍କଶନ୍ ଆକର୍ଷକ ଦେଖିବାକୁ ସମସ୍ତେ ଚାହାନ୍ତି, କିନ୍ତୁ ଝିଅମାନେ ଅଧିକ ମିକ୍ସ ଡ୍ରେସ ଚୟନ କରୁଛନ୍ତି କିନ୍ତୁ ଯେଉଁମାନଙ୍କର ହାଇଟ୍ କମ୍ ସେମାନଙ୍କୁ ସାଧାରଣଃ ମିକ୍ସ ଡ୍ରେସ ଏତେଟା ମାନି ନ ଥାଏ। କାହିଁକି ନା ଏହି କାରଣରୁ ତାଙ୍କ ହାଇଟ୍ କମ୍ ଲାଗିଥାଏ । କେତୋଟି ଫ୍ୟାଶନ୍ ଟିପ୍ସ ଆପଣେଇ ପାରିଲେ ଆପଣଙ୍କ ଲୁକ୍ ଆହୁରି ଆକର୍ଷଣୀୟ ହେବ।
ଆକାର ଅନୁସାରେ ପ୍ରକାର : କମ ଉଚ୍ଚତାର ଝିଅ ମାନଙ୍କ ପାଇଁ ଡ୍ରେସ କିଣିଲା ବେଳେ ମନେରଖିବାର କଥା ହେଲା, 2/3 ଏବଂ 1/3 ଅଂଶ ଅର୍ଥାତ ସେମାନେ ନିଜ ଶରୀରକୁ ଦୁଇଭାଗ ହିସାବରେ ବିଭକ୍ତ କରି ଡ୍ରେସ କିଣିବା ଅପେକ୍ଷା 2/3 ଆଉ 1/3 ଅଂଶରେ ଭାବି ଡ୍ରେସ ଚୟନ କରନ୍ତୁ ଅର୍ଥାତ ଛୋଟ ଟପ ଓ ଲମ୍ବା ପ୍ୟାଣ୍ଟ କମ ଉଚ୍ଚ ଝିଅ ମାନଙ୍କୁ ଷ୍ଟାଇଲିଶ ଲୁକ ଦେଇଥାଏ ।
ସେହିପରି ଯଦି ୱାନପିସ ପିନ୍ଧିବାକୁ ପସନ୍ଦ କରୁଛନ୍ତି , ତେବେ ଏପରି ଡ୍ରେସ କିଣନ୍ତୁ ଯାହା ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ଥିବ ନଚେତ ଗୋଇଠି ପର୍ଯ୍ୟନ୍ତ । ଯେଉଁ ଡ୍ରେସର ଆଣ୍ଟୁ ଓ ଗୋଇଠି ମଝିରେ ପଡୁଥାଏ, ସେଭଳି ଡ୍ରେସ ଆପଣଙ୍କ ଉଚ୍ଚତା ପାଇଁ ଠିକ ନୁହେଁ ।
ଅଧିକ ପୋଷାକ: ଆପଣ ନିଜ ଶରୀରକୁ ସୁନ୍ଦର ଭାବେ ସଜାଇବା ପାଇଁ ଏକାଧିକ ଟପ ଓ ତା’ ସହିତ ଷ୍ଟୋଲ ମଧ୍ୟ ବ୍ୟବହାର କରିପାରିବେ । ତେବେ ମନେରଖନ୍ତୁ ଅତ୍ୟଧିକ ପୋଷାକ ପିନ୍ଧିଲେ ସେତେଟା ଭଲ ନ ଦିଶିବାର ଆଶଙ୍କା ରହିଛି ।
ଉଚ୍ଚ ଜୋତା : ଏହିସବୁ ଡ୍ରେସ ସହିତ ଆପଣ ଉଚ୍ଚ ହିଲ ବା ପଏଣ୍ଟେଡ଼ ହିଲ ଜୋତା ପିନ୍ଧିପରିବେ । ଯଦି ହିଲ ପିନ୍ଧିବାକୁ ଭଲ ଲଗେନି ତେବେ ତଳଭାଗ ମୋଟା ଥିବା ଜୋତା ପରିଧାନ କରିପାରିବେ ।
ବେଲ୍ଟ: ଆପଣ ଏପରି ଡ୍ରେସ କ୍ୟାରି କରନ୍ତୁ ଯେଉଁଥିରେ ଅଣ୍ଟାରେ ଇଲାଷ୍ଟିକ୍ ଥିବା ଡ୍ରେସ ପିନ୍ଧିବା ଦ୍ୱାରା ଯାହା ଆପଣଙ୍କୁ ଷ୍ଟାଇଲିଶ ଲୁକ୍ ଦେବ। ଏହା ଆପଣଙ୍କ ବଡିକୁ ସମାନ ସେପ୍ ଦେବ।
ଢିଲା ଡ୍ରେସ: ଯଦି ଆପଣଙ୍କ ହାଇଟ୍ କମ୍ ତେବେ ଅଧିକ ଢିଲା ପୋଷାକ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ହାଇଟ୍ ଆହୁରି କମ୍ ଲାଗିବ। ଆପଣଙ୍କ ପାଇଁ ସ୍ଲିମଫିଟ୍ ଏବଂ ଫିଟିଂ ହେଉଥିବା ଡ୍ରେସ୍ ପରଫେକ୍ଟ ହେବ। ଧ୍ୟାନ ଦିଅନ୍ତୁ ଡ୍ରେସର କାନ୍ଧ ଯେପରି ଠିକ ଜାଗାରେ ରୁହେ ।
ପର୍ଫେକ୍ଟ ହେବ ମନୋକ୍ରୋମ : ବଡିକୁ ସିଙ୍ଗଲ ଫ୍ରେମ୍ ଲୁକ୍ ଦେବାକୁ ହେଲେ ସିଙ୍ଗଲ ଡାର୍କ କଲର ମନୋକ୍ରୋମ ମ୍ୟାକ୍ସି ଡ୍ରେସକୁ ମଧ୍ୟ ଚୟନ କରିପାରିବେ। ଆପଣ ଚାହିଁଲେ ବ୍ଲାକ୍, ରୟାଲ ବ୍ଲୁ, ଗ୍ରୀନ କିମ୍ବା ରେଡ୍ କଲରର ମ୍ୟାକ୍ସି ପିନ୍ଧିକି ନିଜକୁ ଡେଙ୍ଗା ଦେଖାଇ ପାରିବେ।
ଷ୍ଟ୍ରାଇପ୍ସ ଓ ପ୍ରିଣ୍ଟ ଥିବା ଡ୍ରେସ : କମ୍ ହାଇଟ୍ ହୋଇଥିଲେ ଆପଣ ସବୁବେଳେ ଭର୍ଟିକାଲ ଡ୍ରେସ ପିନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କ ଲୁକ୍ ଷ୍ଟାଇଲିସ୍ ହେବ। ଯଦି ଆପଣ ପ୍ରିଣ୍ଟେଡ୍ ମ୍ୟାକ୍ସି ଡ୍ରେସ ପିନ୍ଧିବାକୁ ଚାହୁଁଥାନ୍ତି ତେବେ ଏହି କଥାକୁ ଧ୍ୟାନରେ ରଖନ୍ତୁ ଯେ ଛୋଟ ପ୍ରିଣ୍ଟ ଡିଜାଇନ୍ ହୋଇଥିଲେ ଭଲ। ବଡ ପ୍ରିଣ୍ଟ ଆପଣଙ୍କୁ ଏତେଟା ମାନିବ ନାହିଁ।