• padmabati kund

‘ଠଗ୍ସ ଅଫ ହିନ୍ଦୁସ୍ଥାନ’ ପାଇଁ ଚୀନରୁ ହେଉଛି ଆଗୁଆ ବୁକିଙ୍ଗ


(ବେତାର ବ୍ୟୁରୋ) ଦୀପାବଳୀ ଅବସରରେ ନଭେମ୍ବର 8 ତାରିଖରେ ରିଲିଜ ହେବାକୁ ଯାଉଛି ଅମିର ଖାନ, ଅମିତାଭ ବଚ୍ଚନ, କାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’। ନିକଟରେ ଏହି ଚଳଚ୍ଚିତ୍ର ସମ୍ବନ୍ଧୀୟ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନଭେମ୍ବର ଦ୍ଵିତୀୟ ସପ୍ତାହରୁ ଶେଷ ସପ୍ତାହ ମଧ୍ୟରେ ଚୀନରୁ ବହୁ ପର୍ଯ୍ୟଟକ ଭାରତକୁ ଆସିବେ। ପରେ ଏକ ଏଜେନ୍ସି ତରଫରୁ ସୂଚନା ମିଳିଥିଲା ଯେ, ଏହି ପର୍ଯ୍ୟଟକମାନେ ଭାରତୀୟ ଚଳଚ୍ଚିତ୍ରର ବଡ ପ୍ରଶଂସକ। ଅମିତାଭ ବଚ୍ଚନ ଓ ଅମିରଙ୍କ ଅଭିନୀତ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ ଦେଖିବା ପାଇଁ ଏହି ପର୍ଯ୍ୟଟକମାନେ ଭାରତ ଆସୁଛନ୍ତି।

ଭାରତ ପରେ ଚୀନରେ ଚଳଚ୍ଚିତ୍ରରୁ ଅଧିକ ବ୍ୟବସାୟ ହୋଇଥାଏ। ପ୍ରକୃତ କଥା ହେଉଛି ଭାରତୀୟ ଫିଲ୍ମ ଭାରତରେ ରିଲିଜ ହେବା ପରେ ଖୁବ ଲମ୍ବା ସମୟ ବ୍ୟବଧାନରେ ଚୀନରେ ରିଲିଜ ହୋଇଥାଏ। ଚୀନରେ ଥିବା ଅମିର ଖାନଙ୍କ ପ୍ରଶଂସକମାନେ ଅମିରଙ୍କ ଫିଲ୍ମ ଦେଖିବାକୁ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହାନ୍ତି। ତେଣୁ ସେମାନେ ଫିଲ୍ମ ଭାରତରେ ରିଲିଜ ହେବା ସମୟରେ ଦେଖିବାକୁ ଚାହୁଁଥିବାରୁ ଫିଲ୍ମକୁ ଦେଖିବାକୁ ଭାରତକୁ ଆସୁଛନ୍ତି।

ବିଗ ବି ଅମିତାଭ ବଚ୍ଚନ ଏହି ଖବର ଶୁଣିବା ପରେ, ଏହି ଖବରକୁ ଉଡା ଖବର ଭାବି ଅଣଦେଖା କରିଥିଲେ। ପରେ ପ୍ରଯୋଜକ ଆଦିତ୍ୟ ଚୋପ୍ରା ବିଗ ବି ଙ୍କୁ ସତ୍ୟତା ବିଷୟରେ ଅବଗତ କରାଇଥିଲେ। ଚୀନ ପ୍ରଶଂସକଙ୍କ ଭଲପାଇବା ଦେଖି ଅମିତାଭ ବଚ୍ଚନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅମିର ଖାନଙ୍କ ପ୍ରଶଂସକ

ବଲିଉଡ ସୁପରଷ୍ଟାର ଅମିର ଖାନଙ୍କୁ ମିଷ୍ଟର ପର୍ଫେକ୍ସନିଷ୍ଟ ବୋଲି କୁହାଯାଏ,କାରଣ ସେ ଯେଉଁ କାମ କରନ୍ତି ସଂପୂର୍ଣ୍ଣ ପରିଶ୍ରମ ଏବଂ ସଚ୍ଚୋଟତାର ସହିତ କରନ୍ତି । ସେ ବର୍ଷକୁ ଗୋଟିଏ ମାତ୍ର ଫିଲ୍ମ କରନ୍ତି କିନ୍ତୁ ସେହି ଫିଲ୍ମ ବକ୍ସ ଅଫିସରେ କୋଟି କୋଟି ଟଙ୍କାର ବିଜନେସ କରେ । ଅମିର ଖାନଙ୍କ କାମ କରିବାର ଏହି ଶୈଳୀକୁ ଦର୍ଶକମାନେ ଖୁବ ପସନ୍ଦ କରନ୍ତି। ତେଣୁ ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକମାନେ ଅପେକ୍ଷା କରିଥାନ୍ତି । ଏହି କାରଣରୁ ଅମିର କେବଳ ଭାରତରେ ନୁହେଁ ବରଂ ପଡ଼ୋଶୀ ଦେଶରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଅମିର ଖାନଙ୍କ ଅଭିନୀତ ଗତ ତିନୋଟି ଫିଲ୍ମ ବକ୍ସଅଫିସରେ ଖୁବ ଭଲ ରୋଜଗାର କରିଛି। 2014 ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ପିକେ’, 2016ରେ ରିଲିଜ ହୋଇଥିବା ଫିଲ୍ମ ‘ଦଙ୍ଗଲ’ ଓ 2017ରେ ରିଲିଜ ହୋଇଥିବା ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ ସମଗ୍ର ଦୁନିଆରେ ସବୁଠାରୁ ଅଧିକ ରୋଜଗାର କରିଥିବା ଭାରତୀୟ ଫିଲ୍ମ ତାଲିକାରେ ଶ୍ରେଷ୍ଟ 5ଟି ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି। ଚୀନରେ ‘ଦଙ୍ଗଲ’ ମୋଟ 1908 କୋଟି ରୋଜଗାର କରିଥିବା ବେଳେ ‘ସିକ୍ରେଟ ସୁପରଷ୍ଟାର’ 874 କୋଟି ରୋଜଗାର କରିଛି। ଅମିର ଖାନଙ୍କ ଫିଲ୍ମ କୌଣସି ନିର୍ଦ୍ଧିଷ୍ଟ ବୟସ ସୀମାର ଦର୍ଶକଙ୍କ ପାଇଁ ହୋଇନଥାଏ, ତେଣୁ ତାଙ୍କ ଅଭିନୀତ ଫିଲ୍ମକୁ ବିଶ୍ଵସ୍ତରରେ ପସନ୍ଦ କରାଯାଇଥାଏ।

#entertainment #bollywood #thugsofhindosthan #chinafans

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon