• ବେତାର ବ୍ୟୁରୋ

କାନାଡା ବ୍ୟାଙ୍କରେ ବାହାରିଲା 800 ପିଓ ପୋଷ୍ଟ : ଆବେଦନ ପ୍ରକ୍ରିୟା ଜାଣନ୍ତୁ


(ବେତାର ବ୍ୟୁରୋ) କାନାଡା ବ୍ୟାଙ୍କ ତରଫରୁ  ଜୁନିୟର ମ୍ୟାନେଜମେଣ୍ଟ ଗ୍ରେଡ ସ୍କେଲ-1ରେ ପ୍ରୋବେସନାରୀ ଅଫିସର ନିଯୁକ୍ତି ପାଇଁ ଆଧିକାରୀକ ବିଜ୍ଞପ୍ତି ପ୍ରକାଶ ପାଇଛି।  ବ୍ୟାଙ୍କରେ ଚାକିରୀ କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲାପରେ ସଫଳ ପ୍ରାର୍ଥୀମାନେ ଏକ ୯ ମାସର ଟ୍ରେନିଂ ମିଳିବ ଓ ତିନି ମାସର ଇଣ୍ଟର୍ଣ୍ଣସିପ , ଏହିପରି ପ୍ରାୟ ଏକ ବର୍ଷ  ପରେ ବ୍ୟାଙ୍କରେ ପିଓ ହିସାବରେ ନିଯୁକ୍ତି ମିଳିବ।

ପଦବୀ ସଂଖ୍ୟା

ଚଳିତ ବର୍ଷ କାନାଡା ବ୍ୟାଙ୍କରେ ପିଓ ନିଯୁକ୍ତି ପାଇଁ 800ଟି ପଦବୀ ପ୍ରକାଶ ପାଇଛି।

ଆବେଦନ ତାରିଖ

ଯେଉଁ ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅକ୍ଟୋବର 23 ତାରିଖରୁ ନଭେମ୍ବର ମାସ 13 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନ ପରୀକ୍ଷା ପାଇଁ ଆଡମିଟ କାର୍ଡ ଡିସେମ୍ବର ମାସ 5 ତାରିଖ ପରେ ଡାଉନଲୋଡ କରିପାରିବେ ଓ ଅନଲାଇନ ପରୀକ୍ଷା ଡିସେମ୍ବର ମାସ 23 ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇ ପାରେ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.23,700 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଅକ୍ଟୋବର 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 20 ବର୍ଷ ଓ ସର୍ବାଧିକ 30 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅର୍ଥାତ ପ୍ରାର୍ଥୀଙ୍କ ଜନ୍ମ ତାରିଖ 2.10.1998 ଆଗରୁ ଓ 1.10.1998 ପରେ ହୋଇନଥିବା ଆବଶ୍ୟକ।

ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 5ବର୍ଷ କୋହଳ କରାଯିବ। ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ, ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ 5ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଭାରତ ସରକାରଙ୍କ ଦ୍ଵାରା ସ୍ଵୀକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେ କୌଣସି ବିଷୟରେ 60% ମାର୍କ ରଖି ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି  ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ 55% ମାର୍କ ରଖି ପାସ କରିଥିବା ଆବଶ୍ୟକ।

ପରୀକ୍ଷା ଫି

ପରୀକ୍ଷା ଫି ବାବଦକୁ ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ ଟ.118 ଦେବାକୁ ପଡିବ ଓ ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ଟ.708 ଦେବାକୁ ପଡିବ।

ଚୟନ ପଦ୍ଧତି

ପ୍ରାର୍ଥୀମାନଙ୍କୁ ଅନଲାଇନ ଅବଜେକ୍ଟିଭ ଟେଷ୍ଟ ଦ୍ଵାରା ଚୟନ କରାଯିବ ଓ ଏହାପରେ ସମୂହ ଚର୍ଚ୍ଚା ଓ ବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ ନିଆଯିବ। ପରୀକ୍ଷାରେ ସଫଳ ବିବେଚିତ ହେଇଥିବା ପ୍ରାର୍ଥୀ ମାନଙ୍କୁ ଏକ ୯ ମସିଆ ଟ୍ରେନିଂ କୋର୍ସ ଓ ତିନି ମାସିଆ ଇଣ୍ଟର୍ଣ୍ଣସିପ କଲାପରେ ନିଯୁକ୍ତି ମିଳିବ।

କିପରି ଆବେଦନ କରିବେ

ଇଚ୍ଛୁକ ପ୍ରାର୍ଥୀ କାନାଡା ବ୍ୟାଙ୍କର ଅଫିସିଆଲ ୱେବସାଇଟ www.canarabank.com ରେ ଲଗଇନ କରି ଆବେଦନ  କରିପାରିବେ। ଆବେଦନ କରୁଥିବା ପ୍ରାର୍ଥୀଙ୍କର ବୈଧ ଇ-ମେଲ ଆଇଡି ଥିବା ଆବଶ୍ୟକ। ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ନିଜର ପାସପୋର୍ଟ ସାଇଜ ଫଟୋ ଓ ଦସ୍ତଖତକୁ ସ୍କାନ କରିଦେବାକୁ ପଡିବ। ଅନଲାଇନରେ ପରୀକ୍ଷା ଫି ମଧ୍ୟ ପଇଠ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ କାନାଡା ବ୍ୟାଙ୍କର ଅଫିସିଆଲ ୱେବସାଇଟ www.canarabank.com ରେ ଲଗଇନ କରନ୍ତୁ।

#jobs #bankjob #canarabankpo

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon