• padmabati kund

ମୁଗ ଓ ମଶୁର ଡାଲିରେ ମିଶୁଛି ବିଷାକ୍ତ ପଦାର୍ଥ : FSSAIର ସୂଚନା


(ବେତାର ବ୍ୟୁରୋ) ଭାରତୀୟ ମାନଙ୍କ ଘରେ ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରି ଭୋଜନ ଡାଲି ବିନା ଖାଦ୍ୟ ଅଧା ହୋଇଥାଏ। କିଛି ଲୋକ ଡାଲି ବିନା ଭାତ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଯଦି ଆପଣ ମଧ୍ୟ ଡାଲି ବିନା ଭାତ ଖାଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଏହି ଖବର ଆପଣଙ୍କୁ ଦୁଃଖୀ କରିପାରେ। ଯଦି ଆପଣ ମୁଗ ଓ ମଶୁର ଡାଲି ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହି ଡାଲିରେ ଏତେମାତ୍ରାରେ ବିଷାକ୍ତ ରାସାୟନିକ ପଦାର୍ଥ ରହିଛି, ଯାହାକୁ ଅଣଦେଖା କରାଯାଇ ପାରିବ ନାହିଁ।

ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରୀଟି ଅଫ ଇଣ୍ଡିଆ ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନରୁ ପ୍ରମାଣିତ କରାଯାଇଛି ଯେ, କାନାଡା ଓ ଅଷ୍ଟ୍ରେଲିଆରୁ ଆସୁଥିବା ଡାଲିରେ ବିଷାକ୍ତ ପଦାର୍ଥ ରହିଛି। ବର୍ତ୍ତମାନ ସମୟରେ କାନାଡା ଅଷ୍ଟ୍ରେଲିଆରେ ଅଧିକ ମାତ୍ରାରେ ଡାଲିର ଉତ୍ପାଦନ ହେଉଛି। FSSAI ତରଫରୁ ଲୋକମାନଙ୍କୁ ଚେତାବନୀ ଦିଆଯାଇଛି ଯେ, ନିୟମିତ ଭାବରେ ଏହି ଡାଲି ଖାଆନ୍ତୁ ନାହିଁ। ଏହି ଦୁଇଟି ଡାଲିରେ ଗ୍ଲାଇଫୋସେଟ ନାମକ ରାସାୟନିକ ପଦାର୍ଥ ରହିଛି ବୋଲି ଲ୍ୟାବରେ ପରୀକ୍ଷା କରିବା ପରେ ଜଣା ପଡିଛି। ଏହି ରାସାୟନିକ ପଦାର୍ଥକୁ କୃଷକ ମାନେ ମୂଷା ମାରିବା ପାଇଁ ବ୍ୟବହାର କରିଥାଆନ୍ତି।

ଏହା ବିଷୟରେ FSSAIର ଜଣେ ଅଧିକାରୀ କହିଛନ୍ତି, “ଡାଲିରେ ଅଧିକ ପରିମାଣର ଗ୍ଲାଇଫୋସେଟ ଥିବାର ଆଶଙ୍କା କରାଯାଉଛି। ଯାହାକି ଲୋକମାନଙ୍କର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। FSSAI ତରଫରୁ ଡାଲିରେ ଗ୍ଲାଇଫୋସେଟର ଅଧିକତମ ମାତ୍ରାର ପରିମାଣ ଧାର୍ଯ୍ୟ କରାଯାଇନାହିଁ, ତେଣୁ ଆମେ କାନାଡାର ମାନଦଣ୍ଡକୁ ପାଳନ କରୁଛୁ।“

କାନାଡିଆନ ଫୁଡ ଇନ୍ସପେକ୍ସନ ଏଜେନ୍ସି ତରଫରୁ କାନାଡା ଓ ଅଷ୍ଟ୍ରେଲିଆରେ ଉତ୍ପାଦନ କରାଯାଉଥିବା ଡାଲିର ଏକ ହଜାର ନମୁନା ନିଆ ଯାଇ ପରୀକ୍ଷା କରଯାଇଥିଲା। ଏହି ପରୀକ୍ଷାରୁ ଜଣାପଡିଥିଲା ଯେ, ଉଭୟ ଦେଶରୁ ଆସୁଥିବା ଡାଲିରେ ଅଧିକ ପରିମାଣର ଗ୍ଲାଇଫୋସେଟ ରହିଛି।

କିଛି ବର୍ଷ ଆଗରୁ ଗ୍ଲାଇଫୋସେଟକୁ ସୁରକ୍ଷିତ ବୋଲି ମନେ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ WHO ତରଫରୁ ସଚେତନ କରଯାଇଥିଲା ଯେ ଏହାର ସେବନ ଶରୀର ପାଇଁ କ୍ଷତିକାରକ ଅଟେ।

ଶରୀରକୁ ଅଧିକ ମାତ୍ରାରେ ଗ୍ଲାଇଫୋସେଟ ଗଲେ ଏହା ଶରୀରର ପ୍ରୋଟିନ ସମ୍ପର୍କିତ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଏହାସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ ହୋଇଥାଈ ଓ ଶରୀର ପାଇଁ ଆବଶ୍ୟକୀୟ ପୋଷଣ ତତ୍ତ୍ଵ ଅବଶୋଷଣ ହେବା ବନ୍ଦ ହୋଇଯାଇଥାଏ। କିଛି ଘଟଣାରେ ଗ୍ଲାଇଫୋସେଟ କାରଣରୁ କିଡନି ବନ୍ଦ ହେବାର ଆଶଙ୍କା ମଧ୍ୟ ଥାଏ।

ତେଣୁ ବାହାରୁ ଆସୁଥିବା ଡାଲି ଓ ଦେଶରେ ଉତ୍ପାଦନ ହେଉଥିବା ଡାଲି ମଧ୍ୟରେ ଅନ୍ତର ଦେଖି ଡାଲିକୁ କିଣନ୍ତୁ। ଯେତେବେଳେ ଆପଣ ପ୍ୟାକିଙ୍ଗ ଡାଲି କିଣୁଛନ୍ତି, ସେହି ସମୟରେ ଡାଲି କେଉଁ କମ୍ପାନୀର ଦେଖନ୍ତୁ ଓ ଡାଲିର ଆକାର ମଧ୍ୟ ଦେଖନ୍ତୁ। ବାହାରୁ ଆସୁଥିବା ଡାଲି ଆମ ଦେଶରେ ଉତ୍ପାଦନ ହେଉଥିବା ଡାଲିଠାରୁ ଆକାରରେ ବଡ ହୋଇଥାଏ। ସେହିପରି ପଲିସ କିମ୍ବା ସାଇନିଙ୍ଗ ଡାଲି ଖାଆନ୍ତୁ ନାହିଁ।

#FSSAI #mungdal #mashurdal #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon