• padmabati kund

ଶୁକ୍ରବାର ପରଦାକୁ ଆସିଲା 4ଟି ବଲିଉଡ ଫିଲ୍ମ : କିଏ ମାରିବ ବାଜି


(ବେତାର ବ୍ୟୁରୋ) ଶୁକ୍ରବାର ଏକାସାଙ୍ଗରେ ବଲିଉଡର ଚାରିଟି ଫିଲ୍ମ ରିଲିଜ ହୋଇଯାଇଛି। ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ‘ବଜାର’, ଶରମନ ଯୋଶୀଙ୍କ ଅଭିନୀତ ‘କାଶୀ : ଇନ ସର୍ଚ୍ଚ ଅଫ ଗଙ୍ଗା’, ନୀଲ ନିତିନ ମୁକେଶଙ୍କ ଅଭିନୀତ “ଦଶହରା’ ଓ ରାଜକୁମାର ରାଓ ଏବଂ ନରଗିସ ଫାଖରିଙ୍କ ଅଭିନୀତ ‘5 ୱେଡିଙ୍ଗ୍ସ’ ରିଲିଜ ହୋଇଯାଇଛି। ଏହି ଚାରିଟି ଫିଲ୍ମ ମଧ୍ୟରୁ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ‘ବଜାର’ ଫିଲ୍ମ ବ୍ୟତୀତ ଅନ୍ୟକୌଣସି ଫିଲ୍ମର ସେତେ ଭଲ ଭାବରେ ପ୍ରମୋଶନ କରାଯାଇ ନାହିଁ। ତେବେ ଏହି ଫିଲ୍ମ ଗୁଡିକ ମଧ୍ୟରୁ ‘ବଜାର’ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି।

ବଜାର (କର୍ପୋରେଟ କାହାଣୀ)

ଭାରତରେ ବିଶୁଦ୍ଧ ଭାବରେ ଆର୍ଥିକ ବିଷୟକୁ ନେଇ ଅଧିକ ଫିଲ୍ମ ନିର୍ମାଣ କରାଯାଇନାହିଁ। କିନ୍ତୁ ବ୍ୟବସାୟିକ ପ୍ରତିଦ୍ୱନ୍ଦିତାକୁ ନେଇ ଫିଲ୍ମ ନିର୍ମାଣ କରଯାଇଛି। ଗୌରବ ଚାୱଲା ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓ ନିଖିଲ ଆଡଭାନୀ ଏହାର ପ୍ରଯୋଜନା ଦେଇଛନ୍ତି।ସୈଫ ଅଲ୍ଲୀ ଖାନ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ତାଙ୍କ ବ୍ୟତୀତ ରାଧିକା ଆପ୍ତେ, ଚିତ୍ରାଙ୍ଗଦା ସିଂ ଓ ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ ମେହେରା ମଧ୍ୟ ଅଭିନୟ କରିଛନ୍ତି।

ସୈଫ ଅଲ୍ଲୀ ଖାନ ଏଥିରେ ଷ୍ଟକ ମାର୍କେଟର ବଡ ଖିଲାଡୀ ଭାବରେ ଅଭିନୟ କରିଛନ୍ତି ଯିଏକି ଅର୍ଥ ରୋଜଗାର ପାଇଁ କିଛି ବି ରାସ୍ତା ଆପଣେଇ ପରେ ଓ ମନରେ କିଛିବି ସଙ୍କୋଚ କରେନାହିଁ। ଏପରି ସମୟରେ ତାଙ୍କ ଜୀବନରେ ଆସିଛି ଏକ ମହତ ଶେୟାର ବ୍ରୋକର ରିଜୱାନ ଅହମ୍ମଦ। ଏହି ଦୁଇଜଣ ଏକାଠି ହେବା ପରେ ଶେୟାର ବଜାରରେ ହଇଚଇ ଆରମ୍ଭ ହୋଇଯାଇଛି। ତେବେ ଶକୁନ କିପରି ରିଜୱାନର ବ୍ୟବହାର କରୁଛି ଓ ଏହାର ପରିଣାମ କଣ ହେଉଛି, ଏହାକୁ ନେଇ କାହାଣୀ ଆଗେଇଛି। ସୈଫ ଅଲ୍ଲୀ ଖାନଙ୍କ ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି।

ଦଶହରା (ମର୍ଡର ମିଷ୍ଟ୍ରି)

ନୀଲ ନିତିନ ମୁକେଶ ‘ଦଶହରା’ ଫିଲ୍ମ ମାଧ୍ୟମରେ ବଲିଉଡକୁ କମବ୍ୟାକ କରିଛନ୍ତି। ଏହି ଫିଲ୍ମରେ ସେ ଜଣେ ସଚ୍ଚୋଟ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି। ଗାର୍ଲ୍ସ ହଷ୍ଟେଲରେ ହୋଇଥିବା ଚାରିଜଣ ଯୁବତୀଙ୍କ ହତ୍ୟା କେସକୁ ସେ କିପରି ସମାଧାନ କରିଛନ୍ତି, ଏହାକୁ ନେଇ କାହାଣୀ ଆଗକୁ ଆଗେଇଛି। ଏଥିରେ ନିଲ ନିତିନଙ୍କ ବ୍ୟତୀତ ଟିନା ଦେଶାଇ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମନିଷ ବାତ୍ସଲ୍ୟ ଓ ପ୍ରଯୋଜନା ଦେଇଛନ୍ତି ଅପର୍ଣ୍ଣା ହୋଶିଙ୍ଗ।

କାଶି : ଇନ ସର୍ଚ୍ଚ ଅଫ ଗଙ୍ଗା (ଆକ୍ସନ ଥ୍ରୀଲର)

ଶରମନ ଯୋଶୀଙ୍କ ଅଭିନୀତ ଏହି ଥ୍ରୀଲର ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଧିରଜ କୁମାର। ଫିଲ୍ମରେ ଅଚାନକ ନାୟକର ଭଉଣୀ ଅପହରଣ ହୋଇଯାଉଛି ଓ ତାଙ୍କୁ ଖୋଜିବା ପାଇଁ ପ୍ରୟାସ କରୁଛି ମୁଖ୍ୟ ନାୟକ ଏବଂ ସେହି ସମୟ ମଧ୍ୟରେ ଆସୁଥିବା ରହସ୍ୟକୁ ନେଇ କାହାଣୀ ଆଗକୁ ଆଗେଇଛି। ଏଥିରେ ଶରମନଙ୍କ ବ୍ୟତୀତ ଐଶ୍ଵର୍ଯ୍ୟା ଦିବାନ ମଧ୍ୟ ଅଭିନୟ କରିଛନ୍ତି। ଶରମନ ଆଗରୁ ଅଭିନୟ କରିଥିବା ଭୂମିକାରୁ ଏହି ଚଳଚିତ୍ରର ଭୂମିକା ସଂପୂର୍ଣ୍ଣ ଅଲଗା ଅଟେ ଓ ଦର୍ଶକମାନେ ମଧ୍ୟ ପସନ୍ଦ କରୁଛନ୍ତି।

5 ୱେଡିଙ୍ଗ୍ସ (ରୋମାଣ୍ଟିକ ଡ୍ରାମା)

ନମ୍ରତା ସିଂ ଗୁଜରାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାଜକୁମାର ରାଓ ଓ ନରଗିସ ଫାଖରି। ଫିଲ୍ମର କାହାଣୀ ଜଣେ ଆମେରିକା ସାମ୍ବାଦିକ(ନରଗିସ)ଙ୍କ ଉପରେ ଆଧାରିତ। ଭାରତୀୟ ବିବାହ ଉପରେ ରିପୋର୍ଟିଂ କରିବା ପାଇଁ ସେ ଭାରତକୁ ଆସିଛନ୍ତି। ତାଙ୍କ ସୁରକ୍ଷା ପାଇଁ ନିଯୁକ୍ତ କରାଯାଇଥିବା ପୋଲିସ ଭୂମିକାରେ ଅଭିନୟ କରିଛନ୍ତି ରାଜକୁମାର ରାଓ। କାହାଣୀ ଏପରି ଏକ ମୋଡ ନେଇଛି ଯେଉଁଠାରେ ରାଜକୁମାର ନରଗିସଙ୍କ ଉପରେ ସନ୍ଦେହ କରିଛନ୍ତି ଓ ଅନ୍ୟପଟେ ନରଗିସ ରାଜକୁମାରଙ୍କୁ ଭଲ ପାଇଯାଇଛନ୍ତି। ଏପରି ଭାବରେ କାହାଣୀଟି ଆଗକୁ ଆଗେଇଛି।

#entertainment #bollywood #fridayrelease #bazaar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon