• padmabati kund

ଏବେ ହ୍ଵାଟସଅପରେ ଚାଟରେ ପଠାଇ ପାରିବେ ଷ୍ଟିକର


(ବେତାର ବ୍ୟୁରୋ) ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ଵାଟସଅପରେ ତାର ବ୍ୟବହାରକାରୀଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଆସୁଛି। ହ୍ଵାଟସଅପ ଗତ କିଛି ମାସ ହେବ ଷ୍ଟିକର ଫିଚର ଉପରେ କାମ କରିଆସୁଛି। ଆସନ୍ତା ସପ୍ତାହ ମଧ୍ୟରେ ଏହି ଷ୍ଟିକର ଫିଚରକୁ ଆଣ୍ଡ୍ରଏଡ ଓ iosପ୍ଲାଟଫର୍ମରେ ଲଞ୍ଚ କରାଯିବ। ଏହାପରେ ବ୍ୟବହାରକାରୀମାନେ ଫେସବୁକ ପରି ହ୍ଵାଟସଅପରେ ମଧ୍ୟ ଷ୍ଟିକର ପଠାଇ ପାରିବେ। ଏହାଫଳରେ ବ୍ୟବହାରକାରୀମାନଙ୍କର ହ୍ଵାଟସଅପରେ ଚାଟିଙ୍ଗର ଅଭିଜ୍ଞତା ଆହୁରି ଭଲ ହୋଇପାରିବ ବୋଲି କମ୍ପାନୀ ଆଶା ରଖିଛି।

ଏଥିପାଇଁ ପ୍ରଥମେ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀଙ୍କୁ ଗୁଗୁଲ ପ୍ଲେଷ୍ଟୋରରୁ ହ୍ଵାଟସଅପ ଆପ କୁ ଅପଡେଟ କରିବାକୁ ପଡିବ ଓ ios ବ୍ୟବହାରକାରୀମାନେ ଆପ ଷ୍ଟୋରରୁ ହ୍ଵାଟସଅପକୁ ରି-ଇନଷ୍ଟଲ କରିବାକୁ ପଡିବ। ହ୍ଵାଟସଅପ ଅପଡେଟ ହୋଇଯିବା ପରେ ଆଣ୍ଡ୍ରଏଡ ମୋବାଇଲରେ GIF ଅପ୍ସନ ପାଖରେ ଷ୍ଟିକର ଅପ୍ସନ ଉପଲବ୍ଧ ହେବ ଓ ios ରେ କ୍ୟାମେରା ଅପ୍ସନ ପାଖରେ ଏହି ଷ୍ଟିକର ଅପ୍ସନ ରହିବ।

ଚାଟିଙ୍ଗରେ ଷ୍ଟିକରର ବ୍ୟବହାର କରିବା ପାଇଁ ପ୍ରଥମେ ଚାଟ ବାରରେ ଥିବା ଇମୋଜି ବଟମ ଉପରେ କ୍ଲିକ କରିବେ ଓ ଏହାପରେ ଷ୍ଟିକର ଅପ୍ସନ ଦେଖିପାରିବେ। ଏହାସହିତ ଏକ ହିଷ୍ଟ୍ରି ଟ୍ୟାବ ମଧ୍ୟ ରହିବ, ଏହି ହିଷ୍ଟ୍ରି ଟ୍ୟାବରେ ଆପଣ ଆଗରୁ ବ୍ୟବହାର କରିଥିବା ଷ୍ଟିକର ଦେଖିବାକୁ ପାଇବେ। ଏହାବ୍ୟତୀତ ଏକ ଫେବରେଟ ଟ୍ୟାବ ମଧ୍ୟ ରହିବ। ଆପଣଙ୍କୁ ଯେଉଁ ଷ୍ଟିକର ପସନ୍ଦ ସେହି ଷ୍ଟିକରକୁ ଏହି ଟ୍ୟାବରେ ରଖିପାରିବେ। ଫେବରେଟ ଟ୍ୟାବରେ ଷ୍ଟିକର ରଖିବା ପାଇଁ ଷ୍ଟିକରକୁ ସିଲେକ୍ଟ କରିବା ପରେ ଷ୍ଟାର ଚିହ୍ନ ଉପରେ କ୍ଲିକ କରିବାକୁ ପଡିବ।

ଷ୍ଟିକର ପ୍ୟାକକୁ ଡାଉନଲୋଡ କରିବା ପାଇଁ All stickers ଟ୍ୟାବରେ ଥିବା ଡାଉନଲୋଡ ଅପ୍ସନରେ କ୍ଲିକ କରିବାକୁ ପଡିବ। ଆପଣ ଯାହାବି ଷ୍ଟିକର ପ୍ୟାକ ଡାଉନଲୋଡ କରିବେ ସେ ସବୁ ଆପଣ my stickers ଟ୍ୟାବରେ ଦେଖିପାରିବେ।

କମ୍ପାନୀ ତରଫରୁ ବର୍ତ୍ତମାନ 12ଟି ଷ୍ଟିକର ପ୍ୟାକ ଦିଆଯାଇଛି। ଷ୍ଟୋରରେ ଥିବା ଷ୍ଟିକର ବ୍ୟତୀତ ଯଦି ଅଲଗା କିଛି ଷ୍ଟିକର ଡାଉନଲୋଡ କରିବାକୁ ଚାହୁଁଛନ୍ତି, ତେବେ All stickers ଟ୍ୟାବର ତଳେ ଥିବା Get more stickers ଅପ୍ସନ ଉପରେ କ୍ଲିକ କରିପାରିବେ। ଆପଣ ଯଦି ଚାହିଁବେ ତେବେ my stickers ଟ୍ୟାବରୁ ଷ୍ଟିକର ଗୁଡିକୁ ଡ଼ିଲିଟ ମଧ୍ୟ କରିପାରିବେ।

ଡେସ୍କଟପ ହ୍ଵାଟସଅପ

ଯଦି ଆପଣଙ୍କ ହ୍ଵାଟସଅପ ୱେବରେ ଷ୍ଟିକର ଅପ୍ସନ ଆସୁନାହିଁ ତେବେ ବ୍ରାଉଜରର କ୍ୟାଚେ ଫାଇଲକୁ କ୍ଳିନ କରନ୍ତୁ ଓ ଏହାପରେ ୱେବପେଜକୁ ଆଉଥରେ ରିଲୋଡ କରନ୍ତୁ। ଏହାପରେ ଆପଣ ହ୍ଵାଟସଅପ ୱେବରେ ମଧ୍ୟ ଷ୍ଟିକରର ବ୍ୟବହାର କରିପାରିବେ।

ଷ୍ଟିକର ପ୍ୟାକକୁ ବ୍ୟବହାର କରିବା ପାଇଁ ଗୁଗୁଲ ପ୍ଲେ ବେଟା ପ୍ରୋଗ୍ରାମ କିମ୍ବା APK ମିରର ସାଇଟରୁAPK ଫାଇଲକୁ ଡାଉନଲୋଡ କରିପାରିବେ। WABetainfoର ରିପୋର୍ଟରେ କୁହାଯାଇଛି ଯେ, ଆଇଫୋନରେ ଏହି ଫିଚର ଧୀରେ ଧୀରେ ଲଞ୍ଚ କରାଯିବ। ios 7.0ରୁ ଅଧିକ ଭର୍ସନରେ ଏହା କାମ କରିବ।

#mobileapp #whatsapp #stickers

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon