• ବେତାର ବ୍ୟୁରୋ

ବିଗବସ ଘରେ ପୁଣି ପ୍ରବେଶ କରିବେ ଶିଳ୍ପା ଶିନ୍ଦେ ଓ ବିକାଶ ଗୁପ୍ତା


(ବେତାର ବ୍ୟୁରୋ) ଟେଲିଭିଜନର ବିବାଦୀୟ ରିଆଲିଟି ଶୋ ବିଗବସ 12 ରେ ଏକ ନୂଆ ଟ୍ଵିଷ୍ଟ ଆସିବାକୁ ଯାଉଛି। ବିଗବସ 12 ଘରେ ପୂର୍ବ ସିଜିନର ବିଜେତା ଶିଳ୍ପା ଶିନ୍ଦେ ଓ ପ୍ରତିଯୋଗୀ ବିକାଶ ଗୁପ୍ତାଙ୍କୁ ଦେଖିବାକୁ ମିଳିବ। ପୁଣିଥରେ ଏହି ଦୁଇଜଣ ଶୋ’ରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଥର ପ୍ରତିଯୋଗୀ ଭାବରେ ନୁହେଁ ବରଂ ଅତିଥି ଭାବରେ ଘର ମଧ୍ୟରେ ପ୍ରବେଶ କରିବେ ଓ କିଛି ଦିନ ପାଇଁ ଘର ମଧ୍ୟରେ ରହିବେ। ଟିଆରପି ମାମଲାରେ ବିଗବସ12 ଦିନକୁ ଦିନ ତଳକୁ ଖସିବାରେ ଲାଗିଥିବାରୁ, ଶୋ’ରେ ଏପରି ଟ୍ଵିଷ୍ଟ ଆଣିବାକୁ ନିଷ୍ପତ୍ତି ନିଆଯାଇଛି।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, “ଶୋ’ର ପ୍ରସ୍ତୁତକର୍ତ୍ତା ଶୋ’ରେ ନୂଆ ଟ୍ଵିଷ୍ଟ ଆଣିବାକୁ ଚାହୁଁଛନ୍ତି। ବିଗବସ ମରାଠୀର ବିଜେତା ମେଘା ଧାଡେ ଘର ଭିତରକୁ ୱାଇଲ୍ଡ କାର୍ଡ ଏଣ୍ଟ୍ରୀ ଭାବରେ ପ୍ରବେଶ କରିବା ପରେ, ବିଗବସ 11ର ବିଜେତା ଶିଳ୍ପା ଶିନ୍ଦେଙ୍କୁ ମଧ୍ୟ ଘର ଭିତରକୁ ପ୍ରବେଶ କରାଇବାର ନିଷ୍ପତ୍ତି ନିଆଯାଇଛି। ଶିଳ୍ପା କେବଳ ଦୁଇଦିନ ପାଇଁ ଅତିଥି ଭାବରେ ପ୍ରବେଶ କରିବେ କିନ୍ତୁ ଘରର ସଦସ୍ୟ ଏଥିରୁ ଅଜଣା ରହିବେ। ଏହି ଟ୍ଵିଷ୍ଟ ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି।“

ଶିଲ୍ପା ଶିନ୍ଦେଙ୍କ ସହିତ ବିଗବସ 11ର ପ୍ରତିଯୋଗୀ ବିକାଶ ଗୁପ୍ତା ମଧ୍ୟ ଘର ଭିତରକୁ ପ୍ରବେଶ କରିବେ। ବିକାଶ ଗୁପ୍ତାଙ୍କ ସହିତ ପୁଣିଥରେ ବିଗବସ ଘରକୁ ପ୍ରବେଶ କରିବାକୁ ନେଇ ଶିଳ୍ପା କହିଛନ୍ତି, “ଯେତେବେଳେ ମୁଁ ଜାଣିଲି ଯେ ବିଗବସ ଘର ଭିତରକୁ ବିକାଶଙ୍କ ସହ ପ୍ରବେଶ କରିବି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଶୋ’ର ନିର୍ମାତାଙ୍କୁ ମଧ୍ୟ ଅନୁରୋଧ କଲି, ଅନ୍ୟକାହାକୁ ମୋ ସହିତ ପଠେଇବା ପାଇଁ। କିନ୍ତୁ ଶୋ’ର ନିର୍ମାତା କେବଳ ବିକାଶକୁ ମୋ ସହିତ ପଠାଇବାକୁ ଚାହୁଁଛନ୍ତି।“

ଚଳିତ ସିଜିନର ପ୍ରତିଯୋଗୀମାନଙ୍କ ମଧ୍ୟରୁ କାହାକୁ ଟାର୍ଗେଟ କରିବେ ବୋଲି ପ୍ରଶ୍ନ କରାଯିବାରୁ ଶିଳ୍ପା କହିଥିଲେ ଯେ, ଶ୍ରୀସନ୍ଥ। ଶ୍ରୀସନ୍ଥ ଖେଳକୁ ଭଲ ଭାବରେ ଉପଭୋଗ କରନ୍ତୁ ବୋଲି ସେ କହିଛନ୍ତି। ଶିଳ୍ପା ଆହୁରି ମଧ୍ୟ କହିଛନ୍ତି, “ଦୀପିକା ପ୍ରକୃତରେ ଯେପରି ସେମିତି ବ୍ୟବହାର କରୁନାହାନ୍ତି। ନିଜର ବୋହୁ ଚରିତ୍ରକୁ ସେ ଅଧିକ ଗରୁତ୍ଵ ଦେଉଛନ୍ତି ଓ ଜଣେ କେବଳ ରୋଷେଇ ଘରେ ରହି ଏ ଶୋ’କୁ ଜିତି ପାରିବ ନାହିଁ।“ ଏହାସହିତ ସେ ରୋମିଲକୁ ଏହି ସିଜିନର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ କହିଛନ୍ତି।  

ଅନ୍ୟପଟେ ବିଗବସ ଘରେ ପୁଣି ଥରେ ପ୍ରବେଶ କରିବାକୁ ନେଇ ବିକାଶ କହିଛନ୍ତି, “ମୁଁ ପୁଣିଥରେ ଶିଳ୍ପାଙ୍କ ସହିତ ବିଗବସ ଘରକୁ ପ୍ରବେଶ କରିବାକୁ ଯାଉଛି। ଗତ ସିଜିନରେ ଆମେ ଦୁହେଁ ଭଲ ପ୍ରଦର୍ଶନ କରିଥିଲୁ। ତେଣୁ ଲୋକମାନେ ଆମକୁ ପୁଣିଥରେ ବିଗବସ ଘରେ ଦେଖି ଖୁସି ହେବେ।“

ଶିଳ୍ପାଙ୍କୁ ପୁଣିଥରେ ଘର ମଧ୍ୟରେ ଟାର୍ଗେଟ କରିବେ ନା ନାହିଁ ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ ଯେ, ଏଇଟା ଆମର ସିଜିନ ନୁହେଁ ବା ଶୋ’ଟି ମତେ ଓ ଶିଳ୍ପାଙ୍କୁ ନେଇ ହେଉନାହିଁ। ଆମ ଦୁଇଜଣଙ୍କୁ ଘର ଭିତରକୁ ପ୍ରବେଶ କରିବାର ମୁଖ୍ୟ କାରଣ ଦର୍ଶକଙ୍କ ମନୋରଞ୍ଜନ କରିବା।

ଆସନ୍ତା ସୋମବାର ଟେଲିକାଷ୍ଟ ହେବାକୁ ଥିବା ଅଧ୍ୟାୟରେ ଶିଳ୍ପା ଓ ବିକାଶ ଘର ଭିତରକୁ ପ୍ରବେଶ କରିବେ। ତେବେ ଶିଳ୍ପା ଓ ବିକାଶ ପୁଣିଥରେ ଘର ଭିତରକୁ ଯିବା ପରେ ପ୍ରତିଯୋଗୀଙ୍କର ଖେଳ ଖେଳିବାର ଶୈଳୀରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

#biggboss #biggboss12 #shilpashinde #bikashgupta

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon