• padmabati kund

ଆଲିଆ ଓ ରଣବୀର କପୁରଙ୍କ ବିବାହ 2019 ରେ!


(ବେତାର ବ୍ୟୁରୋ) ବଲିଉଡରେ ଆଗକୁ ବିବାହର ସିଜିନ ଆରମ୍ଭ ହେବାକୁ ଯାଉଛି। ବଲିଉଡ ଅଭିନେତା ରଣବୀର ସିଂ ଓ ଦୀପିକା ପାଦୁକୋନ ଆସନ୍ତା ମାସରେ ବିବାହ କରିବେ, ଏହାପରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ମଧ୍ୟ ବିବାହ କରିବେ। ତେବେ ବଲିଉଡରେ ଏହି ବିବାହ ସିଜିନ ଆସନ୍ତା ବର୍ଷ ମଧ୍ୟ ଜାରି ରହିବ ବୋଲି ଅନୁମାନ କରାଯାଉଛି। ବଲିଉଡର ଅନ୍ୟ ଲଭବାର୍ଡ ଆଲିଆ ଭଟ୍ଟ ଓ ରଣବୀର କପୁର ନିଜ ସମ୍ପର୍କକୁ ଆଗକୁ ବଢାଇବାକୁ ଯାଇ ଆସନ୍ତା ବର୍ଷ ବିବାହ କରିପାରନ୍ତି ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଏହି ଖବର ସମସ୍ତଙ୍କୁ ଜଣା ଯେ, ରଣବୀର କପୁର ଓ ଆଲିଆ ଭଟ୍ଟ ପରସ୍ପରଙ୍କୁ ଡେଟ କରାଉଛନ୍ତି। ଡେକାନ କ୍ରୋନିକିଲରେ ପ୍ରକାଶିତ ଖବର ଅନୁଯାୟୀ, ଦୁହିଙ୍କ ସମ୍ପର୍କକୁ ଉଭୟଙ୍କ ପରିବାର ତରପଫରୁ ସ୍ଵୀକୃତୀ ମିଳିଯାଇଛି ଓ ଉଭୟ ପରିବାର ପରସ୍ପରକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଉଭୟଙ୍କ ବିବାହ ତାରିଖ ଠିକ କରିବା ଆଗରୁ ପରିବାର ରିଷି କପୁରଙ୍କ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି ବୋଲି କପୁର ପରିବାରର ଜଣେ ଅନ୍ତରଙ୍ଗ ବନ୍ଧୁ ସୂଚନା ଦେଇଛନ୍ତି। ରିଷି କପୁର ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସିତ ଅଛନ୍ତି।

କେବଳ ରଣବୀର କପୁର ନୁହନ୍ତି ତାଙ୍କ ପରିବାର ସମସ୍ତ ସଦସ୍ୟ ଆଲିଆଙ୍କୁ ଖୁବ ପସନ୍ଦ କରୁଛନ୍ତି। କପୁର ପରିବାରର ସମସ୍ତ ପାରିବାରିକ ସମାରୋହରେ ମଧ୍ୟ ଆଲିଆଙ୍କୁ ଦେଖିବାକୁ ମିଳିଥାଏ। କପୁର ପରିବାରର ଉକ୍ତ ଅନ୍ତରଙ୍ଗ ବନ୍ଧୁଙ୍କ କହିବା ଅନୁଯାୟୀ କେବଳ ରଣବୀର ନୁହେଁ, ତାଙ୍କ ପିତାମାତା ଓ ଭଉଣୀ ମଧ୍ୟ ଆଲିଆଙ୍କୁ ଖୁବ ପସନ୍ଦ କରୁଛନ୍ତି।

ବଲିଉଡରେ ଆଲିଆ ଭଟ୍ଟ ନିଜର ଅଭିନୟ ଦକ୍ଷତା ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ‘ରାଜି’ ପରି ଫିଲ୍ମରେ ଅଭିନୟ କରିଥିବା ଆଲିଆ ଭଟ୍ଟ ବର୍ତ୍ତମାନ ସବୁ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ହୋଇପାରିଛନ୍ତି। ଅନ୍ୟପଟେ କପୁର ପରିବାରର ବୋହୁ ହେବା ପରେ କରିସ୍ମା-କରୀନାଙ୍କ ମା’ ବବିତା ଓ ରିଷି କପୁରଙ୍କ ପତ୍ନୀ ନୀତୁ ସିଂ ଅଭିନୟ ଠାରୁ ଦୂରେଇ ଯାଇଥିଲେ।

ତେବେ ବିବାହ ପରେ ଆଲିଆ ଅଭିନୟ କରିବେ କି ନାହିଁ ଏହା ସଂପୂର୍ଣ୍ଣ ଭାବରେ ଆଲିଆଙ୍କ ଉପରେ ନିର୍ଭର କରିବା ବୋଲି ଡେକାନ କ୍ରୋନିକିଲର ରିପୋର୍ଟରେ ପ୍ରକାଶ କରାଯାଇଛି।  ବିବାହ ଓ ଅଭିନୟକୁ ନେଇ ଆଲିଆ ଏକ ସାକ୍ଷାତକାରରେ କହିଥିଲେ, “ ମୋ କ୍ୟାରିୟର ଶେଷ ହୋଇଯିବ ବୋଲି ଭାବି ମୁଁ ବିବାହ କରିବାକୁ ଡରୁନାହିଁ। ମୁଁ ଯେତେବେଳେ ଚାହିଁବି ସେତେବେଳେ ବିବାହ କରିପାରିବି। ଜଣେ ବିବାହ କରିବା ପରେ ମଧ୍ୟ ନିଜ କ୍ୟାରିୟରରେ ଆଗକୁ ଆଗେଇ ପାରିବ।“

ଉଭୟ ଆଲିଆ ଓ ରଣବୀର ନିଜ ସମ୍ପର୍କକୁ ନେଇ ସମସ୍ତଙ୍କ ଆଗରେ କିଛି ଖୋଲା ଖୋଲି କହିନଥିଲେ ମଧ୍ୟ ଦୁହିଙ୍କ ସମ୍ପର୍କ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଅଛି। ଉଭୟଙ୍କୁ ଆୟନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ଦେଖିବାକୁ ମିଳିବ। ଏଥିରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି।

#entertainment #bollywood #ranbeerkapoor #aliabhatt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon