- padmabati kund
ଜିଓ ଆରମ୍ଭ କଲା ଦୀପାବଳୀ ପାଇଁ ସ୍ଵତନ୍ତ୍ର ଅଫର

(ବେତାର ବ୍ୟୁରୋ) ପାର୍ବଣ ଋତୁ ଅବସରରେ ଇ-କମର୍ସ କମ୍ପାନୀ ଗୁଡିକ ପରି ଟେଲିକମ ଅପରେଟର ରିଲାଏନ୍ସ ଜିଓ ତରଫରୁ ଏହାର ପ୍ରିପେଡ ଗ୍ରାହକଙ୍କ ପାଇଁ ନୂଆ ଅଫରର ଘୋଷଣା କରାଯାଇଛି। ଦୀପାବଳି ଉପଲକ୍ଷେ କମ୍ପାନୀ ତରଫରୁ ପ୍ରିପେଡ ଗ୍ରାହକଙ୍କ ପାଇଁ ଟ.1,699 ମୂଲ୍ୟର ଏକ ପ୍ୟାକ ଲଞ୍ଚ କରାଯାଇଛି ଓ ଲଞ୍ଚ କରାଯାଇଥିବା ଏହି ଅଫରରେ ଗ୍ରାହକଙ୍କୁ 100 ପ୍ରତିଶତ କ୍ୟାଶବ୍ୟାକ ମିଳିବ।
ତେବେ ଗ୍ରାହକମାନେ ଏହି ଅଫରର ଲାଭ ନଭେମ୍ବର 30 ତାରିଖ ମଧ୍ୟରେ ଉଠେଇ ପାରିବେ। କମ୍ପାନୀ ତରଫରୁ ଲଞ୍ଚ କରାଯାଇଥିବା ଏହି ଟ.1,699 ପ୍ୟାକର ବୈଧତା ଏକବର୍ଷ ପର୍ଯ୍ୟନ୍ତ ରହିବ, ଅର୍ଥାତ ଗ୍ରାହକଙ୍କୁ ପ୍ରତି ମାସ ଟ.141 ହିସାବରେ ପଡିବ। ଏହି ଟ.1,699 ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ ମିଳିବ। ଏହାସହିତ ପ୍ରତିଦିନ 1.5ଜିବି 4ଜି ଡାଟା ହିସାବରେ ମୋଟ ଏକ ବର୍ଷ ପାଇଁ 547.5ଜିବି ଡାଟା ମିଳିବ ଓ ପ୍ରତିଦିନ 100ଟି ଏସ.ଏମ.ଏସ ମଧ୍ୟ କରିପାରିବେ। କଲିଙ୍ଗ, ଇଣ୍ଟରନେଟ ଓ ଏସ.ଏମ.ଏସ ର ସୁବିଧା ସହିତ ଗ୍ରାହକମାନେ ମାଇ ଜିଓ ଆପରେ ଆକ୍ସେସ ମଧ୍ୟ କରିପାରିବେ।

100% କ୍ୟାଶବ୍ୟାକ
ରିଲାଏନ୍ସ ଜିଓର ଏହି ଦୀପାବଳୀ ଅଫରର ସବୁଠାରୁ ଖାସ କଥା ହେଉଛି ଏହାର କ୍ୟାଶବ୍ୟାକ ସ୍କିମ। କମ୍ପାନୀ ତରଫରୁ ଘୋଷଣା କରାଯାଇଛି ଯେ, ଯେଉଁ ଗ୍ରାହକ ନଭେମ୍ବର 30ତାରିଖ ମଧ୍ୟରେ ଏହି ଟ.1,699 ପ୍ୟାକ ରିଚାର୍ଜ କରିବେ ତାଙ୍କୁ 100 ପ୍ରତିଶତ କ୍ୟାଶବ୍ୟାକ ମିଳିବ। ଏଥିରେ ମୋଟ ଟ.500 ମୂଲ୍ୟର ତିନୋଟି ଭାଉଚର ଓ ଟ.200 ମୂଲ୍ୟର ଗୋଟିଏ ଭାଉଚର ମିଳିବ।
ଗ୍ରାହକମାନେ ଏହି କୁପନ ଭାଉଚରକୁ ରିଲାଏନ୍ସ ଡିଜିଟାଲ କିମ୍ବା ରିଲାଏନ୍ସ ଡିଜିଟାଲ ଏକ୍ସପ୍ରେସର ମିନିଷ୍ଟୋରରେ କରିପାରିବେ। ଏହି କୁପନର ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଅତିକମରେ ଟ.5,000 ମୂଲ୍ୟର ଜିନିଷ କିଣିବାକୁ ପଡିବ। ଏହି ଭାଉଚର ଗୁଡିକୁ ଡିସେମ୍ବର ମାସ 31 ତାରିଖ ମଧ୍ୟରେ ବ୍ୟବହାର
କରିପାରିବେ।
ଏହାବ୍ୟତୀତ ରିଲାଏନ୍ସ ଜିଓର ଟ.149 ପ୍ୟାକ, ଟ.198 ପ୍ୟାକ, ଟ.299 ପ୍ୟାକ, ଟ.349ପ୍ୟାକ, ଟ.398 ପ୍ୟାକ, ଟ.399 ପ୍ୟାକ, ଟ.448 ପ୍ୟାକ, ଟ.449 ପ୍ୟାକ, ଟ.799 ପ୍ୟାକ, ଟ.999 ପ୍ୟାକ, ଟ.1,999 ପ୍ୟାକ ଟ.4,999 ପ୍ୟାକ ଓ ଟ.9,999 ପ୍ୟାକରେ ମଧ୍ୟ ଗ୍ରାହକଙ୍କୁ 100 ପ୍ରତିଶତ କ୍ୟାଶବ୍ୟାକ ମିଳିବ।
କେଉଁ ପ୍ରଡ଼କ୍ଟ ସହିତ ରିଲାଏନ୍ସ ଜିଓର ଏହି ଅଫରକୁ ସାମିଲ କରାଯାଇଛି ଓ କେଉଁ ପ୍ରଡ଼କ୍ଟ ସହ ସାମିଲ କରାଯାଇନାହିଁ ତାହାର ଏକ ତାଲିକା ମଧ୍ୟ ଜାରି କରାଯାଇଛି। ରିଲାଏନ୍ସ ଜିଓର ଅଫିସିଆଲ ୱେବସାଇଟରେ ଏହାକୁ ଚେକ କରିପାରିବେ।