• padmabati kund

ଅନଲାଇନ ଦୀପାବଳି ସେଲ୍ : ହେଡଫୋନ ଟ.249ରେ, ଫୋନ ଟ.429ରେ


(ବେତାର ବ୍ୟୁରୋ) ଦୀପାବଳି ଉପଲକ୍ଷେ ଇ-କମର୍ସ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟ ତରଫରୁ ସେଲର ଘୋଷଣା କରାଯାଇଛି। ନଭେମ୍ବର 1 ତାରିଖରୁ ଫ୍ଲିପକାର୍ଟର ଦିୱାଲି ସେଲ ଆରମ୍ଭ ହେଉଥିବା ବେଳେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ନଭେମ୍ବର 2 ତାରିଖରୁ ଆରମ୍ଭ ହେବ। ଏହି ସେଲରେ ସ୍ମାର୍ଟଫୋନ ସମେତ ଅନ୍ୟାନ୍ୟ ପ୍ରଡ଼କ୍ଟରେ ଗ୍ରାହକଙ୍କୁ ରିହାତି ମିଳିବ।

ଫ୍ଲିପକାର୍ଟ ଦୀପାବଳୀ ସେଲ

ଫ୍ଲିପକାର୍ଟର ବିଗ ବିଲିୟନ ସେଲ ପରେ ନଭେମ୍ବର 1 ତାରିଖରୁ ଫ୍ଲିପକାର୍ଟ ଦିୱାଲି ସେଲ ଆରମ୍ଭ ହେବାକୁ ଯାଉଛି। ଏହି ସେଲ ନଭେମ୍ବର ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଫ୍ଲିପକାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ଏହା ଅକ୍ଟୋବର 31 ତାରିଖ ରାତି 9ଟାରୁ ଆରମ୍ଭ ହୋଇଯିବ।

ଫ୍ଲିପକାର୍ଟର ଏହି ସେଲରେ ପ୍ରତିଘଣ୍ଟାରେ ନୂଆ ନୂଆ ଡିଲ ଉପଲବ୍ଧ ହେବ, କିନ୍ତୁ କିଛିଟା ଅଫର କେବଳ ନଭେମ୍ବର 1 ତାରିଖ ପାଇଁ ଉପଲବ୍ଧ ହେବ। ସ୍ମାର୍ଟଫୋନ ବ୍ୟତୀତ ଅନ୍ୟ ସମସ୍ତ ପ୍ରଡ଼କ୍ଟରେ 80% ପର୍ଯ୍ୟନ୍ତ ରିହାତି ମିଳିବ। ଏସବିଆଇ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରୁ ଜିନିଷ କିଣିବା ପରେ ଗ୍ରାହକଙ୍କୁ ଅତିରିକ୍ତ ରିହାତି

ମଧ୍ୟ ଦିଆଯିବ ଓ ନୋ-କଷ୍ଟ ଇଏମଆଇର ମଧ୍ୟ ସୁବିଧା ରହିଛି।

ଫ୍ଲିପକାର୍ଟର ଏହି ସେଲରେ ମୋବାଇଲ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ଏଥିରେ ପ୍ରିମିୟମ ସ୍ମାର୍ଟଫୋନ ମଧ୍ୟ ମିଳିବ। ଟ.429ରୁ ଟ.25,000 ହଜାର ମଧ୍ୟରେ ମୋବାଇଲ ଫୋନ ମିଳିପାରିବ।

ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ

ଫ୍ଲିପକାର୍ଟ ତରଫରୁ ଦୀପାବଳୀ ପାଇଁ ସେଲର ଘୋଷଣା କରାଯିବା ପରେ ଆମାଜନ ପୁଣିଥରେ ନିଜର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲର ତୃତୀୟ ସିଜିନର ଘୋଷଣା କରିଛି। ଆମାଜନର ଏହି ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ନଭେମ୍ବର 2 ତାରିଖରୁ ଆରମ୍ଭ ହେବ ଓ ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ସେଲରେ ଏଚ.ଡି.ଏଫ.ସି ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡରୁ ଜିନିଷ କିଣିଲେ ଗ୍ରାହକଙ୍କୁ 10% ରିହାତି ମିଳିବ। ଯଦି କୌଣସି ଗ୍ରାହକ ଟ.2,000 ରୁ ଟ.4,999 ମଧ୍ୟରେ ଜିନିଷ କିଣାକିଣି କରୁଛନ୍ତି ତେବେ ଅତିରିକ୍ତ 5% କ୍ୟାଶବ୍ୟାକ ମିଳିବ। ଏହି କ୍ୟାଶ ବାଲାନ୍ସକୁ ଆମାଜନ ପେ’ ବାଲାନ୍ସରେ ପଠାଯିବ।

ଆମାଜନର ନୂଆ ଗ୍ରାହକଙ୍କ ପାଇଁ ନୋ-କଷ୍ଟ ଇଏମଆଇ ସହିତ ମାଗଣାରେ ଡେଲିଭରିର ଅଫର ମଧ୍ୟ ରହିଛି। ଟ.500ରୁ ଅଧିକ ମୂଲ୍ୟରେ ସପିଙ୍ଗ କଲେ କମ୍ପାନୀ ତରଫରୁ ଗ୍ରାହକଙ୍କୁ ବୁକମାଇଶୋ’, ସ୍ଵିଗୀ ଭାଉଚର ଓ ଆମାଜନ ପେ’ ବାଲାନ୍ସ ମଧ୍ୟ ମିଳିବ। ଏହାସହିତ କ୍ୟାମେରା ଓ ସ୍ପିକରରେ 70% ରିହାତି ମିଳିବ ଓ ହେଡଫୋନ ମାତ୍ର ଟ.249 ଓ ହାର୍ଡ ଡ୍ରାଇଭକୁ ଟ.3,299 ମୂଲ୍ୟରେ ପାଇପାରିବେ।

ସେଲର ସବୁଦିନ ସକାଳ 11ଟା ସମୟରେ ଫ୍ଲାସ ବ୍ୟାକ ସେଲ ହେବ। ଆମାଜନର ଘରୋଇ ଉପକରଣକୁ ବଦଳାଇଲେ ଟ.22,000 ମୂଲ୍ୟର ଅତିରିକ୍ତ ରିହାତି ମଧ୍ୟ ମିଳିବ। ଫ୍ୟାଶନ, ଘରୋଇ ଉପକରଣ ଓ ରୋଷେଇ ଊପକରଣରେ 80% ରିହାତି ମିଳିବ, ଆମାଜନର ଫାୟାର ଟିଭି ଷ୍ଟିକ ଓ କିଣ୍ଡଲ-ଇ-ରିଡର୍ଶରେ ଟ.3,500 ରିହାତି ମିଳିବ।

ଏହାସହିତ ୱାନପ୍ଲସ, ଅନର, ଜିଓମୀ, ସାମସଙ୍ଗ, ରିଅଲମି, ଭିଭୋ, ମୋଟୋରୋଲା ଓ ଅନ୍ୟ ବ୍ରାଣ୍ଡର ପ୍ରଡ଼କ୍ଟ ଉପରରେ ମଧ୍ୟ ରିହାତି ମିଳିବ। ଆମାଜନ ସାଧାରଣ ଜିନିଷ ଉପରେ 65% ରିହାତି। କିଛି ବଛା ବଛା ମୋବାଇଲ ଉପରେ ସ୍କିନ ରିପ୍ଲେସମେଣ୍ଟ ଓ ଭାଙ୍ଗିଗଲେ ସଜାଡିବାର ଅଫର ମଧ୍ୟ ରହିବ।

#onlineshopping #sale #amazon #flipkart

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon