• padmabati kund

ଆଖିଫୁଲା ଓ କଳାଦାଗ ଦୁରେଇବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ


(ବେତାର ବ୍ୟୁରୋ) ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ, ମାନସିକ ଦୁଃଶ୍ଚିନ୍ତା ପାଇଁ ଅଧିକାଂଶ ଲୋକ ରାତିରେ ଆବଶ୍ୟକ ସମୟ ଶୋଇପାରିନଥାନ୍ତି। ରାତିରେ  ଭଲ ଭାବରେ ନ ଶୋଇବା ଦ୍ଵାରା ଆଖି ପତା ଫୁଲି ଯାଇଥାଏ ଓ ଆଖିତଳ କଳା ମଧ୍ୟ ପଡିଯାଇଥାଏ। ଯାହା ଫଳରେ ସକାଳକୁ ଚେହେରା କ୍ଳାନ୍ତ ଦେଖାଯାଇଥାଏ ଓ ଅଳସୁଆ ଲାଗିଥାଏ। ଅନେକ ସମୟରେ ଏହା ଏତେ ପରିମାଣରେ ହୋଇଥାଏ ଯେ, କାଜଲ ଓ ମେକଅପ ମଧ୍ୟ ଏହାକୁ ଲୁଚାଇ ପାରିନଥାଏ। ଏଥିପାଇଁ ବାହାରକୁ ଯିବାକୁ ମଧ୍ୟ ଭଲ ଲାଗିନଥାଏ। ଯଦି ଆପଣ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ସକାଳୁ ସକାଳୁ ଆଖି ଫୁଲିବାକୁ କିପରି ଦୂରେଇବେ ସେଥିପାଇଁ, ଜାଣିରଖନ୍ତୁ କିଛି ଟିପ୍ସ।

୧.ଆଖି ଉପରେ କାକୁଡି ରଖନ୍ତୁ : ଆଖିପତା ଫୁଲିବା ବା ଆଖିତଳ କଳା ପଡିବା ଦୂର କରିବା ପାଇଁ ଆପଣ କାକୁଡିର ବ୍ୟବହାର କରିପାରିବେ। କାକୁଡିର ଦୁଇ ଛୋଟ ଖଣ୍ଡ ନେଇ ଏହାକୁ ଆଖି ପତା ଉପରେ ୨୦-୨୫ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାଦ୍ଵାରା ଆପଣଙ୍କ ଆଖିତଳ କଳାଦାଗ ମଧ୍ୟ ଦୂର ହୋଇଯିବ।

୨.ଟି ବ୍ୟାଗ୍ସ: ଯଦି ଆପଣ ସକାଳୁ ସକାଳୁ ବାହାରକୁ ଯିବା ପାଇଁ ତରବର ହେଉଛନ୍ତି ଓ ରାତ୍ରିରେ ଭଲ ଭାବରେ ନଶୋଇବା କାରଣରୁ ଆଖିପତା ଫୁଲିବା ସହିତ ଆଖିତଳ କଳା ପଡିଛି ତେବେ ଟି-ବ୍ୟାଗ୍ସର ବ୍ୟବହାର କରିପାରିବେ। ଏଥିପାଇଁ ଦୁଇଟି ଗ୍ରୀନ ଟି-ବ୍ୟାଗ ନେଇ ଓଦା କରନ୍ତୁ ଓ ଏହାକୁ ଫ୍ରିଜରେ ରଖିଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଆଣି ଆଖି ଉପରେ ୨୦-୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ।

୩.ଆଳୁ : ଆଳୁ ମଧ୍ୟ ଆପଣଙ୍କ ଆଖିତଳ କଳାଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆଳୁର ଦୁଇଟି ଛୋଟ ଖଣ୍ଡ ନେଇ ଆଖି ଉପରେ ରଖନ୍ତୁ। ୧୫ମିନିଟ ରଖିବା ପରେ କାଢି ଦିଅନ୍ତୁ, ଫରକ ଜାଣିପାରିବେ।

୪.ଗୋଲାପଜଳ: ଆଖିପତା ଫୁଲିଥିଲେ ଆପଣ ଗୋଲାପଜଳର ମଧ୍ୟ ବ୍ୟବହାର କରିପାରିବେ। ଏହା ଲଗାଇବା ଦ୍ଵାରା ଆଖିତଳ ମଧ୍ୟ କଳା ପଡିନଥାଏ। ତେଣୁ ପ୍ରତିଦିନ ଶୋଇବା ଆଗରୁ କିମ୍ବା ସକାଳୁ ଉଠିବା ପରେ ଏହାର ପ୍ରୟୋଗ କରନ୍ତୁ। ଏହା ଆପଣଙ୍କ ଆଖିକୁ ଶୀତଳତା ପ୍ରଦାନ କରିବା ସହିତ ଆରାମ ମଧ୍ୟ ଦେଇଥାଏ।

୫. ଥଣ୍ଡା କ୍ଷୀର: ତୁଳା ନେଇ ଅଳ୍ପ ସମୟ କ୍ଷୀରରେ ବୁଡାଇ ରଖନ୍ତୁ। ଏହାପରେ ଏହି ତୁଳାକୁ ଆଖି ଉପରେ ରଖନ୍ତୁ ଓ ଧୀରେ ଧୀରେ ମସାଜ କରନ୍ତୁ। ମସାଜ କରିବା ସମୟରେ ଆଖିପତାକୁ ବନ୍ଦ ରଖିବେ। ଏପରି କରିବା ଦ୍ଵାରା ଆଖି ଫୁଲିବା କମ ହୋଇଯାଇଥାଏ।

୬.ଅଣ୍ଡା: ଅଣ୍ଡାର ଧଳା ଅଂଶକୁ ଏକ ବ୍ରଶ ସାହାଯ୍ୟରେ ଆଖିର ଚାରି ପାଖରେ ଲଗାନ୍ତୁ। ୨୦ମିନିଟ ରଖିବା ପରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ଵାରା ଆଖି ଫୁଲିବା କମ ହୋଇଯାଇଥାଏ।

୭.ବରଫ : ଆଖି ଫୁଲିବାକୁ ଦୂର କରିବା ପାଇଁ ଓ ଆଖିତଳ କଳଦାଗ ଦୂର କରିବା ପାଇଁ ବରଫର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଏକ କଟନ କପଡାରେ ଛୋଟ ବରଫ ଖଣ୍ଡେ ଗୁଡାଇ ଆଖି ଉପରେ ଧୀରେ ଧୀରେ ରଖନ୍ତୁ। ଏପରି ୧୦ମିନିଟ କରିବା ପରେ ସୁଫଳ ପାଇପାରିବେ।                

#health #puffyeye

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon