• ବେତାର ବ୍ୟୁରୋ

ଦୀପାବଳିରେ 59ବର୍ଷରେ ପଡୁଛି ଏହି ଯୋଗ : କଣ କିଣିବେ


(ବେତାର ବ୍ୟୁରୋ) ଚଳିତ ବର୍ଷ ଦୀପାବଳିକୁ ଦୀର୍ଘ 59ବର୍ଷ ପରେ ମାଲବ୍ୟ ଯୋଗର ବିଶେଷ ସଂଯୋଗ ପଡୁଛି। ଏହି ସଂଯୋଗ ସୂର୍ଯ୍ୟ, ଚନ୍ଦ୍ର ଓ ଶୁକ୍ର ଗ୍ରହର ନିଜ ନିଜ ମଧ୍ୟରେ ସ୍ଥିତିକୁ ନେଇ ସଂଗଠିତ ହୋଇଥାଏ। ଚଳିତ ବର୍ଷ ଦୀପାବଳୀରେ ଏହି ତିନୋଟି ଗ୍ରହ ତୁଳା ରାଶିରେ ଅବସ୍ଥାନ କରିବେ, ଯାହାକି ଏକ ବିରଳ ଯୋଗ । ଏହାପୂର୍ବରୁ 1959 ମସିହା ନଭେମ୍ବର 1 ତାରିଖରେ ଦୀପାବଳୀ ଦିନ ମାଲବ୍ୟ ଯୋଗ ହୋଇଥିଲା।

ଏହା ବ୍ୟତୀତ ବୁଧବାର ଦୀପାବଳୀ ତିଥି ପଡିଲେ ଏହା ଶୁଭ ହେଇଥାଏ । ଚଳିତ ବର୍ଷ ଦୀପାବଳି ନଭେମ୍ବର ମାସ 7 ତାରିଖରେ ପଡୁଛି, ଯାହାକି ବୁଧବାର । ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ ମାଲବ୍ୟ ଯୋଗର ସଂଯୋଗ ଓ ବୁଧବାର ସମସ୍ତ ବର୍ଗର ବ୍ୟବସାୟୀ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବା ସହିତ ଲାଭଦାୟକ ମଧ୍ୟ ହୋଇଥାଏ।

ତୁଳା ରାଶିର ସ୍ଵାମୀ ହେଉଛନ୍ତି ଶୁକ୍ର ଗ୍ରହ । ଏହି ଗ୍ରହ ସୁଖ ସମୃଦ୍ଧି, ସାଜସଜ୍ଜା, ପୋଷାକ, ସୁସ୍ଵାଦୁ ବ୍ୟଞ୍ଜନ, ପ୍ରେମ ସମ୍ବନ୍ଧ, ବ୍ୟବସାୟରେ ସଫଳତା, ଚାକିରିରେ ଦରମା ବୃଦ୍ଧି ଇତ୍ୟାଦିକୁ ସୁଚାଇ ଥାଏ । ଚଳିତ ଦୀପାବଳିରେ ଶୁକ୍ର ନିଜ ଗୃହରେ ସୂର୍ଯ୍ୟ ଓ ଚନ୍ଦ୍ର ଙ୍କ ସହିତ ଅବସ୍ଥାନ କରୁଥିବାରୁ ଏହାକୁ ଏକ ଶକ୍ତିଶାଳୀ ଯୋଗ ବୋଲି ବିବେଚନା କରାଯାଉଛି

ଏହି ମାଲବ୍ୟ ଯୋଗ ଓ ବୁଧବାରର ସଂଯୋଗ ଯୋଗୁଁ ବ୍ୟବସାୟୀ ମାନଙ୍କୁ କ୍ରୟ ଓ ବିକ୍ରୟରେ ଲାଭ ମିଳିବ। ଲୋକମାନଙ୍କ ମଧ୍ୟରେ କିଣିବାର ଶକ୍ତି ବଢିବ। ଯାନବାହାନ, ଅଳଙ୍କାର, କଂସାବାସନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ମୋବାଇଲ, ଘର ସଜାଇବା ଉପକରଣ ଓ ପୋଷାକ ବ୍ୟାପାରରେ ଉନ୍ନତି ହେବ। ବିଜ୍ଞାନ କ୍ଷେତ୍ରରେ ଦେଶକୁ ଉତ୍ତମ ପରିଣାମ ମିଳିବ। ଲୋକ ମାନଙ୍କର ଜୀବନ ସ୍ତରରେ ମଧ୍ୟ ଉନ୍ନତି ହେବ।

କେଉଁ ସମୟ କେଉଁ ସାମଗ୍ରୀ କିଣିବା ପାଇଁ ଶୁଭ ଜାଣିରଖନ୍ତୁ।

ଅକ୍ଟୋବର 30- ପୁରାଦିନ ଓ ମଧ୍ୟରାତ୍ରି 3.52ମିନିଟ ପର୍ଯ୍ୟନ୍ତ ରବିଯୋଗ ରହିବ। ତ୍ରିପୁଷ୍କର ଯୋଗ ଦ୍ଵିପହର 1.08ମିନିଟରୁ ମଧ୍ୟରାତ୍ରି 3.52ମିନିଟ ପର୍ଯ୍ୟନ୍ତ ରହିବ। ଏହି ସମୟ ଜମିବାଡି, ଯାନବାହାନ ଓ କୋଠାଘର କିଣିବା ପାଇଁ ଅତ୍ୟନ୍ତ ଶୁଭ ଅଟେ।

ନଭେମ୍ବର 2 ଓ 3- କୁମାରଯୋଗ ନଭେମ୍ବର 2 ତାରିଖ ସକାଳ 7.10ମିନିଟରୁ ରାତି 11.59 ମିନିଟ ପର୍ଯ୍ୟନ୍ତ ରହିବ। ସର୍ବାର୍ଥସିଦ୍ଧି ଯୋଗ ରାତି 11.59ମିନିଟରୁ ନଭେମ୍ବର 3 ତାରିଖ ସକାଳ 6.41ମିନିଟ ପର୍ଯ୍ୟନ୍ତ ରହିବ। ଏହି ସମୟ ପୋଷାକ, ବିଛଣା ଚାଦର ଓ ଚାନ୍ଦୀର ପାତ୍ର କିଣିବା ପାଇଁ ଶୁଭ ଅଟେ।

ନଭେମ୍ବର 3 ଓ 4- ତ୍ରିପୁଷ୍କର ଯୋଗ ନଭେମ୍ବର 3 ତାରିଖ ମଧ୍ୟରାତ୍ରି 3.14ମିନିଟରୁ ନଭେମ୍ବର 4 ତାରିଖ ରାତି 9.35 ମିନିଟ ପର୍ଯ୍ୟନ୍ତ ରହିବ। ଏହି ସମୟରେ କିଣାଯାଇଥିବା ସାମଗ୍ରୀ ବା ଆରମ୍ଭ ହେଉଥିବା କାର୍ଯ୍ୟ ଗୃହ ଓ ବ୍ୟବସାୟରେ ତିନିଗୁଣା ଲାଭ ପ୍ରଦାନ କରିଥାଏ ।

ନଭେମ୍ବର 5 (ଧନତେରାସ)- ଏହିଦିନ ପ୍ରତ୍ୟେକ ଜିନିଷ କ୍ରୟ ପାଇଁ ସ୍ଵୟଂସିଦ୍ଧ ଭାବରେ ଅପୂର୍ବ ମୁହୂର୍ତ୍ତ ହୋଇଥାଏ।

(ବି ଦ୍ର : ଏହି ଗ୍ରହ ଚଳନର ଫଳାଫଳ ସମସ୍ତ ରାଶି ଅନୁସାରେ ଦିଆଯାଇଛି । ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #malabyayoga

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon