• ବେତାର ବ୍ୟୁରୋ

ଭାରତୀୟ ସେନାରେ +2ପାସଙ୍କ ପାଇଁ ନିଯୁକ୍ତି ସୁଯୋଗ, ଆରମ୍ଭ ଦରମା ₹56,000


(ବେତାର ବ୍ୟୁରୋ) ଭାରତୀୟ ସେନାରେ ଟେକ୍ନିକାଲ ବିଭାଗରେ ନିଯୁକ୍ତି ପାଇଁ ଭାରତୀୟ ସେନା ତରଫରୁ ଅବିବାହିତ ଯୁବକଙ୍କ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି। ଯୁକ୍ତ ଦୁଇରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ  70% ଅଧିକ ମାର୍କ ରଖି ପାସ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଯେଉଁ ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ନଭେମ୍ବର ମାସ 27 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଭାରତୀୟ ସେନାରେ ଟେକ୍ନିକାଲ ବିଭାଗରେ ନିଯୁକ୍ତି ପାଇଁ ମୋଟ 90ଟି ପଦବୀ ପ୍ରକାଶ ପାଇଛି। ସଂସ୍ଥାର ଅବଶ୍ୟକତା ଅନୁଯାୟୀ ଏହା ପରବର୍ତ୍ତୀ ସମୟରେ କମ କିମ୍ବା ଅଧିକ ହୋଇପାରେ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଭାରତୀୟ ସେନାର ଟେକ୍ନିକାଲ ବିଭାଗରେ କାମ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ସମୟରେ ମାସିକ ଟ.56,100 ଦରମା ପ୍ରଦାନ କରାଯିବ।

ବୟସସୀମା

ଯେଉଁ ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିବାକୁ ଚାହୁଁଛନ୍ତି ତାଙ୍କ ବୟସ 16ବର୍ଷ 6ମାସରୁ 19 ବର୍ଷ 6ମାସ ମଧ୍ୟରେ ହୋଇଥିବା ଆବଶ୍ୟକ। ଅର୍ଥାତ ଜାନୁୟାରୀ 1 ତାରିଖ 2000 ମସିହାରୁ ଜାନୁୟାରୀ 1 ତାରିଖ 2003 ମସିହା ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ ଯେ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଯୁକ୍ତଦୁଇରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟ ରଖି 70% ଅଧିକ ମାର୍କ ରଖି ପାସ କରିଥିବା ଜରୁରୀ।

କିପରି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀ କେବଳ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ଭାରତୀୟ ସେନାର ଅଫିସିଆଲ ୱେବସାଇଟ www.joinindianarmy.nic.in ରେ ଲଗଇନ କରିବେ ଓ apply online ଅପ୍ସନରେ କ୍ଲିକ କରିବେ। ବିଜ୍ଞପ୍ତିକୁ ଭଲ ଭାବରେ ପଢିବା ପରେ ଏହାକୁ ଆବେଦନ କରନ୍ତୁ ଓ ସମସ୍ତ ତଥ୍ୟ ସଠିକ ଭାବରେ ପୂର୍ଣ୍ଣ କରିବା ପରେ ଯାଞ୍ଚ କରି ସବମିଟ କରିବେ।

ଆବେଦନ କରିବାର 30 ମିନିଟ ପରେ ପ୍ରାର୍ଥୀଙ୍କୁ ଏକ ରୋଲନମ୍ବର ପଠାଯିବ। ଏହା ସାହାଯ୍ୟରେ ପ୍ରାର୍ଥୀ ଅନଲାଇନ ଆବେଦନ କରିଥିବା ଫର୍ମର ଦୁଇଟି କପି ବାହାର କରିପାରିବେ ଓ ଏହା ସିଲେକ୍ସନ ସମୟରେ ଆବଶ୍ୟକ ହେବ।

ଚୟନ ପଦ୍ଧତି

ଉପଯୁକ୍ତ ପ୍ରାର୍ଥୀଙ୍କୁ ସାକ୍ଷାତକାର, ଡାକ୍ତରୀ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ସେନାର ଅଫିସିଆଲ ୱେବସାଇଟ www.joinindianarmy.nic.in ରେ ଲଗଇନ କରନ୍ତୁ।

#jobs #govtjobs #indianarmy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon