• ବେତାର ବ୍ୟୁରୋ

ଅଫିସରେ ଝଗଡା ଲାଗି ରହୁଛି କି? ଘରୁ ବାହାରିବା ପୂର୍ବରୁ କରନ୍ତୁ ଏହି କାମ


(ବେତାର ବ୍ୟୁରୋ) ବାସ୍ତୁ ଶାସ୍ତ୍ରରେ ମନୁଷ୍ୟ ଜୀବନ ସହିତ ଜଡିତ ସବୁ ପ୍ରକାର ସମସ୍ୟାକୁ ସମାଧାନ କରିବାର ଉପାୟ ରହିଛି। ଅଫିସରେ ଚାକିରୀ କରୁଥିବା ବ୍ୟକ୍ତି କିମ୍ବା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅନେକ ଊପାୟ ବାସ୍ତୁଶାସ୍ତ୍ରରେ ରହିଛି। ଅଧିକାଂଶ ସମୟରେ ଅଫିସରେ ଚାକିରୀ କରୁଥିବା ବ୍ୟକ୍ତିଙ୍କର ଅଫିସରେ ଗୋଟିଏ ଗୋଟିଏ ଦିନ ବିନା କାରଣରେ ଖରାପ ହୋଇଥାଏ। କିଛି ଭୁଲ ନଥାଇ ମଧ୍ୟ ଦିନଟି ବହୁତ ଖରାପ ହୋଇଥାଏ।

ତେବେ ବାସ୍ତୁ ଶାସ୍ତ୍ରରେ ଏପରି କିଛି ଉପାୟ ରହିଛି ଯାହାକୁ ପ୍ରତିଦିନ କରିବା ଦ୍ଵାରା ଆପଣଙ୍କୁ ଚାକିରୀ ଓ ବ୍ୟବସାୟରେ ସଫଳତା ମିଳିବାର ସମ୍ଭାବନା ବଢିଯାଇଥାଏ। ଜାଣିରଖନ୍ତୁ ସେହି ଉପାୟ ଗୁଡିକ କଣ।

୧. ଯେ କୌଣସି କାମ ପାଇଁ ଘରୁ ବାହାରକୁ ଯିବା ସମୟରେ ମାତାପିତାଙ୍କ ପାଦ ଛୁଇଁ ଯିବା ଦ୍ଵାରା ଶୁଭଫଳ ମିଳିଥାଏ ଓ ଅସଫଳ କାମ ମଧ୍ୟ ସଫଳ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହା ବିଷୟରେ ଉଲ୍ଲେଖ ରହିଛି। ପ୍ରତିଦିନ ଅଫିସ ଯିବା ସମୟରେ ପିତାମାତାଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ, ସଫଳତା ପ୍ରାପ୍ତି ହେବ।

୨.ଯଦି ଅଫିସ ଯିବା ସମୟରେ ଆପଣ ତରବର ହେଉଛନ୍ତି ଓ ଆପଣଙ୍କ ପାଖରେ ଅଧିକ ସମୟ ନାହିଁ, ତଥାପି ଠାକୁରଙ୍କ ପାଖରେ ପୁଷ୍ପ ଅର୍ପଣ କରିବାକୁ ଭୁଲନ୍ତୁ ନାହିଁ। ମଥା ନୂଆଇଁ ଥରୁଟିଏ ପ୍ରଣାମ କରନ୍ତୁ ଓ ଠାକୁରଙ୍କ ପାଦରେ ଫୁଲଟିଏ ଅର୍ପଣ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ।

୩.ସକାଳୁ ସକାଳୁ ଅଫିସ କିମ୍ବା କୌଣସି ଜରୁରୀ କାମରେ ଯାଉଥିଲେ ମଥାରେ ଚନ୍ଦନ ଟୀକା ନିଶ୍ଚିନ୍ତ ଭାବରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ଵ ଅଧିକ ଆକର୍ଷିତ ହୋଇଥାଏ ଓ କାର୍ଯ୍ୟରେ ସଫଳତା ମିଳିବାର ଆଶଙ୍କା ବଢିଯାଇଥାଏ।

୪.ଘରୁ କୌଣସି ଶୁଭ କାମ ହେଉ ବା ଅଫିସ ଯିବା ସମୟରେ ଘର ଛାତ ଉପରେ ଗୋଟିଏ ପାତ୍ରରେ ଗହମ ବା ଚାଉଳ ଓ ଅନ୍ୟ ଏକ ପାତ୍ରରେ ପାଣି ରଖି ବାହାରକୁ ଯାଆନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଘର ଓ ଅଫିସରେ ଶୁଭଫଳ ପ୍ରାପ୍ତି ହେବ।

୫.ଯଦି ଆପଣ କୌଣସି ସାକ୍ଷାତକାର ପାଇଁ ଯାଉଛନ୍ତି ବା ଅଫିସର କୌଣସି ବିଶେଷ କାମ ପାଇଁ ଯାଉଛନ୍ତି ତେବେ ଗୁଡ ଖାଇ ଓ ପାଣି ପିଇ ବାହାରକୁ ଯାଆନ୍ତୁ। ଆପଣଙ୍କୁ ନିଜ ପରିଶ୍ରମର ସୁଫଳ ମିଳିବା ସହିତ ଶୁଭଫଳ ପ୍ରାପ୍ତି ହେବ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastutips #vastu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon