• ବେତାର ବ୍ୟୁରୋ

ଓଡିଶା ହାଇଡ୍ରୋ ପାୱାରରେ 96ଟି ପଦ ପାଇଁ ବିଜ୍ଞପ୍ତି


(ବେତାର ବ୍ୟୁରୋ) ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ (OHPC) ତରଫରୁ 96ଟି ଡିପ୍ଲୋମା ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ, ଗ୍ରାଜୁଏଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ଓ ମ୍ୟାନେଜମେଣ୍ଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଆବେଦନ କରିବାକୁ ଚାହୁଁଥିବା ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ନଭେମ୍ବର 10 ତାରିଖରୁ ଡିସେମ୍ବର 5 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନ ଫି ପଇଠ କରିବାର ଶେଷ ତାରିଖ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ରହିଛି। ପରୀକ୍ଷା ପାଇଁ ଡିସେମ୍ବର 8 ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ ପରୀକ୍ଷା ଡିସେମ୍ବର ମାସର ମଧ୍ୟ ସପ୍ତାହରେ ହେବ।

ପଦବୀ ସଂଖ୍ୟା

ଡିପ୍ଲୋମା ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ, ଗ୍ରାଜୁଏଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ଓ ମ୍ୟାନେଜମେଣ୍ଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ପଦରେ ନିଯୁକ୍ତି ପାଇଁ ମୋଟ 96ଟି ପଦ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଦରମା

ଡିପ୍ଲୋମା ଇଞ୍ଜିନିୟର ପ୍ରଶିକ୍ଷାର୍ଥୀଙ୍କୁ ଟ୍ରେନିଂ ସମୟରେ ମାସିକ ଟ.22,500 ଓ ଗ୍ରାଜୁଏଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ, ମ୍ୟାନେଜମେଣ୍ଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀଙ୍କୁ ମାସିକ ଟ.28,000 ଦରମା ପ୍ରଦାନ କରାଯିବ। ଏକବର୍ଷର ଟ୍ରେନିଂ ପରେ ପ୍ରାର୍ଥୀଙ୍କୁ ରେଗୁଲାର ଭାବରେ ନିଯୁକ୍ତି କରାଯିବ।

ବୟସସୀମା

ଡିପ୍ଲୋମା ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଅକ୍ଟୋବର 1 ତାରିଖ 2018 ସୁଦ୍ଧା 18 ବର୍ଷରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ ଗ୍ରାଜୁଏଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ, ମ୍ୟାନେଜମେଣ୍ଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 21 ବର୍ଷରୁ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଡିପ୍ଲୋମା ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ପଦରେ ଆବେଦନ କରିବାପାଇଁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରୁ ଉକ୍ତ ବିଭାଗରେ 60% ମାର୍କ ରଖି ଡିପ୍ଲୋମା ପାସ କରିଥିବା ଆବଶ୍ୟକ। ଗ୍ରାଜୁଏଟ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ 60% ମାର୍କ ରଖି ଡିଗ୍ରୀ ପାସ କରିଥିବା ଆବଶ୍ୟକ। ସେହିପରି ମ୍ୟାନେଜମେଣ୍ଟ ଇଞ୍ଜିନିୟର ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଏମ.ବି.ଏ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ ଫି ବାବଦରେ ସାଧାରଣ ବର୍ଗ ଓ ଏସ.ଇ.ବି.ସି ପ୍ରାର୍ଥୀଙ୍କୁ ଟ.750 ଦେବାକୁ ପଡିବ ଓ ଅନୁସୂଚିତ ଜାତି, ଜନଜାତି ଏବଂ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହି ଫି ନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ଚାଲାଣ ମାଧ୍ୟମରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀ ଆବେଦନ କରିବା ପାଇଁ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ (OHPC)ର ଅଫିସିଆଲ ୱେବସାଇଟ www.ohpcltd.com ରେ ଲଗଇନ କରି ଆବେଦନ କରିପାରିବେ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ (OHPC)ର ଅଫିସିଆଲ ୱେବସାଇଟ www.ohpcltd.com ରେ ଲଗଇନ କରିପାରିବେ।

#jobs #OHPCrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon