• padmabati kund

ବିଗବସରୁ ବାହାରି ଅନୁପ ଜଲୋଟା ଏଇଆ ସବୁ କହିଲେ


(ବେତାର ବ୍ୟୁରୋ) ବିଗବସ12ର ଷଷ୍ଠ ଅଧ୍ୟାୟରେ କମ ଭୋଟ ମିଳିବା କାରଣରୁ ଅନୁପ ଜଲୋଟା ଓ ସବା ଖାନ ଶୋ’ରୁ ବାହାରିଯାଇଛନ୍ତି। ଘରକୁ ପ୍ରବେଶ କରିବା ସମୟରେ ସବୁଠାରୁ ଚର୍ଚ୍ଚାରେ ଥିବା ଭଜନ ଗାୟକ ଅନୁପ ଜଲୋଟା, ବିଗବସ ଘରୁ ବାହାରିବା ପରେ ମଧ୍ୟ ନିଜ ବୟାନକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ବିଗବସ ଘରୁ ବାହାରକୁ ଆସିବା ପରେ ଜସଲିନ ମଥାରୁଙ୍କ ସହ ଥିବା ମିଛ ସମ୍ପର୍କ ଉପରୁ ମଧ୍ୟ ପରଦା ଉଠାଇଛନ୍ତି।

ବିଗବସ ଘରୁ ବାହାରିବା ପରେ ଅନୁପ ଜଲୋଟା କହିଛନ୍ତି ଯେ, ଜସଲିନ ଓ ତାଙ୍କ ମଧ୍ୟରେ କିଛି ବି ପ୍ରେମ ସମ୍ପର୍କ ନାହିଁ। ସେମାନେ କେବଳ ଘର ଭିତରକୁ ଗୁରୁ ଓ ଶିଷ୍ୟ ଯୋଡି ଭାବରେ ପ୍ରବେଶ କରିଥିଲେ। କିନ୍ତୁ ବିଗବସ ଘର ଭିତରକୁ ଦୁହେଁ ପ୍ରବେଶ କରିବା ସମୟରେ ଜସଲିନ କହିଥିଲେ ଯେ, ସେ ଅନୁପଙ୍କ ସହ ତିନିବର୍ଷ ହେବ ପ୍ରେମ ସମ୍ପର୍କରେ ଅଛନ୍ତି।

ବିଗବସରୁ ବାହାରକୁ ଆସିବା ପରେ ଅନୁପ ମିଡିଆ ସହିତ ହୋଇଥିବା ସାକ୍ଷାତକାରରେ କହିଛନ୍ତି, “ଜସଲିନଙ୍କୁ ବିଗବସରୁ ଡକରା ଆସିବା ପରେ ସେ ମୋ ପାଖକୁ ଆସିଥିଲେ, କିନ୍ତୁ ତାଙ୍କୁ ଏକ ବିଚିତ୍ର ଯୋଡି ସହ ଘର ଭିତରକୁ ପ୍ରବେଶ କରିବାର ଥିଲା। ମୋର ବହୁତ ଶୋ’ ଥିବାରୁ ଯାଇପାରିବିନି ବୋଲି କହିଥିଲି। ଏହାପରେ ଜସଲିନଙ୍କ ପିତା ମତେ କଲ କରିଥିଲେ ଓ କହିଥିଲେ, ବିଗବସ ଘରକୁ ଆପଣ ମୋ ଝିଅ ସହିତ ଗଲେ ଜସଲିନର ବହୁତ ଭଲ ହେବ।“

ଏହାପରେ ଅନୁପ କହିଥିଲେ, “ ମୁଁ ଜାଣି ସାରିଥିଲି ଯେ, ମୋ ସହିତ ଜସଲିନ ବିଗବସ ଘରକୁ ଗଲେ ତାକୁ ସମସ୍ତେ ଜାଣିବେ। ମତେ ଯେଉଁମାନେ ଜାଣିଛନ୍ତି ସେମାନେ ଜସଲିନକୁ ବି ଜାଣିବେ।“ ଏହାସହିତ ଜସଲିନଙ୍କ ସହ ତାଙ୍କର କୌଣସି ଶାରୀରିକ ସମ୍ପର୍କ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଅନ୍ୟ ଏକ ସାକ୍ଷାତକାରରେ ସେ ଜସଲିନଙ୍କ କନ୍ୟାଦାନ କରିବା କଥା ମଧ୍ୟ କହିଛନ୍ତି।

ଜସଲିନ-ଶିbaaଶିଷ

ଅନୁପ ଜଲୋଟା ବିଗବସ ଘରୁ ବାହାରିଯିବା ପରେ ଶିବାଶିଷ ଓ ଜସଲିନଙ୍କ ମଧ୍ୟରେ ସମ୍ପର୍କ ବଢୁଥିବାର ଦେଖିବାକୁ ମିଳିଛି। ବଲିଉଡ ଲାଇଫର ରିପୋର୍ଟ ଅନୁଯାୟୀ, ଯେତେବେଳେ ଅନୁପଙ୍କୁ ଜସଲିନ ଓ ଶିବାଶିଷଙ୍କର ସମ୍ପର୍କ ବିଷୟରେ ପଚରାଗଲା ସେ କହିଲେ ଯେ, ଯଦି ଆଗକୁ ଜସଲିନ ଓ ଶିବାଶିଷଙ୍କ ଭିତରେ ପ୍ରେମ ସମ୍ପର୍କ ସୃଷ୍ଟି ହୁଏ ତେବେ ତାଙ୍କର କିଛି ଆପତ୍ତି ନାହିଁ, କାରଣ କିଛିଦିନ ହେବ ଦୁହିଁଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳୁଛି। ଏପରିକି ଦୁହେଁ ପରସ୍ପରକୁ ନୋମିନେସନ ପ୍ରକ୍ରିୟାରେ ମଧ୍ୟ ବଞ୍ଚାଇଛନ୍ତି।

ଅନୁପ ବିଗବସ ଘରୁ ବାହାରିବା ପରେ ଏପରି ବୟାନ ଦେଇଛନ୍ତି ଶୁଣିବା ପରେ ଜସଲିନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି କଥାକୁ ନେଇ ସେ ଦୁଃଖୀ ହେବା ସହିତ ରାଗିଯିବାର ମଧ୍ୟ ଦେଖିବାକୁ ମିଳିଛି। ଅନୁପ ତାଙ୍କ ସହ ସମ୍ପର୍କକୁ ନେଇ ଏପରି କେମିତି କହିଲେ ବୋଲି ମଧ୍ୟ ସେ ବୟାନ ଦେଇଛନ୍ତି।

#entertainment #biggboss12 #anupjalota #jaslinmatharu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon