- ବେତାର ବ୍ୟୁରୋ
ଚାକିରୀ କରିବା ପାଇଁ କେଉଁଟା ଜରୁରୀ : ଶିକ୍ଷାଗତ ଯୋଗ୍ୟତା ନା ଦକ୍ଷତା

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଥାଏ ଯେ, ଗୋଟିଏ ଭଲ ଚାକିରୀ ପାଇବା ପାଇଁ ଶିକ୍ଷାଗତ ଯୋଗ୍ୟତା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ନ ନିଜର ଦକ୍ଷତା। ବର୍ତ୍ତମାନ ସମୟରେ ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତା ଥିବା କର୍ମଚାରୀ ଓ ଗ୍ରାଜୁଏଟ ପାସ କରିନଥିବା କର୍ମଚାରୀଙ୍କ ରୋଜଗାରରେ ବହୁତ ବଡ ଫରକ ଦେଖିବାକୁ ମିଳୁଛି। ଯାହା ଫଳରେ ଅସମାନତା ବଢିବାରେ ଲାଗିଛି। ଚାକିରୀ ଦେବା ପାଇଁ ଉପଯୁକ୍ତ ପ୍ରାର୍ଥୀ ଖୋଜାଯିବା ସମୟରେ ଚୟନକର୍ତ୍ତା ମାନେ ସବୁବେଳେ ପ୍ରାର୍ଥୀଙ୍କର କଲେଜ ଡିଗ୍ରୀକୁ ଅଧିକ ଗୁରୁତ୍ଵ ଦେଇଥାଆନ୍ତି।
ଏକ ନିର୍ଦ୍ଧିଷ୍ଟ ବିଦ୍ୟାଳୟ ଦ୍ଵାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ନିଜ କମ୍ପାନୀର କାମ ସହିତ ପ୍ରାର୍ଥୀଙ୍କର ଶିକ୍ଷାର କିଛି ସମ୍ପର୍କ ନଥିଲେ ମଧ୍ୟ ଚୟନକର୍ତ୍ତା ମାନେ ନିଜ କାମ ପାଇଁ ଅଧିକ ଶିକ୍ଷିତ ପ୍ରାର୍ଥୀଙ୍କୁ ବାଛି ଥାଆନ୍ତି। କାରଣ, ଅଧିକ ଶିକ୍ଷିତ ଓ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଅଧିକ କାର୍ଯ୍ୟଦକ୍ଷ ବୋଲି ବିବେଚନା କରାଯାଇଥାଏ।
ୟୁନିଭର୍ସିଟି ଅଫ କାଲିଫୋର୍ଣ୍ଣିଆ ଲସ ଆଞ୍ଜେଲ୍ସର କାରୋଲିନା ଆର୍ଟେଗାଙ୍କ ଦ୍ଵାରା କରାଯାଇଥିବା ଏକ ନୂତନ ଅଧ୍ୟୟନରେ ସେ ଦର୍ଶାଇଛନ୍ତି ଯେ, ଚୟନକର୍ତ୍ତା ମାନେ ପ୍ରାର୍ଥୀମାନଙ୍କର ଦକ୍ଷତା ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି, ଯାହାକି ସେମାନେ କଲେଜରୁ ଶିଖୁଛନ୍ତି। ପ୍ରାର୍ଥୀଙ୍କର ଏହି ଦକ୍ଷତା ପାଇଁ ଅଧିକ ଦରମା ମଧ୍ୟ ପ୍ରଦାନ କରୁଛନ୍ତି। ଲସ ଆଣ୍ଡେସ ୟୁନିଭର୍ସିଟି ଅଫ କଲୋମ୍ବିଆରେ 2006 ମସିହାରେ ଅର୍ଥଶାସ୍ତ୍ର ଓ ବ୍ୟବସାୟ ବିଭାଗର ପାଠ୍ୟକ୍ରମରେ କରାଯାଇଥିବା ସଂସ୍କାରର ପ୍ରଭାବକୁ ମଧ୍ୟ ସେ ବିଶ୍ଳେଷଣ କରିଛନ୍ତି। ଏହି ସଂସ୍କାର ଅଣାଯିବା ପରେ କ୍ଳାସ ସଂଖ୍ୟା ଗୁଡିକୁ କମ କରଯାଇଥିଲା।
ଆର୍ଟେଗା ଆହୁରି ମଧ୍ୟ କହିଛନ୍ତି, ଏହି ସଂସ୍କାର ଆସିବା ପରେ ପାଠ୍ୟକ୍ରମ ଗୁଡିକ କମ ହୋଇଯାଇଥିଲା, ଅର୍ଥାତ ଛାତ୍ରଛାତ୍ରୀମାନେ କମ ଜ୍ଞାନ ଓ ଦକ୍ଷତା ସହ ଗ୍ରାଜୁଏଟ ପାସ ପାରୁଥିଲେ, କିନ୍ତୁ କଲେଜ ନାମ ଲେଖାଉଥିବା ଛାତ୍ରଙ୍କ ସଂଖ୍ୟା ସମାନ ରହିଥିଲା।
କମ ପାଠ୍ୟକ୍ରମ, ଅଧିକ ଦରମା
ଏହି ସଂସ୍କା ଆସିବା ପରେ ଓ ଏହାର ପୂର୍ବରୁ ଗ୍ରାଜୁଏଟଙ୍କର ଦରମାକୁ ତୁଳନା କରିଥିଲେ। ଏହାସହିତ ଅନ୍ୟ ଯେଉଁ କଲେଜଗୁଡିକର ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ କରଯାଇଥିଲା, ସେଠାକାର ଛାତ୍ରଛାତ୍ରୀଙ୍କର ଦରମା ସହିତ ମଧ୍ୟ ତୁଳନା କରିଥିଲେ। ଏହି ତୁଳନାରୁ ସେ ପାଇଥିଲେ ଯେ, ପାଠ୍ୟକ୍ରମରେ ସଂସ୍କାର କରାଯାଇଥିବା କଲେଜର ଅର୍ଥଶାସ୍ତ୍ର ଛାତ୍ରଛାତ୍ରୀଙ୍କ ଦରମା 16% ଓ ବ୍ୟବସାୟ ବିଭାଗର ଛାତ୍ରଛାତ୍ରୀଙ୍କ ଦରମା 13% କମ ହୋଇଛି। ଏହାସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଖୁବ କମ ସଂଖ୍ୟକ ଛାତ୍ରଛାତ୍ରୀମାନେ ଅଧିକ ଦରମା ପାଉଥିବା ଚାକିରୀ କରିଥିଲେ।
ପାଠ୍ୟକ୍ରମକୁ କମ କରାଯିବା ପରେ ଦରମାରେ ଏହି ପ୍ରଭେଦ ଦେଖାଦେଇଛି ବୋଲି ସେ ମତ ଦେଇଛନ୍ତି। ତାଙ୍କ ମତରେ ପ୍ରାର୍ଥୀମାନଙ୍କର ଦକ୍ଷତା ତାଙ୍କୁ ଅଧିକ ରୋଜଗାର କରିବାର ସୁଯୋଗ ଦେଇଥାଏ। ସେ ଅନେକ ଚୟନକର୍ତ୍ତାଙ୍କ ସହିତ ସାକ୍ଷାତ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ଚୟନକର୍ତ୍ତାମାନେ ମତ ଦେଇଥିଲେ ଯେ, “ପ୍ରାର୍ଥୀମାନଙ୍କୁ ଚୟନ କରିବା ସମୟରେ ଆମେ ସେମାନଙ୍କର ଦକ୍ଷତାକୁ ଅଧିକ ଗୁରୁତ୍ଵ ଦେଇଥାଉ ଓ କଲେଜ ମାନଙ୍କରୁ ଶିଖିଥିବା ସ୍ଵତନ୍ତ୍ର ଜ୍ଞାନକୁ ଗୁରୁତ୍ଵ ଦେଇଥାଉ। ନିର୍ଦ୍ଧିଷ୍ଟ କାମ ପାଇଁ ନିର୍ଦ୍ଧିଷ୍ଟ ଭାବରେ ନିଯୁକ୍ତି ପ୍ରକ୍ରିୟାକୁ ଡିଜାଇନ କରାଯାଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିଥାଉ। “