• padmabati kund

ଭାଇରାଲ ହେଉଛି ଶାହରୁଖ ଓ ଅମିରଙ୍କ ଏହି ଫଟୋ


(ବେତାର ବ୍ୟୁରୋ) ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ଦୁଇଟି ପୋଷ୍ଟର ରିଲିଜ ହୋଇଯାଇଛି। ଏହି ପୋଷ୍ଟରରେ କାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାଟ୍ରିନା ଓ ଅନୁଷ୍କାଙ୍କ ସହ ଶାହରୁଖଙ୍କ କେମେଷ୍ଟ୍ରିକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ତେବେ ଏହା ମଧ୍ୟରେ ଶାହରୁଖ ଖାନଙ୍କ ସହିତ ଅମିର ଖାନଙ୍କ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର ହୋଇଛି, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

ଶାହରୁଖ ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅମିର ଖାନଙ୍କ ସହ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଶାହରୁଖ ନିଜ ପୋଷ୍ଟରେ ଲେଖିଛନ୍ତି, “ଠଗି ସେ ମିଲି ହଗ”। ଦୀପାବଳିରେ ରିଲିଜ ହେବାକୁ ଯାଉଥିବା ଅମିର ଖାନଙ୍କ ଆଗାମୀ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ଥାନ’କୁ ଇଙ୍ଗିତ କରି ଶାହରୁଖ ଖାନ ଏପରି ଲେଖିଛନ୍ତି।

ଏହି ଫଟୋରେ ଦୁଇ ସୁପରଷ୍ଟାରଙ୍କୁ ଦେଖିବା ପରେ ଦର୍ଶକମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦୁହିଙ୍କ ଯୋଡି କମାଲ ଲାଗୁଛି ବୋଲି କିଛି ଦର୍ଶକ ଲେଖିଥିବା ବେଳେ ଫଟୋରେ ସଲମାନ ଖାନ ରହିଥିଲେ ଆହୁରି ଭଲ ହୋଇଥାଆନ୍ତା ବୋଲି କିଛି ଦର୍ଶକ ଲେଖିଛନ୍ତି। ବଲିଉଡର ଏହି ତିନି ଖାନଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକମାନେ ସବୁବେଳେ ଚାହିଁଥାଆନ୍ତି। ଏହି ତିନି ଖାନ ଏକାଠି ଫିଲ୍ମ କରନ୍ତୁ ବୋଲି ମଧ୍ୟ ଦର୍ଶକ ମାନେ ଆଶା ରଖିଛନ୍ତି।

ଶାହରୁଖ ଖାନ ନିଜ ଟ୍ଵିଟର ଆକାଉଣ୍ଟରେ ଫିଲ୍ମର ପ୍ରଥମ ଦୁଇଟି ପୋଷ୍ଟର ଶେୟାର କରିଛନ୍ତି। ଗୋଟିଏ ପୋଷ୍ଟରେ କାଟ୍ରିନାଙ୍କ ସହ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ପୋଷ୍ଟରରେ ଅନୁଷ୍କାଙ୍କ ସହ ଦେଖିବାକୁ ମିଳିଛି। ଅନୁଷ୍କା ଏହି ପୋଷ୍ଟରରେ ହ୍ୱୀଲ ଚେୟାରରେ ବସିଥିବାର ଦେଖିବାକୁ ମିଳିଛି।

ଅନ୍ୟପଟେ ଅମିର ଖାନ ‘ଜିରୋ’ର ଟ୍ରେଲର ଦେଖିବା ସହିତ ଟ୍ଵିଟରରେ ମଧ୍ୟ ଏହାର ପ୍ରଶଂସା କରିଛନ୍ତି। ସେ ଟ୍ଵିଟରରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ଏବେ ଏବେ ଜିରୋ ର ଟ୍ରେଲର ଦେଖିଲି। ବହୁତ ବଢିଆ ହୋଇଛି। ଟ୍ରେଲର ଦେଖିବା ପରେ ଫିଲ୍ମ ଦେଖିବାକୁ ଆଉ ଅପେକ୍ଷା କରିହେଉନାହିଁ। “ ଏହାର ଟ୍ରେଲର ନଭେମ୍ବର 3 ତାରିଖରେ ରିଲିଜ କରାଯିବ।

ଶାହରୁଖ ଏଥିରେ ଜଣେ ବାମନ ଲୋକର ଚରିତ୍ରରେ ଅଭିନୟ କରିଛନ୍ତି । ମୁଖ୍ୟ ନାୟିକା ଭାବରେ କାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। କାଟ୍ରିନା ଏଥିରେ ଜଣେ ସୁପରଷ୍ଟାର ଚରିତ୍ରରେ ଅଭିନୟ କରୁଥିବା ବେଳେ ଅନୁଷ୍କା ଏଥିରେ ଜଣେ ମାନସିକ ବିକାରଗ୍ରସ୍ତ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି।

ଏହାବ୍ୟତୀତ ଅନ୍ୟାନ୍ୟ ଭୂମିକାରେ ଅଭୟ ଦେଓଲ ଓ ତିଗ୍ମାଂଶୁ ଧୁଲିଆଙ୍କୁ ଅଭିନୟ କରିଛନ୍ତି। ସଲମାନ ଖାନଙ୍କ ସହିତ ଦୀପିକା ପାଦୁକୋନ, ଶ୍ରୀଦେବୀ,ରାଣୀ ମୁଖାର୍ଜୀ, କାଜୋଲ, ଆଲିୟା ଭଟ୍ଟ, କରିଶ୍ମା କପୁର, ଜୁହୀ ଚାୱଲା ଓ ଆର. ମାଧବନଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିବ।

“ଜିରୋ” ଫିଲ୍ମର ଟିଜର ଜୁନ ମାସରେ ରିଲିଜ ହୋଇଥିଲା। ଏଥିରେ ସଲମାନ ଖାନ ଓ ଶାହରୁଖ ଖାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଥିଲା ଓ ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରିଥିଲେ। 

ରେଡ୍ ଚିଲ୍ଲୀ ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ରାୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ରାୟ ଓ ଗୌରି ଖାନ। ଫିଲ୍ମର କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା। କିଙ୍ଗ ଖାନଙ୍କର ଏହି ଆଗାମୀ ଫିଲ୍ମଟି ଆସନ୍ତା ଡିସେମ୍ବର ମାସ 21 ତାରିଖରେ ରିଲିଜ ହେବ।

#entertainment #zero #shaharukhkhan #amirkhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon