• padmabati kund

ହ୍ଵାଟସଅପ ଗ୍ରୁପ ଚାଟରେ ପଠାଇ ପାରିବେ ପ୍ରାଇଭେଟ ମେସେଜ : କେମିତି ଜାଣନ୍ତୁ


(ବେତାର ବ୍ୟୁରୋ) ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ ଆପ ହ୍ଵାଟସଅପ ତରଫରୁ ଏହାର ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର ସବୁ ଲଞ୍ଚ କରାଯାଉଛି। ହ୍ଵାଟସଅପର ଆଣ୍ଡ୍ରଏଡ ବିଟା ଭର୍ସନରେ ପ୍ରାଇଭେଟ ରିପ୍ଳାୟ ନାମକ ଏକ ଫିଚର ଲଞ୍ଚ କରାଯାଇଛି। ଏହି ଫିଚର ସାହାଯ୍ୟରେ ବ୍ୟବହାରକାରୀ ଯେ କୌଣସି ହ୍ଵାଟସଅପ ଗ୍ରୁପରୁ କୌଣସି ଜଣେ ବ୍ୟକ୍ତିକୁ ସେହି ଗ୍ରୁପରୁ ବ୍ୟକ୍ତିଗତ ଭାବରେ ମେସେଜ କରିପାରିବେ। ଏହି ଫିଚର ଆଣ୍ଡ୍ରଏଡ ବିଟା ଭର୍ସନ 2.18.355 ରେ ଉପଲବ୍ଧ ହୋଇଯାଇଛି।

ତେବେ ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ହ୍ଵାଟସଅପ ତରଫରୁ ଭୁଲରେ ୱିଣ୍ଡୋଜ ଫୋନର ବିଟା ଅପଡେଟରେ reply privately ଫିଚରକୁ ଲଞ୍ଚ କରଯାଇଥିଲା। ଲଞ୍ଚ କରାଯିବାର କିଛି ଦିନ ପରେ ଏହାକୁ ହଟାଇ ଦିଆଯାଇଥିଲା। ଏହାପରେ ଅନୁମାନ କରାଯାଉଥିଲା ଯେ ଏହି ଫିଚରକୁ ଖୁବ ଶୀଘ୍ର ହ୍ଵାଟସଅପର ଯୋଡା ଯିବ ବୋଲି। କିନ୍ତୁ ଏକ ବର୍ଷର ବ୍ୟବଧାନ ପରେ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଏହି private reply ଫିଚରକୁ ଲଞ୍ଚ କରାଯାଇଛି।

ଏହି ଫିଚର ସେହି ବ୍ୟବହାରକାରୀଙ୍କୁ ଅଧିକ ପସନ୍ଦ ଆସିବ ଯେଉଁମାନେ କୌଣସି ଗ୍ରୁପରେ ଚାଟ କରିବା ସମୟରେ ଉକ୍ତ ଗ୍ରୁପର କୌଣସି ସଦସ୍ୟଙ୍କ ସହିତ କିଛି ବ୍ୟକ୍ତିଗତ କଥା ହେବାକୁ ଚାହାନ୍ତି। ଏହି ଫିଚର ଯୋଗୁଁ ଆପଣ ବ୍ୟକ୍ତିଗତ ଭାବରେ କଣ କଥା ହେଲେ ମଧ୍ୟ ତାହା ଗ୍ରୁପର ଅନ୍ୟ ସଦସ୍ୟମାନେ ଜାଣିପାରିବେ ନାହିଁ।

ଏହି ଫିଚରକୁ କିପରି ବ୍ୟବହାର କରିବେ

.ଏହି ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ଗ୍ରୁପରେ ଆପଣ ଯେଉଁ ବ୍ୟକ୍ତିଙ୍କୁ ରିପ୍ଳାୟ ଦେବାକୁ ଚାହୁଁଛନ୍ତି, ତାଙ୍କ ମେସେଜ ଉପରେ ଟ୍ୟାପକରି ହୋଲ୍ଡ କରି ମେସେଜକୁ ସିଲେକ୍ଟ କରନ୍ତୁ।

.ଏହାପରେ ଉପରେ ଡାହାଣ ପଟ କୋଣରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ କରନ୍ତୁ। କ୍ଲିକ କରିବା ପରେ ଆପଣଙ୍କୁ କିଛି ଅପ୍ସନ ଦେଖାଯିବ। ଏହି ଅପ୍ସନ ମଧ୍ୟରେ private reply ଅପ୍ସନକୁ ବାଛନ୍ତୁ।

.private reply ଅପ୍ସନକୁ କ୍ଲିକ କରିବା ପରେ ଏକ ନୂଆ ୱିଣ୍ଡୋ ଖୋଲିବ ଓ ସେହିଠାରୁ ବ୍ୟକ୍ତିଗତ ମେସେଜ କରିପାରିବେ।

ଏହି ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣଙ୍କୁ ଗୁଗୁଲ ପ୍ଳେ ଷ୍ଟୋରରୁ ହ୍ଵାଟସଅପ ଆପକୁ ଅପଡେଟ କରିବାକୁ ପଡିବ କିମ୍ବା ଏପିକେ ମିରରରୁ ସିଧାସଳଖ ଏପିକେ ଫାଇଲ ଡାଉନଲୋଡ କରି ପାରିବେ।

Webetainfo ର ରିପୋର୍ଟ ଅନୁଯାୟୀ, ଏହି ନୂଆ ଅପଡେଟ ସହିତ ଏକ ଅସୁବିଧା ମଧ୍ୟ ଦେଖିବାକୁ ମିଳୁଛି। ଯଦି ବ୍ୟବହାରକାରୀ ଗ୍ରୁପରୁ କୌଣସି ଫଟୋ ବା ଭିଡିଓ ଡ଼ିଲିଟ କରୁଛନ୍ତି, ସେହି ସମୟରେ ଆପରେ କ୍ରାଶ ଦେଖିବାକୁ ମିଳୁଛି।

ହ୍ଵାଟସଅପରେ ବିଜ୍ଞାପନ

ଖୁବ ଶୀଘ୍ର ହ୍ଵାଟସଅପରେ ବ୍ୟବହାରକାରୀ ମାନେ ବିଜ୍ଞାପନ ଦେଖିବାକୁ ପାଇ ପାରିବେ। ହ୍ଵାଟସଅପ ମୋବାଇଲ ମେସେଞ୍ଜିଙ୍ଗ ସର୍ଭିସର ଉପାଧ୍ୟକ୍ଷ କ୍ରିସ ଡାନିଏଲ ଏହା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କମ୍ପାନୀ ଆପର ଷ୍ଟାଟସ ବିଭାଗରେ ଏହି ବିଜ୍ଞାପନ ରଖିବାକୁ ଯାଉଛି। ଏହାଦ୍ଵାରା କମ୍ପାନୀର ରୋଜଗାର ହେବ। ଏହା ରୋଜଗାର କରିବାର ପ୍ରାଥମିକ ମାଧ୍ୟମ ମଧ୍ୟ ହେବ। ତେବେ ଏହା କେବେ ଲଞ୍ଚ ହେବ ସେ ବିଷୟରେ ସୂଚନା ଦିଆଯାଇନାହିଁ।

#mobileapp #whatsapp #privatereply

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon