• padmabati kund

ଏହି କାରଣପାଇଁ ଅଷ୍ଟ୍ରେଲିଆ ମାଟିରେ ଟିମ ଅଷ୍ଟ୍ରେଲିଆକୁ ହରେଇପାରିବ ଭାରତ ବୋଲି କହିଲେ ସଚିନ


(ବେତାର ବ୍ୟୁରୋ) ଚଳିତ ମାସରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଦଳ ସହିତ ମ୍ୟାଚ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯିବ। ଭାରତୀୟ କ୍ରିକେଟ ଦଳ ପାଇଁ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରେଇବା ସବୁବେଳେ କଷ୍ଟକର କାମ ହୋଇଥାଏ। କିନ୍ତୁ ଭାରତ ପୂର୍ବତନ ବ୍ୟାଟ୍ସମ୍ୟାନ ସେଚିନ ତେନ୍ଦୁଲକରଙ୍କ ମତରେ ବର୍ତ୍ତମାନ ଭାରତୀୟ ଦଳରେ ଅଷ୍ଟ୍ରେଲିଆରେ ମ୍ୟାଚ ଜିତିବାର ଦକ୍ଷତା ଭରପୁର ରହିଛି। ଏହାସହିତ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳରେ ଯୋଗ୍ୟତା ଓ ଅଭିଜ୍ଞ ଖେଳାଳୀଙ୍କ ମଧ୍ୟ କମ ଅଛନ୍ତି। ଏପରି ସ୍ଥଳେ ବିରାଟ କୋହଲିଙ୍କ ଅଧିନାୟକତାରେ ଅଷ୍ଟ୍ରେଲିଆ ଦଳକୁ ଅଷ୍ଟ୍ରେଲିଆରେ ହରେଇବା ପାଇଁ ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି ସଚିନ କହିଛନ୍ତି।

ଗୁରୁବାର ଦିନ ସମାଚାର ଚ୍ୟାନେଲ ସିଏନଏନ ନ୍ୟୁଜ-18କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, “ଏଥର ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଜିତିବାର ଅଧିକ ସମ୍ଭାବନା ରହିଛି। ଯଦି ଅତୀତର ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ବର୍ତ୍ତମାନର କ୍ରିକେଟ ଦଳ ସହିତ ତୁଳନା କରାଯାଏ ତେବେ ଭାରତୀୟ ଦଳ ବର୍ତ୍ତମାନର ଅଷ୍ଟ୍ରେଲିଆ ଦଳ ଉପରେ ଭାରି ରହିବ। ବର୍ତ୍ତମାନ ଅଷ୍ଟ୍ରେଲିଆରେ ଯାଇ ମ୍ୟାଚ ଜିତିବାକୁ ଭାରତ ପାଖରେ ଭଲ ସୁଯୋଗ ଅଛି। କାରଣ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ସେତେ ଭଲ ଭାବରେ ଖେଳୁନାହିଁ। ପୂର୍ବରୁ ଯେଉଁ ଖେଳାଳୀମାନେ ଥିଲେ ସେମାନେ ବହୁତ ଭଲ ଖେଳୁଥିଲେ।“

ଏହାସହିତ ଭାରତୀୟ ଦଳ ପାଇଁ ସଚିନ କହିଛନ୍ତି, “ଅଷ୍ଟ୍ରେଲିଆ ଯାଇ ଅଷ୍ଟ୍ରେଲିଆ ଦଳକୁ ହରାଇବା ପାଇଁ ଭାରତୀୟ ଦଳକୁ କଠିନ ପରିଶ୍ରମ କରିବାକୁ ପଡିବ। ଆମ ପାଖରେ ଭଲ ଫାଷ୍ଟ ବୋଲର ଅଛନ୍ତି। ବ୍ୟଟ୍ସମ୍ୟାନ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି, କାରଣ ଟେଷ୍ଟ ମ୍ୟାଚରେ ଅଧିକ ରନ ସଂଗ୍ରହ କଲେ ହିଁ ମ୍ୟାଚ ଜିତିପାରିଥାଉ। ଏହାସହିତ କୋହଲିଙ୍କର ଅଧିନାୟକ କରିବାର ଶୈଳୀ ଓ ବର୍ତ୍ତମାନର ଫର୍ମ ଦଳକୁ ଅଧିକ ମଜଭୁଟ କରିବ।“

ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣରଙ୍କ ଅନୁପସ୍ଥିତି

ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳରୁ ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣରକୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଗତ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାରେ ମ୍ୟାଚ ସମୟରେ ଅଷ୍ଟ୍ରେଲିଆର ଖେଳାଳୀ କୈମରନ ବେନକ୍ରାଫ୍ଟ ବଲ ଟ୍ୟାମ୍ପରିଙ୍ଗ କରିଥିଲେ। ଏଥିପାଇଁ ଦଳର ଅଧିନାଯକ ଷ୍ଟିଭ ସ୍ମିଥ ଓ ଉପ-ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି, କିନ୍ତୁ କୈମରନ ବେନକ୍ରାଫ୍ଟଙ୍କୁ ନଅ ମାସ ପାଇଁ ବାସନ୍ଦ କରାଯାଇଛି। ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ଟେଷ୍ଟ ମ୍ୟାଚ ସହିତ ୱାନ-ଡେ ମ୍ୟାଚ ଓ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥାନ୍ତି। ଦୁହିଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନ ଦୁର୍ବଳ ହୋଇଯାଇଛି।

ନଭେମ୍ବର 21ରୁ ଆରମ୍ଭ ହେବ ସିରିଜ

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏହି ସିରିଜ ନଭେମ୍ବର 21 ତାରିଖରୁ ଆରମ୍ଭ ହେବ ଓ ପ୍ରଥମେ ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏହାପରେ ଚାରିଟି ଟେଷ୍ଟ ମ୍ୟାଚ ଓ ଏହାପରେ ତିନୋଟି ୱାନ-ଡେ ମ୍ୟାଚ ଖେଳାଯିବ। ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ନଭେମ୍ବର 21 ତାରିଖ ବ୍ରିସବେନରେ ଖେଳାଯିବ।

#cricket #sachintendukar #indiatourtoaustralia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon