- padmabati kund
ବକ୍ସ ଅଫିସରେ ସୁପରହିଟ ପ୍ରମାଣିତ ହେଲା ‘ବଧାଇ ହୋ’

(ବେତାର ବ୍ୟୁରୋ) ଆୟୁଷ୍ମାନ ଖୁରାନା ଓ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ ରିଲିଜ ହେବାର ପନ୍ଦର ଦିନ ହୋଇଯାଇଛି। ଏକ ଭିନ୍ନ ସ୍ଵାଦର କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୟକୁ ମଧ୍ୟ ବେଶ ପ୍ରଶଂସା କରୁଛନ୍ତି। ଏହି ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ 94କୋଟିରୁ ଅଧିକ ରୋଜଗାର କରିପାରିଛି ଓ ସୁପରହିଟ ଶ୍ରେଣୀରେ ସାମିଲ ହୋଇପାରିଛି। ଆସନ୍ତା ରବିବାର ମଧ୍ୟରେ ଏହି ଫିଲ୍ମ 100କୋଟିରୁ ଅଧିକ ରୋଜଗାର କରି 100କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ଆଶା କରାଯାଉଛି।
ଅମିତ ରବୀନ୍ଦ୍ର ନାଥଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବଧାଇ ହୋ’ ଫିଲ୍ମ ରିଲିଜ ହେବା ପରେ ତୃତୀୟ ଗୁରୁବାରରେ ଘରୋଇ ବକ୍ସଅଫିସରେ 2କୋଟି 55ଲକ୍ଷ ଟଙ୍କା ରୋଜଗାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 94କୋଟି 25ଲକ୍ଷ ଟଙ୍କା ରୋଜଗାର କରିସାରିଲାଣି।
ଫିଲ୍ମଟି ରିଲିଜ ହେବାର ପ୍ରଥମ ସପ୍ତାହରେ 66କୋଟି 10ଲକ୍ଷ ରୋଜଗାର କରିଥିଲା। ଏହାପରେ ଦ୍ଵିତୀୟ ସପ୍ତାହରେ 28କୋଟି 15 ଲକ୍ଷ ଟଙ୍କା ରୋଜଗାର କରିଥିଲା। କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘ଅନ୍ଧାଧୁନ’କୁ ଦର୍ଶକମାନେ ପସନ୍ଦ କରିବା ପରେ ପ୍ରଥମ ଥର ପାଇଁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 50କୋଟି କ୍ଲବରେ ସାମିଲ ହୋଇଥିଲେ। ଏହାପରେ ବର୍ତ୍ତମାନ ଆୟୁଷ୍ମାନ 100କୋଟି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ନଭେମ୍ବର 8 ତାରିଖରେ ଅମିର ଖାନଙ୍କ ‘ଠଗସ ଅଫ ହିନ୍ଦୋସ୍ଥାନ’ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଆୟୁଷ୍ମାନଙ୍କ ‘ବଧାଇ ହୋ’ଦର୍ଶକଙ୍କ ଠାରୁ ଆହୁରି ପ୍ରଶଂସା ପାଇସାରିଥିବ।

ଫିଲ୍ମ ‘ବଧାଇ ହୋ’ରେ ନିଜ ବାହାଘରକୁ ଅପେକ୍ଷା କରିଥିବା ଜଣେ ଯୁବକକୁ ଖବର ମିଳୁଛି ଯେ ତା’ ମା’ ପୁଣି ଥରେ ଗର୍ଭବତୀ ଅଛନ୍ତି। ଏଥିରେ ଏହି ଯୁବକର ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଖୁରାନା। ତାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ନିନା ଗୁପ୍ତା ଓ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଗଜରାଜ ରାଓ। ଆୟୁଷ୍ମାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ଦଙ୍ଗଲର ଅଭିନେତ୍ରୀ ସାନ୍ୟା ମଲହୋତ୍ରା।
ଶୁଭେଚ୍ଛା, ଲାଜ ଓ ବାସ୍ତବିକତା ମଧ୍ୟରେ ଏହି ଫିଲ୍ମଟି ଲୋକଙ୍କୁ ଭରପୁର ହସ ଯୋଗାଇଛି। ଦର୍ଶକମାନେ ଏହାର କମେଡିକୁ ପସନ୍ଦ କରିଛନ୍ତି। ସମସ୍ତ ଅଭିନେତାଙ୍କର ଅଭିନୟକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି।
ଆୟୁଷ୍ମାନ ଖୁରାନାଙ୍କ ପାଇଁ ଏହା ଗୋଟିଏ ମାସ ମଧ୍ୟରେ ଦ୍ଵିତୀୟ ସବୁଠାରୁ ବଡ ଉପଲବ୍ଧି ଅଟେ। ଅକ୍ଟୋବର ମାସ ପାଞ୍ଚ ତାରିଖରେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ’ ମଧ୍ୟ ରିଲିଜ ହୋଇଥିଲା। ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ 65 କୋଟିରୁ ଅଧିକ ରୋଜଗାର କରିସାରିଲାଣି।
#entertainment #ayushmankhurana #badhaiho #bollywoodsuperhit