• padmabati kund

ଶୁକ୍ରବାର ରିଲିଜ : ତିନୋଟି ଛୋଟ ବଜେଟ ଫିଲ୍ମ, ହେଲେ କାହାଣୀ ଦମଦାର


(ବେତାର ବ୍ୟୁରୋ) ସିନେମା ପ୍ରେମୀଙ୍କ ପାଇଁ ଆସନ୍ତା ଦୁଇ ମାସ ମଧ୍ୟରେ ବଡ ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଏହି ଶୁକ୍ରବାର ବଲିଉଡର ତିନୋଟି ଛୋଟ ବଜେଟ ଫିଲ୍ମ ରିଲିଜ ହୋଇଯାଇଛି। ସେଥିମଧ୍ୟରେ ରହିଛି ଅରବାଜ ଖାନ ଓ ସୋନାଲ ଚୌହାନଙ୍କ ଅଭିନୀତ ଫିଲ୍ମ ‘ଜ୍ୟାକ ଆଣ୍ଡ ଦିଲ’, ପ୍ରଭୁରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲୁପ୍ତ’ ଓ ପବନ କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇକିଶ ତାରିଖ ଶୁଭ ମୂହୁର୍ତ୍ତ’। ଏହାବ୍ୟତୀତ ‘ରାଷ୍ଟ୍ରପୁତ୍ର’, ‘ମୌସମ ଇକରାର କେ ଦୋ ପଲ ପ୍ୟାର କେ’ ଓ ‘କୁତ୍ତେ କି ଦୁମ’ ମଧ୍ୟ ରିଲିଜ ହୋଇଯାଇଛି, କିନ୍ତୁ ଏହି ଫିଲ୍ମକୁ ସମଗ୍ର ଦେଶରେ ରିଲିଜ କରାଯାଇ ନାହିଁ।

ତେବେ ପାଞ୍ଚକୋଟିରୁ କମ ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରୁ ପ୍ରଥମ ଦିନରେ ଏକ କୋଟି କିମ୍ବା ତା ଠାରୁ କମ ରୋଜଗାରର ଆଶା ରଖାଯାଇଛି।

ଲୁପ୍ତ

ଭାରତରେ ଅଧିକାଂଶ ହରର ଫିଲ୍ମ ପ୍ରସ୍ତୁତ ହେଉନଥିଲେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ ହରର ଫିଲ୍ମର ବିଶେଷ ଚାହିଦା ରହିଛି। ସେହିପରି ଏକ ହରର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ଲୁପ୍ତ’। ଫିଲ୍ମର କାହାଣୀ ଏକ ବଡ ବ୍ୟବସାୟୀ ହର୍ଷ ଟଣ୍ଡନଙ୍କର ଅଟେ। ସେ ଏପରି ଜଣେ ବ୍ୟବସାୟୀ, ଯେ କି ନିଜ ପରିବାର ଠାରୁ ବ୍ୟବସାୟକୁ ଅଧିକ ଗୁରୁତ୍ଵ ଦିଏ। ହର୍ଷକୁ ଅଚାନକ ଆତ୍ମା ଓ ଭୁତ ଦେଖାଯାଆନ୍ତି। ଡାକ୍ତରଙ୍କ ପାଖକୁ ଯିବା ପରେ ଜଣା ପଡିଛି ଯେ, ହର୍ଷଙ୍କୁ କ୍ରୋନିକ ଇନ୍ସୋମ୍ନିଆ ହୋଇଛି। ଡାକ୍ତର ତାଙ୍କୁ କିଛିଦିନ କାମରୁ ବିଶ୍ରାମ ନେବା ପାଇଁ କହିଛି।

ହର୍ଷ ନିଜ ପୁଅ, ବୋହୁ ଓ ଝିଅ ସହିତ ନୈନିତାଳ ବୁଲିବାକୁ ବାହାରିଛନ୍ତି। ବାଟରେ ଗୋଟିଏ ସ୍ଥାନରେ ତାଙ୍କ ଗାଡି ଖରାପ ହୋଇଯିବ ଓ ସେଠି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ନିଜ ଘରେ ରହିବା ପାଇଁ ନିମନ୍ତ୍ରଣ କରିଛି। ଏହିଠାରୁ କାହାଣୀ ଆଗକୁ ଆଗେଇଛି।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜାବେଦ ଜାଫରି, ବିଜୟ ରାଜ, କରଣ ଆନନ୍ଦ ଓ ଟିଭି ଅଭିନେତ୍ରୀ ନିକ୍କି ଅନେଜା ୱାଲିୟା। ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୂରାଜ। ଫିଲ୍ମର କାହାଣୀ ଓ ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିପାରିନାହିଁ।

ଜ୍ୟାକ ଆଣ୍ଡ ଦିଲ

ଫିଲ୍ମର କାହାଣୀ ୱାଲିୟା (ଅରବାଜ ଖାନ) ଠାରୁ ଆରମ୍ଭ ହୋଇଛି। ୱାଲିୟାର ଗୋଆରେ ସବୁଠାରୁ ବଡ ବ୍ୟବସାୟ ଅଛି ଓ ତା ପତ୍ନୀ ଶିଳ୍ପା (ସୋନଳ ଚୌହାନ) ବହୁତ ସୁନ୍ଦର ଅଟେ। ୱାଲିୟା ସନ୍ଦେହ କରୁଛି ଯେ ତା ପତ୍ନୀର ଅନ୍ୟ କାହା ସହିତ ଅନୈତିକ ସମ୍ପର୍କ ରହିଛି। ଏଥିପାଇଁ ସେ ଜ୍ୟାକ (ଅମିତ ସାଧ) ନାମକ ଜଣେ ଗୁଇନ୍ଦାକୁ କାମ ଦେଇଛି। ପରବର୍ତ୍ତୀ ସମୟରେ ଜ୍ୟାକ ମଧ୍ୟ ଶିଳ୍ପାକୁ ଭଲ ପାଇ ଯାଇଛି। ଏହାପରି ଭାବରେ କାହାଣୀଟି ଆଗକୁ ଆଗେଇଛି।

ଅରବାଜ ଏହି ଫିଲ୍ମରେ ନିଜ ଚରିତ୍ରକୁ ଭଲ ଭାବରେ ପ୍ରତିପାଦନ କରିଛନ୍ତି କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କ ମନକୁ ଛୁଇଁ ପାରିନାହିଁ।

ଇକିଶ ତାରିଖ ଶୁଭ ମୂହୁର୍ତ୍ତ

ପବନ କୁମାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମ ସାମାଜିକ ପରିପ୍ରେକ୍ଷୀରେ ବ୍ୟଙ୍ଗାତ୍ମକ କାହାଣୀ ଅଟେ। ଫିଲ୍ମର ନାମରୁ ଏହା ସ୍ପଷ୍ଟ ଜାଣି ହେଉଛି ଯେ, ଫିଲ୍ମଟି ଏକ ପଣ୍ଡିତଙ୍କର ଯିଏ ଶୁଭ କାମ ପାଇଁ ଶୁଭ ମୂହୁର୍ତ୍ତର ଗଣନା କରିଥାଆନ୍ତି। ଫିଲ୍ମର କାହାଣୀ ମଥୁରାର ଜଣେ ପଣ୍ଡିତ ଗିରିଧାରୀ ଲାଲ ଶର୍ମାଙ୍କର ଅଟେ। ତାଙ୍କ ଝିଅ ରାଧା ପିଲାଙ୍କୁ ଟିଉସନ କରେ ଓ ପୁଅ ବନବାରୀ ଆଇଏଏସ ଅଫିସର ପାଇଁ ପ୍ରସ୍ତୁତି କରୁଛି। ରାଧା ମଥୁରାର ଜଣେ ଦୋକାନୀ ଗୋପାଳକୁ ଭଲ ପାଇଛି ଓ ବାହାଘର ପାଇଁ ସେହି ମାସର 21 ତାରିଖ ଶୁଭ ମୂହୁର୍ତ୍ତ ଠିକ ହୋଇଛି।

ଅର୍ଥଭାବ କାରଣରୁ ପଣ୍ଡିତଙ୍କ ଚିନ୍ତା ବଢି ଯାଇଛି। ଏହି ସମୟରେ ତାଙ୍କ ବନ୍ଧୁମାନେ କହିଛନ୍ତି ଯେ, ପ୍ରଥମେ ପୁଅର ବାହାଘର କରନ୍ତୁ ଓ ସେଥିରୁ ଯାହା ଅର୍ଥ ମିଳିବ ସେଥିରେ ଝିଅର ବିବାହ କରିବେ। ଏହାପରେ ପଣ୍ଡିତ ନିଜ ପୁଅ ପାଇଁ ବୋହୁ ଖୋଜିବା ଆରମ୍ଭ କରିଦେଇଛନ୍ତି। ଏହିପରି ଭାବରେ କାହାଣୀଟି ଆଗକୁ ଆଗେଇଛି। ଫିଲ୍ମରେ ସଞ୍ଜୟ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

#entertainment #fridayrelease #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon