• ବେତାର ବ୍ୟୁରୋ

ଚାକିରି : କେନ୍ଦ୍ରୀୟ ଷ୍ଟାଫ ସିଲେକ୍ସନରେ ହିନ୍ଦୀ ଅନୁବାଦକ


(ବେତାର ବ୍ୟୁରୋ) ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଜୁନିୟର ହିନ୍ଦୀ ଟ୍ରାନ୍ସଲେଟର(ଅନୁବାଦକ), ଜୁନିୟର ଟ୍ରାନ୍ସଲେଟର, ସିନିୟର ହିନ୍ଦୀ ଟ୍ରାନ୍ସଲେଟର ଓ ହିନ୍ଦୀ ପ୍ରାଧ୍ୟାପକପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ ପରୀକ୍ଷା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ନଭେମ୍ବର ମାସ 19 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ ଫି ପଇଠ କରିବାର ଶେଷ ତାରିଖ ନଭେମ୍ବର 21 ପର୍ଯ୍ୟନ୍ତ ରହିଛି ଓ ଚାଲାଣ ମାଧ୍ୟମରେ ଆବେଦନ ପଇଠ କରିବାର ଶେଷ ତାରିଖ ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ ରହିଛି। ଜାନୁୟାରୀ ମାସ 12 ତାରିଖ 2019ରେ କମ୍ପ୍ୟୁଟର ବେସ ପରୀକ୍ଷା ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ଉକ୍ତ ବିଜ୍ଞପ୍ତିରେ ପଦବୀ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ। ଆବଶ୍ୟକ ଅନୁଯାୟୀ ପଦବୀ ସଂଖ୍ୟା ନିର୍ଦ୍ଧାରିତ କରାଯିବ।

ଦରମା

ଜୁନିୟର ଟ୍ରାନ୍ସଲେଟର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.35,400, ହିନ୍ଦୀ ଟ୍ରାନ୍ସଲେଟର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.44,900 ଓ ହିନ୍ଦୀ ପ୍ରାଧ୍ୟାପକ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.47,600 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 ତାରିଖ 2019 ସୁଦ୍ଧା 30ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ,ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 3ବର୍ଷ ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର ଟ୍ରାନ୍ସଲେଟର,ସିନିୟର ହିନ୍ଦୀ ଟ୍ରାନ୍ସଲେଟର ଓ ହିନ୍ଦୀ ପ୍ରାଧ୍ୟାପକ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ ଓ ବି.ଏଡ ପାସ କରିଥିବା ଆବଶ୍ୟକ। ଏହାସହିତ ହିନ୍ଦୀ ଓ ଇଙ୍ଗ୍ଲିଶ କମ୍ପଲସରି କିମ୍ବା ଇଲେକ୍ଟିଭ ବିଷୟ ଥିବା ଜରୁରୀ।

ଆବେଦନ ଫି

ଏହି ପରୀକ୍ଷା ପାଇଁ ଆବେଦନ କଲେ ଆବେଦନ ଫି ବାବଦକୁ ଟ.100 ଦେବାକୁ ପଡିବ। ଏହି ଫି’କୁ ଏସବିଆଇ ଚାଲାଣ, ଏସବିଆଇ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ମଧ୍ୟ ପଇଠ କରିପାରିବେ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରାର୍ଥୀ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ https://ssc.nic.in ରେ ଲଗଇନ କରିପାରିବେ। ସମସ୍ତ ଅବଶ୍ୟକୀୟ ତଥ୍ୟ ପୂରଣ କରିବା ପରେ ସବମିଟ କରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ https://ssc.nic.in ରେ ଲଗଇନ କରନ୍ତୁ।

#jobs #govtjobs #hinditranslater

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon