• ବେତାର ବ୍ୟୁରୋ

ଧନତେରାସ : ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କଣ କିଣିବା ଶୁଭ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ) ଧନତେରାସ ଦିନ ଠାରୁ ଦୀପାବଳିର ପାଞ୍ଚଦିନିଆ ମହୋତ୍ସବ ଆରମ୍ଭ ହୋଇଥାଏ। କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ ଓ ଏହା ଚଳିତ ବର୍ଷ ନଭେମ୍ବର ମାସ 5 ତାରିଖ ସୋମବାର ଦିନ ପଡୁଛି। ହିନ୍ଦୁ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଏହିଦିନ ଭଗବାନ ଧନ୍ଵନ୍ତରୀ କଳସରେ ଅମୃତ ନେଇ ପ୍ରକଟ ହୋଇଥିଲେ। ଏଥିପାଇଁ ମାନ୍ୟତା ରହିଛି ଏହିଦିନ ସୁନା ରୂପାର ଗହଣା କିମ୍ବା ବାସନ କିଣିବା ଦ୍ଵାରା ଧନ ତେରଗୁଣା ବୃଦ୍ଧି ହୋଇଥାଏ।

ତେବେ ଜାଣିରଖନ୍ତୁ ଏହି ଦିନ କେଉଁ ରାଶିର ବ୍ୟକ୍ତି କେଉଁ ଧାତୁର ବସ୍ତୁ କିଣିଲେ ଶୁଭ ଫଳ ମିଳିବା ସହିତ ଅପାର ଧନ ମଧ୍ୟ ଲାଭ ହେବ।

ମେଷ:  ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନତେରାସ ଦିନ ପିତଳ କିଣିବା ଶୁଭଫଳ ପ୍ରଦାନ କରିବ। ଏହି ଶୁଭଦିନରେ ପିତଳର ବସ୍ତୁ ଯେପରି ବାସନ ବା ଅନ୍ୟାନ୍ୟ ଘର ସଜା ଉପକରଣ କିଣନ୍ତୁ, ଶୁଭଫଳ ମିଳିବ।

ବୃଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରୂପାର ଧାତୁ ଅତ୍ୟନ୍ତ ଶୁଭ ହୋଇଥାଏ। ଧନରେ ବୃଦ୍ଧି ପାଇଁ ନିଜ ସାମର୍ଥ୍ୟ ଅନୁସାରେ ରୂପାର କିଛି ବସ୍ତୁ କିଣନ୍ତୁ, ଶୁଭଫଳ ମିଳିବ।

ମିଥୁନ: ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ତମ୍ବା ବସ୍ତୁ ଶୁଭ ଅଟେ। ଏଥିପାଇଁ ଧନତେରାସ ଦିନ ତମ୍ବାରେ ତିଆରି କିଛି ବସ୍ତୁ  ଘର ପାଇଁ କିଣନ୍ତୁ, ମାତା ଲକ୍ଷ୍ମୀଙ୍କର କରୁଣା ରହିବ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଷ୍ଟିଲର ଧାତୁ ଶୁଭ ଅଟେ। ଧନତେରାସ ଦିନ ଷ୍ଟିଲରେ ତିଆରି କିଛି ବାସନ ବା ଅନ୍ୟାନ୍ୟ ବସ୍ତୁ କିଣନ୍ତୁ। କିନ୍ତୁ ଷ୍ଟିଲର ତୀକ୍ଷଣ ଅସ୍ତ୍ର କିଣିବେ ନାହିଁ।

ସିଂହ: ସୁନାରେ ତିଆରି ବସ୍ତୁ ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ତେଣୁ ନିଜ ସାମର୍ଥ୍ୟ ଅନୁସାରେ ଏହିଦିନ ସୁନାରେ ତିଆରି ଗହଣା ବା ଅନ୍ୟାନ୍ୟ ବସ୍ତୁ କିଣନ୍ତୁ।

କନ୍ୟା: ରୂପାରେ ତିଆରି ବସ୍ତୁ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ। କନ୍ୟା ରାଶିରେ ମହାଲକ୍ଷ୍ମୀଙ୍କ ସ୍ଥାୟିତ୍ଵ ରହିଥିବାରୁ ନିଜ ସାମର୍ଥ୍ୟ ଅନୁସାରେ ରୂପାର ଜିନିଷ ନିଶ୍ଚିନ୍ତ କିଣନ୍ତୁ।

ତୁଳା: ତୁଳା ରାଶିର ବ୍ୟକ୍ତି ଧନତେରାସରେ ନିଜ ଘରକୁ ତମ୍ବାର କିଛି ବସ୍ତୁ କିଣନ୍ତୁ। ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ପରିବାର ଉପରେ ରହିବ।

ବିଛା: ଏହି ରାଶିର ବ୍ୟକ୍ତିଙ୍କୁ ସୁନାରେ ତିଆରି ବସ୍ତୁ ଶୁଭଫଳ ପ୍ରଦାନ କରିବ। ତେଣୁ ନିଜ ସାମର୍ଥ୍ୟ ଅନୁସାରେ ଏହିଦିନ ସୁନାରେ ତିଆରି ଗହଣା ବା ଅନ୍ୟାନ୍ୟ ବସ୍ତୁ ଘର ପାଇଁ କିଣନ୍ତୁ।

ଧନୁ: ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ପଞ୍ଚଧାତୁରେ ତିଆରି ବସ୍ତୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଏଥିପାଇଁ ଧାତୁରେ ତିଆରି କୌଣସି ବସ୍ତୁ ଘର ପାଇଁ କିଣନ୍ତୁ।

ମକର: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ଧାତୁ ବା ଷ୍ଟିଲରେ ତିଆରି ବସ୍ତୁ ଶୁଭ ଫଳ ପ୍ରଦାନ କରିବ। ଏଥିପାଇଁ ଧନରେ ବୃଦ୍ଧି ପାଇଁ ଏହି ଧାତୁର ବସ୍ତୁ କିଣନ୍ତୁ।

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରୂପାର ଧାତୁ ଅତ୍ୟନ୍ତ ଶୁଭ ହୋଇଥାଏ। ଧନତେରାସ ଦିନ ନିଜ ସାମର୍ଥ୍ୟ ଅନୁସାରେ ରୂପାର କିଛି ବସ୍ତୁ କିଣନ୍ତୁ, ଶୁଭଫଳ ମିଳିବ।

ମୀନ: ଧନତେରାସ ଦିନ ସୁନାରେ ତିଆରି ବସ୍ତୁ  କିଣନ୍ତୁ। ଏହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବା ସହିତ ଆପଣଙ୍କ ଧନରେ ମଧ୍ୟ ବୃଦ୍ଧି ହେବ।

#astrology #dhanteras #zodiacsign

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon