- padmabati kund
ଭିଡ଼ିଓ:ଶାହରୁଖଙ୍କ ‘ଜିରୋ’, ରଜନୀକାନ୍ତଙ୍କ 2.0 ଟ୍ରେଲର

(ବେତାର ବ୍ୟୁରୋ) ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’କୁ ସମସ୍ତେ ଖୁବ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କର ଅପେକ୍ଷାର ଅନ୍ତ ଘଟାଇ ଶାହରୁଖଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି। ଆସନ୍ତା ଡିସେମ୍ବର 21 ତାରିଖରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମର ଟ୍ରେଲରକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ‘ଜିରୋ’ର ଟ୍ରେଲର ଭାଇରାଲ ହେବାରେ ଲାଗିଛି।
ରେଡ ଚିଲ୍ଲି ଏଣ୍ଟରଟେନମେଣ୍ଟ ତରଫରୁ ଏହି ଟ୍ରେଲରକୁ ୟୁଟ୍ୟୁବରେ ଲଞ୍ଚ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ 3କୋଟି 58ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବର୍ତ୍ତମାନ ଏହି ଟ୍ରେଲର ୟୁଟ୍ୟୁବରେ ନମ୍ବର 1ରେ ଟ୍ରେଣ୍ଡ କରୁଛି। 3ମିନିଟ 14ସେକେଣ୍ଡର ଏହି ଟ୍ରେଲର ଦେଖିଲେ ଅନୁମାନ କରାଯାଉଛି ଯେ, ଏହା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଅଟେ। କିନ୍ତୁ ଏହି ପ୍ରେମ କାହାଣୀ ବହୁତ ଖାସ ଅଟେ କାରଣ ଏଥିରେ 38ବର୍ଷୀୟ ଜଣେ ବାମନର ପ୍ରେମ କାହାଣୀକୁ ଚିତ୍ରିତ କରାଯାଇଛି।
ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ଅନୁଷ୍କା ଶର୍ମା, କାଟ୍ରିନା କୈଫ, ତିଗ୍ମାଂଶୁ ଧୂଳିଆ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ବାମନ ଶାହରୁଖ
‘ଜିରୋ’ର ସବୁଠାରୁ ଅଧିକ ଚର୍ଚ୍ଚାରେ ରହିବାର ମୁଖ୍ୟ କାରଣ ହେଉଛି, ଶାହରୁଖ ଖାନଙ୍କ ବାମନ ରୂପ। 5ଫୁଟ 5ଇଞ୍ଚ ଶାହରୁଖ କିପରି ବାମନ ହେଲେ, ଏହି କଥାଟି ଦର୍ଶକଙ୍କୁ ଫିଲ୍ମ ଆଡକୁ ଅଧିକ ଆକର୍ଷିତ କରୁଛି। ତେବେ ଶାହରୁଖଙ୍କ ବାମନ ହେବାର ରାଜ ହେଉଛି ଫିଲ୍ମରେ ବ୍ୟବହାର କରାଯାଇଥିବା ଭିଜୁଆଲ ଇଫେକ୍ଟସ।

ଶାହରୁଖଙ୍କୁ ଫିଲ୍ମରେ ବାମନ ଦେଖେଇବା ପାଇଁ vfxର ଏକ ଦଳ କାମ କରୁଛି। ଏଥିରେ ସେମାନେ ଲୋକମାନେ ଦେଖିବା ସମୟରେ ଭ୍ରମ ସୃଷ୍ଟି କରୁଛନ୍ତି, ଯାହା ଫଳରେ ଶାହରୁଖ ବାମନ ଦେଖାଯାଉଛନ୍ତି। ଏହି କୌଶଳ ପ୍ରୟୋଗ କରି ହଲିଉଡ ଫିଲ୍ମ ‘ଦ ଲର୍ଡ ଅଫ ରିଙ୍ଗ୍ସ’ ଓ ‘ହ୍ୟାରୀ ପୋଟର’ରେ ମଧ୍ୟ ହବିଟ୍ସ ଓ ହାଗ୍ରିଡ ଚରିତ୍ରକୁ ଅନ୍ୟ ଚରିତ୍ର ଅପେକ୍ଷା ଛୋଟ ଓ ବଡ କରି ଦେଖାଯାଇଥିଲା।‘
ରଜନୀକାନ୍ତ ଓ ଅକ୍ଷୟଙ୍କ 2.0 ର ଟ୍ରେଲର
ସାଉଥର ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡର ଖିଲାଡ଼ିଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘2.0’ର ଟ୍ରେଲର ଶନିବାର ଅପରାହ୍ନ 1ଟା ସମୟରେ ରିଲିଜ ହୋଇଯାଇଛି। ଏହି ଟ୍ରେଲରକୁ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଲଞ୍ଚ କରାଯାଇଛି। 2010 ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ରୋବଟ’ର ଏହା ସିକ୍ୱେଲ ଅଟେ। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ସହିତ ଆମି ଜ୍ୟାକ୍ସନଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ଏହି ଟ୍ରେଲରକୁ ଧର୍ମା ପ୍ରଡକ୍ସନ ତରଫରୁ ୟୁଟ୍ୟୁବରେ ଲଞ୍ଚ କରାଯାଇଛି। ଟ୍ରେଲର ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ 4ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଖୁବ କମ ସମୟ ମଧ୍ୟରେ ଏହା ମଧ୍ୟ ୟୁଟ୍ୟୁବରେ ଟ୍ରେଣ୍ଡ କରିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଟ୍ରେଲରରେ ଅକ୍ଷୟ କୁମାରଙ୍କ ଖଳନାୟକ ଚରିତ୍ରକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।