- ବେତାର ବ୍ୟୁରୋ
ସାପ୍ତାହିକ ରାଶିଫଳ : କେଉଁ ରାଶିକୁ ମହିଳାଙ୍କ ସହ ଝଗଡ଼ା କରିବା ମନା

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)
(ବେତାର ବ୍ୟୁରୋ)
ମେଷ: ପରିବାର ଓ ବ୍ୟବସାୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ନିଜ କାମ ପାଇଁ ପ୍ରଶଂସିତ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ। ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମର ସୁଫଳ ପାଇବେ।
ବୃଷ: ବହୁଦିନର ଆଶା ପୂରଣ ହେବ। ମନ ପ୍ରଫୁଲ୍ଲ ରହିବ। କୌଣସି ମହିଳାଙ୍କ ସହ ଅଯଥାରେ ଯୁକ୍ତି କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ନିଜ କଠିନ ପରିଶ୍ରମର ସଫଳତା ପାଇବେ। ପାରିବାରିକ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଦେବ।
ମିଥୁନ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କ୍ଷତ ବା ଆଘାତ ପାଇ ପାରନ୍ତି, ଏଥିପାଇଁ ସାବଧାନ ରହିବେ। ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ପଡିବ। ବନ୍ଧୁ ମାନଙ୍କ ସହିତ କିଛି ସମୟ ବିତାଇବେ।
କର୍କଟ: ଦୁରସ୍ଥାନକୁ ଯାତ୍ରା ଯୋଗ ରହିବ। ଏହି ପାର୍ବଣ ସମୟରେ ପରିବାର ମଧ୍ୟରେ ସୁଖଶାନ୍ତି ରହିବ। କର୍ମକ୍ଷେତ୍ରରେ ନୂତନ ଜିନିଷ ଶିଖିବେ। ନୂଆ ଗାଡି, ପୋଷାକ, ଗହଣା କିଣିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଆୟ ବୃଦ୍ଧି ପାଇବ।
ସିଂହ: ପରିବାର ଓ ବନ୍ଧୁଙ୍କ ସହିତ ହସ ଖୁସିରେ ସମୟ କଟିବ। ସୁସ୍ଵାଦୁ ଭୋଜନ କରିବେ। କର୍ମକ୍ଷେତ୍ରରେ କିଛି କଠିନ ସମସ୍ୟା ଦେଖାଦେଇପାରେ। ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ, ସମୟଟି ଆପଣଙ୍କ ପାଇଁ ବହୁତ ଭଲ। ବ୍ୟୟ ବୃଦ୍ଧି ହେବ।
କନ୍ୟା: ବହୁ ଦିନରୁ ଲାଗି ରହିଥିବା କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ସିନିୟର ଅଧିକାରୀମାନେ ସହଯୋଗର ହାତ ବଢାଇବେ। କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ। ପରିବାର ମଧ୍ୟରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହେବ।
ତୁଳା: ସଫଳତା ପାଇବାକୁ ଚାହୁଁଥିଲେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ପରିବାରରେ ଅବିଭାବକଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର ବିଷୟ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ଆପଣଙ୍କୁ ଖୁସି ଆଣିଦେବ।
ବିଛା: ଆପଣଙ୍କ ଜ୍ଞାନ ଓ କୌଶଳ ଆପଣଙ୍କ ପାଇଁ ଲାଭଦାୟକ ହେବ। କର୍ମକ୍ଷେତ୍ରରେ ନିଜ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା ଜାରି ରଖନ୍ତୁ। ଦୁରସ୍ଥାନ ଯାତ୍ରା ଯୋଗ ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ବ୍ୟୟ ବୃଦ୍ଧି ପାଇବ, ଏହାକୁ ନିୟନ୍ତ୍ରଣ କରିବାକୁ ପଡିବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ।
ଧନୁ: ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକୁ ବୁଝାମଣାର ସହ କରନ୍ତୁ। ଆୟ ବୃଦ୍ଧି ପାଇବ। ଅଫିସ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ସନ୍ତାନଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିବେ। ପାରିବାରିକ ଜୀବନରେ ସାମାନ୍ୟ ବିଶୃଙ୍ଖଳା ଦେଖାଦେଇ ପାରେ।
ମକର: ଅନେକ ଦିଗରୁ ଆୟ ବଢିବ, ଯାହା ଆପଣଙ୍କୁ ଖୁସି ଆଣିଦେବ। ପୂର୍ବରୁ କରିଥିବା କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ଅନୈତିକ କାର୍ଯ୍ୟ କରନ୍ତୁ ନାହିଁ।
କୁମ୍ଭ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ।
ମୀନ: କୌଣସି ଧର୍ମ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଆପଣଙ୍କ ଜ୍ଞାନ ପାଇଁ ସବୁ ସ୍ଥାନରେ ପ୍ରଶଂସିତ ହେବେ। ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ। କର୍ମକ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ପରିବାର ସହିତ ଖୁବ କମ ସମୟ ବିତାଇବେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।