• padmabati kund

ଦିଲ୍ଲୀରେ ଖୋଲିଲା ପ୍ରଥମ ପତାଞ୍ଜଳି ଡ୍ରେସ ଶୋ' ରୁମ


(ବେତାର ବ୍ୟୁରୋ) ଯୋଗ ଗୁରୁ ବାବା ରମାଦେବଙ୍କ କମ୍ପାନୀ ‘ପତଞ୍ଜଳୀ’ ପୋଷାକ ଉଦ୍ୟୋଗରେ ମଧ୍ୟ ପ୍ରବେଶ କରିଛି। ଦୀପାବଳୀ ପୂର୍ବରୁ ଧନତେରାସ ଉପଲକ୍ଷେ ବାବା ରମାଦେବ ନିଜେ ଦିଲ୍ଲୀର ନେତାଜୀ ସୁବାଷ ପ୍ଲେସରେ ‘ପତଞ୍ଜଳି ପରିଧାନ’ର ପ୍ରଥମ ଷ୍ଟୋରର ଉଦଘାଟନ କରିଛନ୍ତି। ତେବେ ଆସନ୍ତା ଡିସେମ୍ବର ମାସ ମଧ୍ୟରେ ଦେଶରେ ‘ପତଞ୍ଜଳି ପରିଧାନ’ର ମୋଟ ୨୫ଟି ଷ୍ଟୋର ଖୋଲାଯିବ ବୋଲି ବାବା ରମାଦେବ ଏହି ଉଦଘାଟନ ଉତ୍ସବରେ କହିଛନ୍ତି।

ଦିଲ୍ଲୀରେ ଖୋଲାଯାଇଥିବା ଏହି ପ୍ରଥମ ଷ୍ଟୋରରେ ପୁରୁଷ, ମହିଳା ଓ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ପୋଷାକ ଉପଲବ୍ଧ ହେଉଛି। ପର୍ବ ପର୍ବାଣୀ ପାଇଁ ପୋଷାକ, ଅଫିସ ଯିବା ପାଇଁ କାଜୁଆଲ ଓ ଫରମାଲ ପୋଷାକ ମଧ୍ୟ ଉପଲବ୍ଧ ହେଉଛି। ଦୀପାବଳି ପାଇଁ ଏହି ଷ୍ଟୋରରେ ଗ୍ରାହକ ମାନଙ୍କୁ ୨୫% ଡ଼ିସକାଉଣ୍ଟ ମଧ୍ୟ ମିଳୁଛି। ତେବେ ବର୍ତ୍ତମାନ ପୁରୁଷଙ୍କ ପାଇଁ ଜିନ୍ସ ଟ.୧,୧୦୦ ରେ ଉପଲବ୍ଧ ହେଉଛି।

ବାବା ରାମଦେବ ମଧ୍ୟ ଷ୍ଟୋରର ଉଦଘାଟନ କରିବା ପରେ ନିଜ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ କରି ଜଣାଇଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି, “ଯେଉଁ ଗୋଟିଏ ଜିନ୍ସ ପ୍ୟାଣ୍ଟ ଓ ଦୁଇଟି ଟି ସାର୍ଟର ମୂଲ୍ୟ ଟ.୭,୦୦୦ ହୋଇଥାଏ ତାହା ‘ପତଞ୍ଜଳି ପରିଧାନ’ରେ ଟ.୧,୧୦୦ରେ ଉପଲବ୍ଧ ହେବ।"

ତେବେ କମ୍ପାନୀ ତରଫରୁ କୁହାଯାଇଛି ଯେ, ଆଗକୁ ‘ପତଞ୍ଜଳି ପରିଧାନ’ରେ ମୋଟ ୩୦୦୦ ପ୍ରଡ଼କ୍ଟ ଲଞ୍ଚ କରାଯିବ। ସେଥିମଧ୍ୟରେ ଭାରତୀୟ ପୋଷାକ ସହିତ ୱେଷ୍ଟର୍ଣ୍ଣ ୱିୟର, ବେଡସିଟ, ଯୋଗ କରିବା ପାଇଁ ପୋଷାକ, ୱେଷ୍ଟର୍ଣ୍ଣ ୱିୟର,ଗହଣା ଓ ଜୋତା ମଧ୍ୟ ବିକ୍ରି କରାଯିବ।

‘ପତଞ୍ଜଳି ପରିଧାନ’ ଷ୍ଟୋରରେ ପୁରୁଷଙ୍କ ପାଇଁ ସମସ୍ତ ପୋଷାକ ‘ସଂସ୍କାର’ ନାମକ ବ୍ରାଣ୍ଡ ଓ ମହିଳାଙ୍କ ପାଇଁ ସମସ୍ତ ପୋଷାକ ‘ଆସ୍ଥା’ ନାମକ ବ୍ରାଣ୍ଡରେ ବିକ୍ରୟ କରାଯିବ। ଏହାବ୍ୟତୀତ ‘ଲିଭଫିଟ’ ନାମକ ଅନ୍ୟଏକ ବ୍ରାଣ୍ଡର ସ୍ପୋର୍ଟ୍ସ ୱିୟର ମଧ୍ୟ ମିଳିବ।

ପତଞ୍ଜଳିର ଏମ.ଡି ଓ ପ୍ରତିଷ୍ଠାତା ବାଳକୃଷ୍ଣଙ୍କ କହିବା ଅନୁଯାୟୀ, କମ୍ପାନୀ ଦେଶର ସମସ୍ତ ମେଟ୍ରୋ ଓ ନନମେଟ୍ରୋ ସହର ଗୁଡିକରେ ମୋଟ ୧୦୦ଟି ଷ୍ଟୋର ଖୋଲିବ। ତେବେ ଏହି ପ୍ରଡ଼କ୍ଟ ସବୁ ଅନଲାଇନରେ ଉପଲବ୍ଧ ହେବ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ। ଓଡିଶାରେ ଏହାର ଷ୍ଟୋର ଲଞ୍ଚ କରାଯିବ କି ନାହିଁ ସେ ବିଷୟରେ ମଧ୍ୟ ସୂଚନା ଦିଆଯାଇ ନାହିଁ।

#patanjali #patanjaliparidhanstore

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon