• ବେତାର ବ୍ୟୁରୋ

କୁମ୍ଭ ରାଶିରେ ମଙ୍ଗଳ ପ୍ରବେଶ : କେଉଁ ରାଶିକୁ କ'ଣ ପ୍ରଭାବ


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ) ମଙ୍ଗଳ ଗ୍ରହଙ୍କର ଗୋଚର ଅବଧି ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ହୋଇଥାଏ। କାରଣ ମଙ୍ଗଳ ଗ୍ରହ ପ୍ରତ୍ୟେକ ରାଶିରେ ଦେଢ ମାସ ପର୍ଯ୍ୟନ୍ତ ରହିଥାଏ ଓ ଏହାପରେ ରାଶି ପରିବର୍ତ୍ତନ କରିଥାଏ।

ଏହି ଗ୍ରହ ସାହସ, ପରାକ୍ରମ, ବୁଦ୍ଧି, ଅହଂଭାବ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୂଚାଇ ଥାଏ। ଏହା ନିଜର ଉଚ୍ଚ ରାଶି ସ୍ଥାନ ମକରକୁ ତ୍ୟାଗ କରି ନଭେମ୍ବର 6 ତାରିଖ 2018, ମଙ୍ଗଳବାର ସକାଳ 8.49ଘଣ୍ଟାରେ କୁମ୍ଭ ରାଶିରେ ଗୋଚର କରିବେ ବା ପ୍ରବେଶ କରିବ ଏବଂ 23 ଡିସେମ୍ବର 2018, ରବିବାର ଅପରାହ୍ନ 1.20 ଘଣ୍ଟା ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବ।

ଏହି ଗୋଚର ସମୟରେ ସମସ୍ତ ବାରଟି ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିବ। ତେବେ ଜାଣିରଖନ୍ତୁ ଏହା ଆପଣଙ୍କ ରାଶି ଉପରେ କଣ ପ୍ରଭାବ ପକାଇବ।

ମେଷ: ଆପଣଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ହେବାକୁ ଥିବା ଉନ୍ନତି ଓ ବୃଦ୍ଧିକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତିତ୍ଵରେ ବିକାଶ ହେବ ଯୋଗୁଁ ସ୍ଵଭାବରେ ମଧ୍ୟ ପରିବର୍ତ୍ତନ ଆସିବ। ଆୟ ବୃଦ୍ଧି ହେବ। କୌଣସି ନିଷ୍ପତ୍ତି ନେବା ଆଗରୁ ଭଲ ଭାବରେ ଭାବନ୍ତୁ।

ବୃଷ: ଏହି ସମୟରେ କୌଣସି ବ୍ୟକ୍ତିଙ୍କ ଉପରେ ଆଖି ବନ୍ଦକରି ବିଶ୍ଵାସ କରନ୍ତୁ ନାହିଁ। ନିରାଶାବାଦୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ନିଜର ଇଚ୍ଛା ଓ ଲୋଭ ଉପାରେ ନିୟନ୍ତ୍ରଣ ରଖିବେ। କୌଣସି ବିଶେଷ ଅଭିଯାନ ପାଇଁ ସମୁଦ୍ର ପଥ କିମ୍ବା ଆକାଶ ପଥରେ ଯାତ୍ରା କରିପାରନ୍ତି। କାମର ବ୍ୟସ୍ତତା ଯୋଗୁଁ ପରିବାର ସଦସ୍ୟଙ୍କ ସହ ସମୟ ବିତାଇପାରିବେ ନାହିଁ। ସମସ୍ତଙ୍କ ସହ ଭଲ ସମ୍ପର୍କ ରଖନ୍ତୁ।

କର୍କଟ: ଏହି ସମୟରେ କୌଣସି କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ ଓ ମାନସିକ ଦୁଃଶ୍ଚିନ୍ତା ଗ୍ରସ୍ତ ହୁଅନ୍ତୁ ନାହିଁ। ନିୟମିତ ଭାବରେ ଯୋଗ ଓ ବ୍ୟାୟମ କରନ୍ତୁ। ଅଯଥା କଥାକୁ ନେଇ ସମୟ ନଷ୍ଟ କରନ୍ତୁ ନାହିଁ। ହଠାତ କୌଣସି ଦିଗରୁ ଲାଭ ମିଳିପାରେ।

ସିଂହ: ମାନସିକ ଦୁଃଶ୍ଚିନ୍ତା ବଢିବ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଲୋକମାନଙ୍କ କଥା ଶୁଣିବା ପରେ ଧୈର୍ଯ୍ୟର ସହ ଉତ୍ତର ଦିଅନ୍ତୁ।

କନ୍ୟା: ବ୍ୟବସାୟରେ ସଫଳତା ମିଳିବ। ଯେଉଁ କାମରେ ହାତ ଦେବେ ତାହା ବହୁତ ଭଲରେ କରିବେ, ଓ ଗର୍ବ

ଅନୁଭବ ମଧ୍ୟ କରିବେ। ନିଜର ଅହଂକାର ସ୍ଵଭାବକୁ ନିୟନ୍ତ୍ରଣରେ ରଖିବେ, ନଚେତ ଅସୁବିଧାର ସମ୍ମୁଖୀନ ହେବେ।

ତୁଳା: ଆପଣଙ୍କ ମଧ୍ୟରେ ଆଳସ୍ୟ ଭାବ ଦେଖାଯିବ। ଏହା କାରଣରୁ ଅନେକ ଭଲ ସୁଯୋଗ ହାତଛଡା ହୋଇଯିବ। ଭୌତିକ ସୁଖ ସୁବିଧା ପାଇବା ପାଇଁ ତୀବ୍ର ଇଚ୍ଛା ରହିବ। ଆୟ ବୃଦ୍ଧି ପାଇବ। ଛୋଟ ଛୋଟ ସଫଳତାରେ ଖୁସି ଖୋଜିବାକୁ ଚେଷ୍ଟା କରନ୍ତୁ।

ବିଛା: ଆପଣଙ୍କ ସ୍ୱଭାବରେ ଉଗ୍ରତା ଦେଖାଦେବ। ପରିବାର ମଧ୍ୟରେ ବାଦବିବାଦ ଉପୁଜିପାରେ। ହତାଶା ବଢିବା କାରଣରୁ ଅଧିକ କ୍ରୋଧୀ ହୋଇଯିବେ। ଘରେ ଓ ଅଫିସରେ ଶାନ୍ତି ଓ ସଂଯମତାର ସହ କାର୍ଯ୍ୟ କରନ୍ତୁ। ଜୀବନସାଥୀ ଆପଣଙ୍କ ଭାବନା ବୁଝିବାକୁ ଚେଷ୍ଟା କରିବେ।

ଧନୁ: ପରିସ୍ଥିତି ସହ ଖାପଖୁଆଇ ଚଳିଯିବେ। ଅନେକ ବାଧାବିଘ୍ନ ଆସିବ କିନ୍ତୁ ଏହାକୁ ଧୈର୍ଯ୍ୟର ସହ ସାମ୍ନା କରିବେ। ଅନେକ ସମୟ ଧରି ଲାଗି ରହିଥିବା ମାମଲା ସମାଧାନ ହେବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଅନ୍ୟମାନଙ୍କ ସହିତ ଝଗଡା ହୋଇପାରେ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଲୋକମାନଙ୍କୁ ଅଯଥାରେ ଚିଡେଇବାକୁ କିମ୍ବା ହଇରାଣ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ସମାଜରେ

ଲୋକଙ୍କ ସହିତ ବିନମ୍ରତା ରଖନ୍ତୁ।

କୁମ୍ଭ: ଏହି ସମୟରେ ଆପଣଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଇବ। ଏଥିପାଇଁ ନିଜ କଥା ଉପରେ ସଂଯମତା ରକ୍ଷା କରିବେ। ନିଜ ସ୍ଵଭାବ ଓ କର୍ମ ପାଇଁ ଆପଣ ଦୁଃଖୀ ହୋଇପାରନ୍ତି। ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ ଓ ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ: ଆୟରେ ବୃଦ୍ଧି ହେବ ଓ ଆପଣ ଅଧିକ ଖର୍ଚ୍ଚ ମଧ୍ୟ କରିବେ। ସବୁ କାମରେ ସଫଳତା ପାଇବେ। ବିଦେଶ ଯାତ୍ରା କରିବାର ଯୋଗ ରହିଛି। ସମାଜିକ ମାନସମ୍ମାନ ବଢିବ ଓ ଲୋକଙ୍କ ସହିତ ଅଧିକ ମିଶିପାରିବେ। ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ।

#astrology #marstransit #aquarius

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon