• padmabati kund

ଭିଡ଼ିଓ : ଦୀପାବଳୀରେ ଘରେ କରନ୍ତୁ ଡିଜାଇନର ମହମବତୀ


(ବେତାର ବ୍ୟୁରୋ) ଆଲୋକର ପର୍ବ ଦୀପାବଳି ପାଇଁ ବର୍ତ୍ତମାନ ସମସ୍ତେ ନିଜ ନିଜର ଘରକୁ ସଜାଇବାରେ ବ୍ୟସ୍ତ। ଘରକୁ ସଜାଇବା ପାଇଁ ନାନା ପ୍ରକାରର ଘର ସଜା ଉପକରଣ ବଜାରରୁ କିଣୁଛନ୍ତି। ଦୀପାବଳି ରାତିରେ ଘରକୁ ଆଲୋକରେ ସଜାଇବା ପାଇଁ ଦୀପ, ମହମବତୀ, ଛୋଟ ଛୋଟ ଇଲେକ୍ଟ୍ରିକ ଲାଇଟର ବ୍ୟବହାର କରାଯାଇଥାଏ। ଏହା ବିଭିନ୍ନ ଦୋକାନ ଓ ଇ-କମର୍ସ ସାଇଟ ଗୁଡିକରେ ଉପଲବ୍ଧ।

ଆପଣ ଯଦି ଚାହିଁବେ ବଜାରରେ ମିଳୁଥିବା ବିଭିନ୍ନ ଡିଜାଇନର ମହମବତୀ ପରି ନିଜ ଘରେ ମଧ୍ୟ ମହମବତୀ ପ୍ରସ୍ତୁତ କରିପାରିବେ। ଅଳ୍ପ କିଛି ଜିନିଷ ସାହାଯ୍ୟରେ ସୁନ୍ଦର ସୁନ୍ଦର ମହମବତୀ ପ୍ରସ୍ତୁତ କରି ଘରକୁ ସଜାଇପାରିବେ। ଯଦି ଦୀପାବଳି ପାଇଁ ନିଜେ ସୁନ୍ଦର ଡିଜାଇନର ମହମବତୀ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ତେବେ ଜାଣିରଖନ୍ତୁ ଏହି ତିନୋଟି ପ୍ରଣାଳୀ।

୧.ଫୁଲ ସହିତ ମହମବତୀ: ପ୍ରଥମେ ଏକ ଗ୍ୟାସ ଉପରେ ତାୱା ଗରମ କରନ୍ତୁ, ଏହା ଉପରେ ଏକ ଛୋଟ ପାତ୍ରରେ ପାରାଫିନ ୱାକ୍ସ ବା ସାଧାରଣ ମହମବତୀ କ୍ୟାଣ୍ଡେଲ ନେଇ ତରଳାନ୍ତୁ। ଏଥିରେ ନିଜ ମନପସନ୍ଦର କ୍ରେୟନ ବା ପିଲାଙ୍କ ଚିତ୍ରାଙ୍କନ ରଙ୍ଗ (ମହମ ରଙ୍ଗ) ମିଶାନ୍ତୁ। ଏହାପରେ ଏକ ଗ୍ଳାସରେ ଅଳ୍ପ ତେଲ ଘଷନ୍ତୁ। ଏକ ସୂତା ନେଇ ଗ୍ଳାସ ଭିତରକୁ ଓହଳାଇ ରଖନ୍ତୁ। ଏହାପରେ ତରଳିଥିବା ମହମକୁ ଗ୍ଳାସରେ ଢାଳନ୍ତୁ। ଏହା ଭଲ ଭାବରେ ଟାଣ ହୋଇଯିବା ପରେ ଗଛରୁ ପଡିଥିବା ଶୁଖିଲା ଫୁଲକୁ ଆଣନ୍ତୁ। ଗୋଟିଏ ଚାମଚକୁ ଭଲ ଭାବରେ ଗରମ କରି ମହମବତୀରେ ଫୁଲକୁ ଲଗାନ୍ତୁ। ଫୁଲ ବଦଳରେ ପତ୍ର ମଧ୍ୟ ବ୍ୟବହାର କରିପାରିବେ।

୨.ଗୋଲାପ ଆକୃତିର ମହମବତୀ: ଏହି ମହମବତୀ ପ୍ରସ୍ତୁତ କରିବା ପାଇଁ ପରାଫିନ ୱାକ୍ସକୁ ଗରମ କରି ସେଥିରେ ମନ ପସନ୍ଦ ରଙ୍ଗର କ୍ରେୟନ (ମହମ ରଙ୍ଗ) ମିଶାନ୍ତୁ। ଏହାପରେ ଏକ ପ୍ଳେଟ, ଚାମଚ ଓ ଏକ ସୂତା ନିଅନ୍ତୁ। ତରଳିଥିବା ମହମକୁ ଅଳ୍ପ ଅଳ୍ପ ଚାମଚ ସାହାଯ୍ୟରେ ଆଣି ପ୍ଳେଟ ଉପରେ ଢାଳନ୍ତୁ। ଏହାକୁ ଗୋଲାପ ପାଖୁଡା ପରି ଆକାର ଦିଅନ୍ତୁ। ମହମ ଧୀରେ ଧିରରେ ଟାଣ ହେବାକୁ ଲାଗିଲେ ଏକ ଛୁରୀ ସାହାଯ୍ୟରେ ଆଣି ସୂତାରେ ଗୋଲାପ ଆକୃତିରେ ଲଗାନ୍ତୁ।

୩.ତରଭୁଜ ମହମବତୀ: ଏହି ମହମବତୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କାଗଜର ଗ୍ଳାସ ନିଅନ୍ତୁ ଓ ଏହାର ତଳ ଭାଗକୁ କାଟିଦିଅନ୍ତୁ। ଏହାପରେ ଏକ କାର୍ଡବୋର୍ଡ ଉପରେ ଗ୍ଳାସକୁ ଅଠା ସାହାଯ୍ୟରେ ଓଲଟା ଲଗାଇ ଦିଅନ୍ତୁ। ଏହାପରେ ପରାଫିନ ୱାକ୍ସକୁ ଗରମ କରନ୍ତୁ। ଗୋଟିଏ ପାତ୍ରରେ ସବୁଜ, ଅନ୍ୟ ଏକ ପାତ୍ରରେ ଧଳା ଓ ଅନ୍ୟ ଏକ ପାତ୍ରରେ ଲାଲ ରଙ୍ଗର କ୍ରେୟନ ମିଶାନ୍ତୁ।

ଏହାପରେ ଗ୍ଳାସ ମଝିରେ ଏକ ସୂତା ଓହଳାଇ ପ୍ରଥମେ ସବୁଜ ରଙ୍ଗର ମହମ ଢାଳନ୍ତୁ। ଏହା ଭଲଭାବରେ ଟାଣ ହୋଇଯିବା ପରେ ଧଳା ରଙ୍ଗର ମହମ ଢାଳନ୍ତୁ। ଧଳା ରଙ୍ଗର ମହମ ଟାଣ ହୋଇଯିବା ପରେ ଲାଲ ରଙ୍ଗର ମହମ ଢାଳନ୍ତୁ। ଏକା ସାଙ୍ଗରେ ସବୁ ମହମ ଢାଳିବେ ନାହିଁ, ନଚେତ ଏହାର ରଙ୍ଗ ମିଶିଯିବ। ମହମବତୀ ଟାଣ ହୋଇଯିବା ପରେ କାଜଗ ଗ୍ଳାସରୁ କାଢି ଦିଅନ୍ତୁ ଓ ତରଭୁଜ ପରି ମହମବତୀରେ ରଙ୍ଗ ଦେଇଦିଅନ୍ତୁ।

#lifestyle #designedcandle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon