• ବେତାର ବ୍ୟୁରୋ

ରିଲିଜ ହେଲା 'ଠଗସ ଅଫ ହିନ୍ଦୁସ୍ତାନ' : ଓଡିଶାରେ ଏତିକି ରହିଛି ଟିକେଟ ଦର


ବଲିଉଡ ଇଣ୍ଡଷ୍ଟ୍ରିରେ ୟଶରାଜ ଫିଲ୍ମ୍ସ ଏକ ବଡ ପ୍ରଯୋଜନା ସଂସ୍ଥା । ଏହାର ଫିଲ୍ମ ଅଧିକ ବଜେଟ ପାଇଁ  ଚର୍ଚ୍ଚାରେ ରହିଥାଏ । ସେହିପରି ଅମିର ଖାନ ଓ ଅମିତାଭ ବଚ୍ଚନ ଏକ ସଙ୍ଗରେ ଫିଲ୍ମରେ ଅଭିନୟ କଲେ ଫିଲ୍ମ ବଜେଟ ତ ବଢିବ ନିଶ୍ଚୟ । କୁହାଯାଉଛି ଏହି ଫିଲ୍ମଟିକୁ ତିଆରି କରିବା ପାଇଁ ପ୍ରଯୋଜନା ସଂସ୍ଥା ପ୍ରାୟ 300 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି , ଯାହାକି ବହୁତ ବଡ ବଜେଟ। ପୂର୍ବରୁ ୟଶରାଜ ଫିଲ୍ମ ଅମିର ଖାନଙ୍କୁ ନେଇ ଧୁମ 3 କରିଥିଲେ, ଯାହାର ବଜେଟ ପ୍ରାୟ 175 କୋଟି ଟଙ୍କା ଥିଲା । ତେବେ ଯାହାବି ହେଉ, ଏତେ ବଜେଟର ଫିଲ୍ମ ତିଆରି ହେଇଛି ମାନେ ଏହାର ଭାର ଡିଷ୍ଟ୍ରିବ୍ୟୁଟର, ସିନେମା ହଲ ମାଲିକ ବାଟ ଦେଇ ଦର୍ଶକଙ୍କ ଉପରେ ପଡିବ , ଅର୍ଥାତ ଟିକେଟ ଦର ମହଙ୍ଗା ହେବ ।

ଦିଲ୍ଲୀ , ବମ୍ବେ, ବାଙ୍ଗାଲୋର ଆଦି ସହରରେ ଏହି  ଫିଲ୍ମର ଟିକେଟ ଦର ଟ.400 ରହିଥିବା ବେଳେ କିଛି ସ୍ଥାନରେ ଏହା ସିନେମା ହଲମାନଙ୍କରେ (ବ୍ଲାକରେ ନୁହେଁ) ଟିକେଟ ପିଛା ଟ.1500ରେ ମଧ୍ୟ ବିକ୍ରି ହେଉଛି । ତେବେ ଆସନ୍ତୁ ଜାଣିବା ଓଡିଶାରେ ଏହାର ଦର କେତେ ରହିଛି ।

ଭୁବନେଶ୍ୱର –କଟକ : ଓଡିଶାର ଏହି ଦୈତ୍ଵନଗରୀରେ ଠଗସ ଅଫ ହିନ୍ଦୁସ୍ତାନର ଦିନକୁ ସର୍ବାଧିକ 65ଟି ଶୋ’ ଚାଲିବାର କାର୍ଯ୍ୟକ୍ରମ ରହିଛି, ଯାହା ସର୍ବମୋଟ 10ଟି ସିନେମା ହଲରେ ପ୍ରଦର୍ଶିତ ହେବ । ସାଧାରଣ ସିନେମା ହଲ ମାନଙ୍କରେ ଟିକେଟ ଦର ଟ.95, ଟ.117 ଏହିପରି ରହିଥିବା ବେଳେ,ଡିଲକ୍ସ ସିଟ ଓ ମଲ୍ଟିପେକ୍ସମାନଙ୍କରେ ଟିକେଟ ପିଛା ଟ.280ରୁ ଟ.330 ଦରରେ ବିକ୍ରି ହେଉଛି ।

ସମ୍ବଲପୁର-ରାଉରକେଲା : ପଶ୍ଚିମ ଓଡିଶାରେ ରାଉରକେଲା ସହରରେ ଦିନକୁ ସର୍ବାଧିକ 20ଟି ଶୋ’ ଦୁଇଟି ସିନେମା ହଲରେ ଚାଲୁଥିବା ବେଳେ, ସମ୍ବଲପୁରର ଦୁଇଟି ହଲରେ ଦିନକୁ 12 ଟି ଶୋ’ ଚାଲୁଅଛି ।   ଏହି ଦୁଇ ସହରରେ ଟିକେଟ ଦର ଟ.150, ଟ.200 ଓ ଟ.250 ରହିଛି।

ବ୍ରହ୍ମପୁର : ଦକ୍ଷିଣ ଓଡିଶାର ସବୁଠୁ ବଡ ସହର ବ୍ରହ୍ମପୁରରେ ଠଗସ ଅଫ ହିନ୍ଦୁସ୍ତାନର ଦୈନିକ 12ଟି ଶୋ’ ତିନୋଟି ସିନେମା ହଲରେ ଚାଲୁଅଛି ।  ଏଠାରେ ଟିକେଟ ଦର ସର୍ବନିମ୍ନ ଟ90 ଥିଲା ବେଳେ ସର୍ବାଧିକ ଦର ଟ140 ରହିଛି ।

ଜବରଦସ୍ତ କାହାଣୀ

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ବାଣିଜ୍ୟ କରିବାକୁ ଆସି କେମିତି ଶାସନ କରିଥିଲା ଏହା ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଦେଶକୁ ଏମାନଙ୍କ ଶାସନରୁ ମୁକ୍ତି ଦେବାପାଇଁ ଅମିର ଓ ଅମିତାଭ ଲଢେଇ କରୁଛନ୍ତି । କୁହାଯାଉଛି କି, ଫିଲ୍ମଟି ବାହୁବଳୀକୁ ମଧ୍ୟ ଟକ୍କର ଦେଇପାରେ।

ଫିଲ୍ମରେ ପ୍ରଥମ ଥର ପାଇଁ ଅମିର ଖାନ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ଅମିତାଭ ଆଜାଦର ଚରିତ୍ରରେ ଅଭିନୟ କରୁଥିବାବେଳେ , ଅମିର ଫିରଙ୍ଗି ମଲ୍ଲାହଙ୍କ ଚରିତ୍ରରେ ନଜର ଆସିବେ । ଏହି ଦୁଇଜଣଙ୍କର ଦମଦାର ଅଭିନୟର ଜଲୱା ଟ୍ରେଲରରେ ଦେଖିବାକୁ ମିଳିଛି ।

#bollywood #amirkhan #amitabhbacchan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon