- ବେତାର ବ୍ୟୁରୋ
ଜାଣନ୍ତୁ : ଚାନ୍ଦିପୁର DRDOରେ ହେବ 58 ଗ୍ରାଜୁଏଟ ଓ ଟେକ୍ନିସିଆନ ଆପ୍ରେଣ୍ଟିସ ନିଯୁକ୍ତି

(ବେତାର ବ୍ୟୁରୋ) ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ DRDO) ତରଫରୁ 58ଟି ଗ୍ରାଜୁଏଟ ଓ ଟେକ୍ନିସିଆନ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ବାଲେଶ୍ଵରରେ ନିଯୁକ୍ତି ଦିଆଯିବ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 58ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଗ୍ରାଜୁଏଟ ଆପ୍ରେଣ୍ଟିସଙ୍କ ପାଇଁ 28ଟି ପଦବୀ ରହିଛି ଓ ଟେକ୍ନିସିଆନ ଆପ୍ରେଣ୍ଟିସଙ୍କ ପାଇଁ 30ଟି ପଦବୀ ରହିଛି।
ଆବେଦନ ତାରିଖ
ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ଆବେଦନ କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀ ନଭେମ୍ବର 26 ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ ଓ ଟେକ୍ନିସିଆନ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଡିସେମ୍ବର 3 ତାରିଖ ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ। ଗ୍ରାଜୁଏସନ ଆପ୍ରେଣ୍ଟିସ ପଦ ପାଇଁ ଲିଖିତ ପରୀକ୍ଷା ଡିସେମ୍ବର 1 ତାରିଖରେ ହେବ ଓ ଟେକ୍ନିସିଆନ ଆପ୍ରେଣ୍ଟିସ ପଦ ପାଇଁ ଲିଖିତ ପରୀକ୍ଷା ଡିସେମ୍ବର 8 ତାରିଖରେ ହେବ।
ଦରମା
ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପରେ ପ୍ରାର୍ଥୀଙ୍କୁ 12 ମାସର ଟ୍ରେନିଙ୍ଗ ଦିଆଯିବ। ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତ ପ୍ରାର୍ଥୀଙ୍କୁ ଟ୍ରେନିଙ୍ଗ ସମୟରେ ଟ.4984 ଷ୍ଟାଇପେଣ୍ଡ ଦିଆଯିବ ଓ ଟେକ୍ନିସିଆନ ଆପ୍ରେଣ୍ଟିସ ପଦରେ ନିଯୁକ୍ତ ପ୍ରାର୍ଥୀଙ୍କୁ ଟ୍ରେନିଙ୍ଗ ସମୟରେ ଟ.3542 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ବି.ଇ (ବ୍ୟଚେଲର ଅଫ ଇଞ୍ଜିନିୟରିଙ୍ଗ) କିମ୍ବା ବି.ଟେକ ପାସ କରିଥିବା ଆବଶ୍ୟକ ଓ ଟେକ୍ନିସିଆନ ଆପ୍ରେଣ୍ଟିସ ପଦରେ ଆବେଦନ କରିବା ପାଇଁ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।
ଚୟନ ପଦ୍ଧତି
ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମଧ୍ୟମାରରେ ଚୟନ କରାଯିବ।
କିପରି ଆବେଦନ କରିବେ
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଆପ୍ଲିକେଶନ ଫର୍ମକୁ ପୂରଣ କରିବା ପରେ ସ୍କାନ କରି hrd@itr.drdo.in କୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଇମେଲ କରିବେ। ଲିଖିତ ପରୀକ୍ଷା ଓ ସାକ୍ଷାତକାର ସମୟରେ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଅରିଜିନାଲ କପି, ପାସ ପୋର୍ଟ ସାଇଜ ଫଟୋ ଓ ସମସ୍ତ ଡକୁମେଣ୍ଟର ଜେରକ୍ସ କପି ମଧ୍ୟ ସାଙ୍ଗରେ ନେବାକୁ ପଡିବ। ଲିଖିତ ପରୀକ୍ଷା ଓ ସାକ୍ଷାତକାର integrated test range, chandipur-756025,balesore(odisha)ରେ ଅନୁଷ୍ଠିତ ହେବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ DRDO)ର ଅଫିସିଆଲ ୱେବସାଇଟ www.drdo.gov.in ରେ ଲଗଇନ କରନ୍ତୁ।