• padmabati kund

ପ୍ରିୟଙ୍କାଙ୍କ ବିବାହକୁ ଯିବେନି ଜଣେ ବି ବଲିଉଡ କଳାକାର!


(ବେତାର ବ୍ୟୁରୋ) ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜର ବିଦେଶୀ ପ୍ରେମିକ ନିକ ଜୋନାସଙ୍କୁ ବିବାହ କରିବା ଖବର ଏବେ ଖୁବ ଚର୍ଚ୍ଚାରେ ରହିଛି।

ଡିସେମ୍ବରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ଏବେଠାରୁ ବିବାହର ପ୍ରସ୍ତୁତି ଏବଂ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଲାଣି । କିଛି ଦିନ ତଳେ ପ୍ରିୟଙ୍କା ନିଜ ଶାଶୁ ଘର ଲୋକଙ୍କ ସହ ବ୍ରାଇଡାଲ ସାଓ୍ଵାର ପାର୍ଟି କରିଥିଲେ, ଯେଉଁଥିରେ କିଛି ବଲିଉଡ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ନିଜ ବିବାହରେ ପ୍ରିୟଙ୍କା ବଲିଉଡ ଜଗତରୁ କାହାକୁ ନିମନ୍ତ୍ରଣ କରିବେ ନାହିଁ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ଡିସେମ୍ବର 2 ତାରିଖରେ ରାଜସ୍ଥାନର ଜୋଧପୁରରେ ବିବାହ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ପ୍ରିୟଙ୍କା ବିବାହ ପାଇଁ ବଲିଉଡର ସଲମାନ ଖାନ, ଆଲିଆ ଭଟ୍ଟ, ରଣବୀର କପୁର, କ୍ୟାଟ୍ରିନା କୈଫ, ଫରହାନ ଅଖତର ଏବଂ ସିଦ୍ଧାର୍ଥ ରୟ କପୁରଙ୍କୁ ନିମନ୍ତ୍ରଣ କରିବେ, କିନ୍ତୁ ବର୍ତ୍ତମାନ ଚର୍ଚ୍ଚା ହେଉଛି ପ୍ରିୟଙ୍କା ନିଜ ବିବାହରେ ବଲିଉଡର କୌଣସି ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରିବେ ନାହିଁ।

ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପରିବାର ସଦସ୍ୟ ଏବଂ କିଛି ଖାସ ବନ୍ଧୁଙ୍କ ଗହଣରେ ପ୍ରିୟଙ୍କା ଓ ନିକ ବିବାହ କରିବେ। ଏହାପରେ ମୁମ୍ବାଇରେ ନିଜର ଖାସ ବନ୍ଧୁଙ୍କ ପାଇଁ ଏକ ରିସେପ୍ସନ ପାର୍ଟି ମଧ୍ୟ ରଖିବେ।

ଉଭୟ ପ୍ରିୟଙ୍କା ଓ ନିକ ନିଜ ବିବାହ ବିଷୟରେ କିଛି ଅଫିସିଆଲ ଘୋଷଣା କରିନାହାନ୍ତି। ତେବେ ପ୍ରିୟଙ୍କା ଏବଂ ନିକ୍‌ ଦୁଇ ଥର ବିବାହ କରିବେ ବୋଲି ଜାଣିବାକୁ ମିଳିଛି । ପ୍ରଥମ ଥର ହିନ୍ଦୁ ରୀତିନୀତିରେ ଏବଂ ଦ୍ୱିତୀୟ ଥର କ୍ରିଷ୍ଟିୟାନ ରୀତିନୀତିରେ ଦୁହେଁ ବିବାହ କରିବେ ବୋଲି ସୂଚନା ମିଳିଛି। ଡିସେମ୍ବର 2 ତାରିଖରେ ଯୋଧପୁରର ଉମୈଦ ଭବନ ପ୍ୟାଲେସ ହୋଟେଲରେ ବିବାହ ଅନୁଷ୍ଠିତ ହେବ ଓ ନଭେମ୍ବର 30 ଏବଂ ଡିସେମ୍ବର 1ରେ ମେହେରାନଗଡ ଦୁର୍ଗରେ ବିବାହ ପୂର୍ବର ସମସ୍ତ ଉତ୍ସବ ଅନୁଷ୍ଠିତ ହେବ।

ଗତ ଅଗଷ୍ଟ ମାସରେ ପ୍ରିୟଙ୍କାଙ୍କ ମୁମ୍ବାଇ ବାସଭବନରେ ପାରମ୍ପରିକ ରିତୀନୀତି ଅନୁସାରେ ଦୁହେଁ ନିର୍ବନ୍ଧ କରିଥିଲେ। ଏହି ନିର୍ବନ୍ଧ ଉତ୍ସବରେ ମଧ୍ୟ ଉଭୟଙ୍କର ପରିବାର ସଦସ୍ୟ ଓ ଖାସ ବନ୍ଧୁ ଉପସ୍ଥିତ ଥିଲେ।

ଅନ୍ୟପଟେ ବଲିଉଡର ବାଜିରାଓ ମସ୍ତାନୀ ମଧ୍ୟ ଚଳିତ ନଭେମ୍ବର ମାସରେ 14 ଓ 15ରେ ବିବାହ କରିବାକୁ ଯାଉଛନ୍ତି। ଉଭୟ ଇଟାଲୀର ଲେକ କୋମୋରେ ପରିବାର ଓ ବନ୍ଧୁଙ୍କ ଗହଣରେ ବିବାହ କରିବେ। ତେବେ ବିବାହ ପରେ ଦୁହେଁ ଦୁଇଟି ରିସେପ୍ସନ ପାର୍ଟି ଦେବେ। ଗୋଟିଏ ବାଙ୍ଗାଲୋରରେ ନଭେମ୍ବର 21 ତାରିଖରେ ପରିବାର ଓ ବନ୍ଧୁବର୍ଗଙ୍କ ପାଇଁ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟଟି ଡିସେମ୍ବର 1 ତାରିଖରେ ମୁମ୍ବାଇରେ ବଲିଉଡ ଇଣ୍ଡଷ୍ଟ୍ରୀର ବନ୍ଧୁମାନଙ୍କ ପାଇଁ ଅନୁଷ୍ଠିତ ହେବ।

#entertainment #bollywood #priyankachopra

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon