- padmabati kund
ବାଣ ଫୁଟାଇ ହାତ ଜଳି ଯାଇଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

(ବେତାର ବ୍ୟୁରୋ) ହିନ୍ଦୁ ଧର୍ମରେ ଆଲୋକର ପର୍ବ ଦୀପାବଳିକୁ ସୁଖ ଓ ସମୃଦ୍ଧିର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ଏହି ପର୍ବରେ ଲୋକମାନେ ଦୀପ ଓ ମହମବତୀ ଜଳାଇଥାଆନ୍ତି ଏବଂ ଏହା ସହିତ ଅନେକ ପ୍ରକାରର ବାଣ ମଧ୍ୟ ଫୁଟାଇ ଥାଆନ୍ତି। ବାଣ ଫୁଟାଇବା ସମୟରେ ବିଶେଷ ସାବଧାନ ରହିବାକୁ ପଡିଥାଏ। ଟିକିଏ ଅସାବଧନତା ଯୋଗୁଁ ଖୁସିର ମୂହୁର୍ତ୍ତ ଦୁଃଖରେ ପରିଣତ ହୋଇଯାଇଥାଏ। ଯଦି ବାଣ ଫୁଟାଇବା ସମୟରେ ଆପଣ ସାମାନ୍ୟ ଅନ୍ୟମନସ୍କ ହେଉଛନ୍ତି ତେବେ ନିଆଁରେ ପୋଡିଯିବାର ସମ୍ଭାବନା ରହିଥାଏ।
ଯଦି ଆପଣଙ୍କର ମଧ୍ୟ ବାଣ ଫୁଟାଇବା ସମୟରେ କିମ୍ବା ଅନ୍ୟ କୌଣସି କାରଣରୁ ଶରୀରର କିଛି ଅଙ୍ଗ ମୃଦୁ ଭାବରେ ଜଳିଯାଇଛି, ତେବେ ସଙ୍ଗେ ସଙ୍ଗେ କଣ କରିବେ ଜାଣିରଖନ୍ତୁ।
୧.ଥଣ୍ଡା ପାଣି: ଯଦି ଶରୀରର କୌଣସି ଅଙ୍ଗ ଜଳି ଯାଇଥାଏ ବା ପୋଡିଯାଇଥାଏ ତେବେ ସଙ୍ଗେ ସଙ୍ଗେ ଟ୍ୟାପ ଲଗାଇ ବହିଯାଉଥିବା ପାଣିରେ ହାତକୁ ଦେଖାନ୍ତୁ। ଏପରି ଭାବରେ ୧୫-୨୦ମିନିଟ ରଖିବା ପରେ ପୋଡିଥିବା ସ୍ଥାନକୁ ସାବୁନ ସାହାଯ୍ୟରେ ଧୋଇଦିଅନ୍ତୁ। ଏହାପରେ ଅଏଣ୍ଟମେଣ୍ଟ ଲଗାନ୍ତୁ। ଏହାବ୍ୟତୀତ ଆପଣ ଏକ ସଫା କପଡାକୁ ଥଣ୍ଡା ପାଣିରେ ବୁଡାଇ ଆଣି ପୋଡିଥିବା ସ୍ଥାନରେ ମଧ୍ୟ ରଖିପାରିବେ। କିନ୍ତୁ ବରଫ ଆଦୌ ଲଗାଇବେ ନାହିଁ, ଏହା ରକ୍ତ ସଂଚାଳନ ବନ୍ଦ କରିଦେଇଥାଏ ଓ ଶରୀରର ଅଧିକ କ୍ଷତି କରିଥାଏ।

୨.ଏଲୋଭେରା ଜେଲ: ପୋଡା ଜଳାକୁ କମ କରିବା ପାଇଁ ଏଲୋଭେରା ଜେଲ ଅତ୍ୟନ୍ତ ଉପାଦେୟ ହୋଇଥାଏ। ଏଥିପାଇଁ ବଜାରରେ ମିଳୁଥିବା ଏଲୋଭେର ଜେଲରା ବ୍ୟବହାର ନକରି ସଙ୍ଗେ ସଙ୍ଗେ ଫ୍ରେସ ଏଲୋଭେରାର ବ୍ୟବହାର କରନ୍ତୁ। ଏହା ପୋଡିଯାଇଥିବା ସ୍ଥାନକୁ ଆରମ ଦେବା ସହିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।
୩.ମହୁ: ଶରୀରର କୌଣସି ଅଙ୍ଗ ସାମାନ୍ୟ ପୋଡିଯାଇଥିଲେ ମହୁ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଏକ ତୁଳା ନେଇ ମହୁରେ ବୁଡାନ୍ତୁ ଓ ଏହାକୁ ଆଣି ପୋଡିଥିବା ସ୍ଥାନରେ ଧୀରେ ଧୀରେ ଲଗାନ୍ତୁ। ମହୁ ଏକ ପ୍ରାକୃତିକ ଉପାଦାନ ଅଟେ ଓ ଏଥିରେ ଥିବା ଔଷଧୀୟ ଗୁଣ ପୋଡାଜଳାକୁ ଦୂର କରିଥାଏ।

୪.ନଡିଆ ତେଲ: ଭିଟାମିନ-ଇ ରେ ଭରପୁର ନଡିଆ ତେଲ ପୋଡାଜଳାକୁ ଦୂର କରିବା ସହିତ ପୋଡା ଦାଗକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ। ଏହାସହିତ ପୋଡିଥିବା ସ୍ଥାନରେ ସଂକ୍ରମଣ ହେବାରେ ମଧ୍ୟ ରୋକିଥାଏ। ପୋଡିଥିବା ସ୍ଥାନରେ ଯଦି ଦାଗ ରହିଯାଉଛି ତେବେ ନଡିଆ ତେଲ ସହିତ ଅଳ୍ପ ଲେମ୍ବୁରସ ମିଶାଇ ଲଗାନ୍ତୁ। ଦାଗ ଦୂର ହୋଇଯିବ।
୫.ଭିନେଗାର: ଏଥିରେ ଥିବା ଆସିଟିକ ଏସିଡ ପୋଡାଜଳାର କଷ୍ଟକୁ ଦୂର କରିଥାଏ। ଏକ ତୁଳାରେ ଭିନେଗାର ନେଇ ପୋଡା ସ୍ଥାନରେ ଧୀରେ ଧୀରେ ଲଗାନ୍ତୁ। ଏହା ପୋଡାସ୍ଥାନରେ ସଂକ୍ରମଣ ହେବାକୁ ଦେଇନଥାଏ।
୬. ଟୁଥପେଷ୍ଟ : ପୋଡା ସ୍ଥାନରେ ସଙ୍ଗେ ସଙ୍ଗେ ଟୁଥପେଷ୍ଟ ମଧ୍ୟ ଲଗାଇ ପାରିବେ କିମ୍ବା ଫାଉଣ୍ଟେନ ପେନର କାଳି ମଧ୍ୟ ଲଗାଇ ପାରିବେ। ଏହା ପୋଡାଜଳାକୁ ଦୂରେଇବାରେ ସାହାଯ୍ୟ କରିଥାଏ।