• padmabati kund

ଭାରତୀୟ ଫ୍ୟାନଙ୍କୁ ଦେଶ ଛାଡିବାକୁ କହି ବିବାଦରେ ବିରାଟ କୋହଲି


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଚର୍ଚ୍ଚାରେ ରହିବା କିଛି ନୂଆ କଥା ନୁହେଁ। କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ ବର୍ତ୍ତମାନ ଭାରତର ଅଧିନାୟକ ବିରାଟ କୋହଲି ଯେଉଁ କାରଣରୁ ଚର୍ଚ୍ଚାରେ ଅଛନ୍ତି, ତାହା ବହୁତ କମ ଦେଖିବାକୁ ମିଳିଥାଏ। ଅଧିନାୟକ ବିରାଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ଭାରତୀୟ ଫ୍ୟାନଙ୍କୁ  ଦେଶ ଛାଡିବାକୁ କହୁଥିବାର ଦେଖିବାକୁ ମିଳିଛି ଓ ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି।

ଏହି ଭିଡିଓଟି ବିରାଟ କୋହଲି ନିଜର ଅଫିସିଆଲ ଆପର ପ୍ରମୋସନ ପାଇଁ ସୁଟିଙ୍ଗ କରିଥିଲେ। ଏହି ଆପକୁ ବିରାଟଙ୍କ ଜନ୍ମଦିନ ଅବସରରେ ଅକ୍ଟୋବର 30ରେ ଲଞ୍ଚ କରାଯାଇଥିଲା। ଏହି ଭିଡିଓରେ ବିରାଟ ଜଣେ ଭାରତୀୟ ଫ୍ୟାନଙ୍କୁ ଭାରତରୁ ଚାଲିଯିବାକୁ କହୁଥିବାର ଦେଖିବାକୁ ମିଳିଛି। ଉକ୍ତ ଫ୍ୟାନ ଜଣକ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଫ୍ୟାନକୁ ସମର୍ଥନ କରିଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିରାଟ ଜଣେ ଫ୍ୟାନଙ୍କର କମେଣ୍ଟ ମୋବାଇଲରେ ପଢୁଛନ୍ତି। ଫ୍ୟାନ ଜଣକ କମେଣ୍ଟରେ ଲେଖିଛନ୍ତି, ସେ ବର୍ତ୍ତମାନର ଭାରତୀୟ ଖେଳାଳୀଙ୍କ ଅପେକ୍ଷା ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ଖେଳାଳୀଙ୍କୁ ଅଧିକ ପସନ୍ଦ କରନ୍ତି।

ବିରାଟ ଏହି କମେଣ୍ଟରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, “ଯଦି ମତେ କେହି ପସନ୍ଦ କରୁନାହିଁ, ତେବେ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି କେହି ଭାରତୀୟ ଖେଳାଳୀଙ୍କ ବିଷୟରେ କିଛି କହୁଛି ତେବେ ଏହା ଭଲ କଥା ନୁହେଁ ଓ ସେ ଏହି ଦେଶରେ ରହିବା କଥା ନୁହେଁ।“

ବିରାଟଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ରାଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି,” ବିରାଟ କୋହଲି କଣ ଚାହୁଁଛନ୍ତି ଯେ, ବିଦେଶରେ ଥିବା ତାଙ୍କ ଫ୍ୟାନମାନେ ନିଜ ଦେଶ ଛାଡିଦେବେ?“

ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଇଟାଲୀରେ ବିବାହ କରିଥିଲେ, ଏହାକୁ ନେଇ ମଧ୍ୟ ବ୍ୟବହାରକାରୀ ମାନେ କହିଛନ୍ତି, “କଣ ପାଇଁ ବିରାଟ ଓ ଅନୁଷ୍କା ଇଟାଲୀରେ ବିବାହ କରିଥିଲେ। ଭାରତରେ ବିବାହ କରିବାକୁ ଲାଜ ଲାଗୁଥିଲା କି?”

ସେହିପରି ଅନ୍ୟଜଣେ ବ୍ୟବହାରକାରୀ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି,” ଦର୍ଶକଙ୍କୁ ନିଜ ପସନ୍ଦର ଖେଳାଳୀ ବିଷୟରେ କହିବାର ଅଧିକାର ଅଛି। ଏହା ବିଷୟରେ କହିବାର ଆପଣଙ୍କର କିଛି ଅଧିକାର ନାହିଁ। ଆମେ ଭାରତରେ ରହୁଛୁ ବୋଲି ଅନ୍ୟ ଦେଶର ଖେଳାଳୀଙ୍କୁ ଘୃଣା କରିବୁ ନାହିଁ।“

ବର୍ତ୍ତମାନ ବିରାଟ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। କିଛି ଦିନ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ବ୍ୟାଟିଙ୍ଗ  କରି ୱାନ-ଡେ ଇଣ୍ଟରନାସିନାଲରେ ଦଶ ହଜାର ରନ ପୂରଣ କରିଛନ୍ତି। ଗତ  30ମାସ ମଧ୍ୟରେ ଟେଷ୍ଟ ଓ ୱାନ-ଡେ ମ୍ୟାଚରେ ମୋଟ 26 ଶତକ ହାସଲ କରିଛନ୍ତି।

#cricket #viratkohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon