• padmabati kund

ଏହି 5ଟିପ୍ସରେ 15 ମିନିଟରେ ପାଆନ୍ତୁ ସଠିକ ମେକଅପ


(ବେତାର ବ୍ୟୁରୋ) ମହିଳାମାନଙ୍କ ପାଇଁ ମେକଅପ ନେବା ବହୁତ ଜରୁରୀ ହୋଇଥାଏ। କୌଣସି ପାର୍ଟିକୁ ଯିବା ସମୟରେ ହେଉ ବା ଅଫିସ ଯିବା ସମୟରେ ମେକଅପ କରିବାକୁ କେବେ ଭୁଲି ନଥାନ୍ତି। ବେଳେ ମେକଅପ କରିବାରେ ଅଧିକ ସମୟ ଦେବା କାରଣରୁ ନିର୍ଦ୍ଧିଷ୍ଟ ସ୍ଥାନରେ ଠିକ ସମୟରେ ପହଞ୍ଚିବା ପାଇଁ ମଧ୍ୟ ବିଳମ୍ବ ହୋଇଯାଇଥାଏ ଓ ବେଳେ ସମୟର ଅଭାବରୁ ମେକଅପ ନେବା ପାଇଁ ମଧ୍ୟ ସମୟ ହୋଇନଥାଏ। ତେବେ ଏହି ମେକଅପ ନେବା ଏପରି ଏକ କଳା ଯାହାକି ସମସ୍ତଙ୍କ ପାଖରେ ନଥାଏ। କିନ୍ତୁ ଆପଣ ଯଦି ମେକଅପ ବିଷୟରେ ଭଲ ଭାବରେ ବୁଝିଯିବେ ତେବେ ଘରୁ ବାହାରିବା ସମୟରେ ଖୁବ କମ ସମୟରେ ମଧ୍ୟ ଭଲ ଭାବରେ ମେକଅପ ନେଇପାରିବେ।

କେବଳ ପନ୍ଦର ମିନିଟ ମଧ୍ୟରେ ଭଲ ଭାବରେ ମେକଅପ ନେବା ପାଇଁ ଜାଣିରଖନ୍ତୁ କିଛି ଟିପ୍ସ।

. ଯଦି ଆପଣଙ୍କ ଚେହେରା ସଂପୂର୍ଣ୍ଣ ଭାବରେ ମଶ୍ଚୁରାଇଜ ହୋଇନାହିଁ ଓ ଆପଣ ଚେହେରାରେ ସନସ୍କ୍ରିନ ଲୋସନ ଲଗାଇନାହାନ୍ତି ତେବେ ଯେ କୌଣସି ପ୍ରକାର ମେକଅପ ଆପଣଙ୍କୁ ସଠିକ ଲୁକ ଦେଇପାରିବ ନାହିଁ। ଏଥିପାଇଁ ମେକଅପ ଲଗାଇବା ଆଗରୁ ମୁହଁକୁ ଭଲ ଭାବରେ ସଫା କରନ୍ତୁ ଓ ଏକ ଭଲ ମଶ୍ଚୁରାଇଜର ଲଗାନ୍ତୁ। ଏହାପରେ ଚେହେରା ସହିତ ହାତ ଓ ଗୋଡରେ ସନସ୍କ୍ରିନ ଲୋସନ ଲଗାନ୍ତୁ।

. ମେକଅପର ବେସ ଅତ୍ୟନ୍ତ ଜରୁରୀ ହୋଇଥାଏ। ଏଥିପାଇଁ ଫାଉଣ୍ଡେଶନ କିମ୍ବା ବିବି ଓ ସିସି କ୍ରିମ ଲଗାନ୍ତୁ। ବ୍ୟୁଟି ବ୍ଲେଣ୍ଡର ସାହାଯ୍ୟରେ ଏହାକୁ ମୁହଁରେ ଭଲ ଭାବରେ ଲଗାନ୍ତୁ ଓ ୨-୩ ମିନିଟ ଅପେକ୍ଷା କରନ୍ତୁ, ଏହାଦ୍ୱାରା ଆପଣଙ୍କ ଚେହେରାରେ ଏହା ଭଲ ଭାବରେ ମିଶିଯିବ। ଆପଣ ଯେଉଁ ଜାଗାରେ ରହୁଛନ୍ତି ଯଦି ସେଠାରେ ଅଧିକ ଗରମ ହେଉଥାଏ ତେବେ ଅଧିକ ବହଳିଆ ଫାଉଣ୍ଡେଶନ ଲଗାନ୍ତୁ ନାହିଁ।

.ଯଦି ଆପଣଙ୍କ ଆଖିତଳେ କଳାଦାଗ ପଡିଥାଏ, ବ୍ରଣ ହୋଇଥାଏ ବା ମୁହଁରେ କିଛି ଦାଗ ହୋଇଥାଏ ତେବେ କନ୍ସିଲର ଲଗାଇବା ନିହାତି ଆବଶ୍ୟକ। ଆପଣଙ୍କ ତ୍ଵଚାର ରଙ୍ଗ ଠାରୁ ଗୋଟିଏ ଟୋନ କମ ରଙ୍ଗର କନ୍ସିଲର ବ୍ୟବହାର କରନ୍ତୁ ଓ ନିହାତି ଆବଶ୍ୟକ ସ୍ଥାନରେ ହିଁ ଏହାକୁ ପ୍ରୟୋଗ କରନ୍ତୁ।

. ମେକଅପକୁ ସେଟ କରିବା ପାଇଁ ସଂପୂର୍ଣ୍ଣ ଚେହେରାରେ କମ୍ପାକ୍ଟ ପାଉଡର ଲଗାନ୍ତୁ ଓ ଏହାପରେ ହାଲକା ରଙ୍ଗର ବ୍ଲସର ବ୍ୟବହାର କରନ୍ତୁ।

.ଚେହେରାରେ ଭଲ ଭାବରେ ମେକଅପ ସେଟ ହୋଇଯିବା ପରେ ଆଖି ଓ ଓଠର ମେକଅପ କରନ୍ତୁ। ଆଖିରେ ଆଇଲାଇନର ଓ ମସ୍କାରା ଲଗାଇବା ପରେ ନିଜ ମନପସନ୍ଦ ରଙ୍ଗର ଲିପଷ୍ଟିକ ଲଗାନ୍ତୁ। ଯଦି ଆପଣ ଲିପଷ୍ଟିକ ଲଗାଇବାକୁ ପସନ୍ଦ କରନ୍ତି ନାହିଁ ତେବେ ଲିପବାମ କିମ୍ବା ଲିପଗ୍ଳସ ଲଗାଇ ପାରିବେ।

#lifestyle #makeuptips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon