• padmabati kund

ଦୀପାବଳିରେ ବାଣ ଫୁଟାଇ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅମିତାଭ ବଚ୍ଚନ


(ବେତାର ବ୍ୟୁରୋ) ଦେଶରେ ଦିନକୁ ଦିନ ପ୍ରଦୂଷଣ ବଢୁଥିବା କାରଣରୁ ଗତ କିଛିବର୍ଷ ହେବ ଲୋକମାନଙ୍କୁ ପ୍ରଦୂଷଣ ରହିତ ଦୀପାବଳି ପାଳିବାକୁ ପରାମର୍ଶ ଦିଆଯାଉଛି। ଚଳିତ ବର୍ଷ ଦେଶରେ ସବୁଜ ଦୀପାବଳି ପାଳିବା ପାଇଁ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଥିଲା। ଏପରି ସ୍ଥଳେ ଫ୍ୟାନ ମାନେ ମଧ୍ୟ ନିଜର ପ୍ରିୟ ଅଭିନେତା ମାନଙ୍କ ଠାରୁ ଏପରି କିଛି ଆଶା ରଖିଥିଲେ। ଦୀପାବଳି ଅବସରରେ ବିଗ ବି ଅମିତାଭ ବଚ୍ଚନ ଫୁଲଝରି ଫୁଟାଉଥିବା ସମୟର ଏକ ଫଟୋ ଶେୟାର କରିଥିଲେ, ଯେଉଁଥିପାଇଁ ସୋସିଆଲ ମିଡିଆରେ ଫ୍ୟାନମାନେ ତାଙ୍କୁ ଟ୍ରୋଲ କରିଛନ୍ତି।

ଦୀପାବଳି ଅବସରରେ ବଲିଉଡର ବିଗ ବି ଅମିତାଭ ବଚ୍ଚନ ନିଜ ପରିବାର ସହିତ ଦୁଇଟି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଫଟୋରେ ସେ ହାତରେ ଫୁଲାଝରି ଧରି ଫୁଟାଉଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ଫଟୋରେ ଅମିତାଭ ବଚ୍ଚନଙ୍କୁ ପତ୍ନୀ ଜୟା ବଚ୍ଚନଙ୍କ ସହ ଦେଖିବାକୁ ବିଲିଥିଲା ଓ ଅନ୍ୟ ଫଟୋରେ ପୁଅ ଅଭିଷେକ ବଚ୍ଚନ, ବୋହୁ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ସହ ଦେଖିବାକୁ ମିଳିଥିଲା।

କିଛି ଲୋକ ଏହି ଫଟୋରେ ପୁରା ପରିବାରକୁ ଏକାଠି ଦୀପାବଳି ପାଳନ କରିଥିବାର ଦେଖି ଖୁସି ହୋଇଥିବା ବେଳେ, ଅନ୍ୟକିଛି ଲୋକ ଅମିତାଭ ବାଣ ଫୁଟାଇକୁ ସମର୍ଥନ କରୁଛନ୍ତି ବୋଲି ସମାଲୋଚନା କରିଛନ୍ତି। ଇନଷ୍ଟାଗ୍ରାମରେ ଅମିତାଭ ବଚ୍ଚନଙ୍କ ପୋଷ୍ଟରେ ଜଣେ ବ୍ୟବହାରକରୀ କମେଣ୍ଟ ଦେଇ ଲେଖିଛନ୍ତି, “ଦୟାକରି ବାଣ ଫୁଟାଇବା ବନ୍ଦ କରନ୍ତୁ, ଫୁଲଝରି ମଧ୍ୟ ଫୁଟାନ୍ତୁ ନାହିଁ।“

ସେହିପରି ଅନ୍ୟଜଣେ ବ୍ୟବହାରକାରୀ ନିଜର ପ୍ରତିକ୍ରିୟାରେ ଲେଖିଛନ୍ତି, “ସାର, ଦୟାକରି ବାଣ ଫୁଟାନ୍ତୁ ନାହିଁ, ଆପଣ ଆମର ଆଦର୍ଶ, ଆମେ ଆପଣଙ୍କ ଠାରୁ ସବୁକିଛି ଶିଖିଥାଉ।“ ଅନ୍ୟଜଣେ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, “ଅମିତାଭଜୀ, ପ୍ରଦୂଷଣ ବଢାଉଛନ୍ତି, ପରିବେଶ ବଞ୍ଚାନ୍ତୁ।“

ଫ୍ୟାନ ନିରାଶ

ବର୍ତ୍ତମାନ ସମୟରେ ଭାରତର ଅନେକ ସହରରେ ପ୍ରଦୂଷଣର ସ୍ତର ଦିନକୁ ଦିନ ବଢିବାରେ ଲାଗିଛି। ଏହା ଆଗକୁ ଅତି ଭୟଙ୍କର ରୂପ ନେବାର ଆଶଙ୍କା ମଧ୍ୟ ରହିଛି। ଏପରି ସ୍ଥଳରେ ସମସ୍ତେ ଚେଷ୍ଟା କରୁଛନ୍ତି ଯେ, ଦୀପାବଳିରେ ବାଣ ନଫୁଟାଇ ପ୍ରଦୂଷଣ ରହିତ ଦୀପାବଳି ପାଳନ କରିବାକୁ। ପ୍ରଦୂଷଣର କୁପ୍ରଭାବ ବିଷୟରେ ପିଲାମାନଙ୍କୁ ସଚେତନ କରିବା ପାଇଁ ବିଦ୍ୟାଳୟରେ ମଧ୍ୟ ଅନେକ କାର୍ଯ୍ୟକ୍ରମ କରାଯାଉଛି। ତେବେ ଫ୍ୟାନମାନେ ମଧ୍ୟ ଅମିତାଭ ବଚ୍ଚନଙ୍କ ଠାରୁ ଏପରି କିଛି ଆଶା ରଖିଥିଲେ।

ଅନ୍ୟପଟେ ଦୀପାବଳିରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଠଗସ ଅଫ ହିନ୍ଦୋସ୍ଥାନ’ ମଧ୍ୟ ରିଲିଜ ହୋଇଯାଇଛି। ରିଲିଜ ହେବାର ପ୍ରଥମ ଦିନରେ ସବୁଠାରୁ ଅଧିକ ରୋଜଗାର କରି ଏହି ଫିଲ୍ମ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଦିନରେ 52କୋଟିରୁ ଉର୍ଦ୍ଧ୍ଵ ରୋଜଗାର କରିଥିବା ଏହି ଫିଲ୍ମ କିନ୍ତୁ ଦର୍ଶକଙ୍କୁ ନିରାଶ କରିଥିବାର ଦେଖିବାକୁ ମିଳିଛି। ଫିଲ୍ମରେଆମିତାଭ ବଚ୍ଚନଙ୍କ ସହିତ ଅମିର ଖାନ ଓ କାଟ୍ରିନା କୈଫ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଅମିର ଖାନ ଓ ଅମିତାଭ ବଚ୍ଚନ ବ୍ୟକ୍ତିଗତ ଭାବରେ ଭଲ ଅଭିନୟ କରିଥିଲେ ମଧ୍ୟ ଫିଲ୍ମର କାହାଣୀ ଦର୍ଶକଙ୍କ ମନଙ୍କୁ ଛୁଇଁ ପାରିନାହିଁ।

#entertainment #bollywood #amitabhbacchan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon