• ବେତାର ବ୍ୟୁରୋ

ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ପାଇଁ ଫର୍ମପୂରଣ ନଭେମ୍ବର 12ରୁ


(ବେତାର ବ୍ୟୁରୋ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଓଡିଶା ତରଫରୁ ଚଳିତ ବର୍ଷ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ନିମନ୍ତେ ଫର୍ମ ପୂରଣ ପାଇଁ ତାରିଖ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ କାରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ୱେବସାଇଟରେ ନଭେମ୍ବର 24 ତାରିଖରୁ ଅନଲାଇନରେ ଆବେଦନ କରିପାରିବେ।

ରାଜ୍ୟରେ ଥିବା ସମସ୍ତ ସରକାରୀ ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀରେ ଶିକ୍ଷାଦାନ କରିବାକୁ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଏହି ଓ.ଟି.ଇ.ଟି ପରୀକ୍ଷା ଅନୁଷ୍ଠିତ ହୋଇଥାଏ।

ଆବେଦନ ତାରିଖ ଓ ପ୍ରକ୍ରିୟା

ଏହି ପରୀକ୍ଷା ଦେବାକୁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀ ନଭେମ୍ବର 12 ତାରିଖ ପୂର୍ବାହ୍ନ 8ଟାରୁ ଅନଲାଇନରେ ଆବେଦନ କରିପାରିବେ। ପ୍ରାର୍ଥୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ୱେବସାଇଟ bseodisha.nic.in ରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ନଭେମ୍ବର 28 ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ରହିଛି। ଅନଲାଇନ ମାଧ୍ୟମରେ ଆବେଦନକାରୀ ପରୀକ୍ଷା ଦେୟ ପଇଠ କରିପାରିବେ। ଏହା ନଭେମ୍ବର 27 ତାରିଖ ରାତି 11.45 ପର୍ଯ୍ୟନ୍ତ ଖୋଲା ରହିବ। ଅଫଲାଇନରେ ମଧ୍ୟ ଷ୍ଟେଟ ବ୍ୟାଙ୍କର ଚାଲାଣ ମାଧ୍ୟମରେ ପରୀକ୍ଷା ଦେୟ ପଇଠ କରିପାରିବେ। ଫର୍ମ ପୂରଣ କରିବାର ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡାକ୍ତର. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଏହି ଓ.ଟି.ଇ.ଟି ପରୀକ୍ଷା ଉଭୟ ପେପର-1 ଓ ପେପର-2 ପାଇଁ ଅନୁଷ୍ଠିତ ହେବ। ତେବେ ପରୀକ୍ଷା ତାରିଖ ବିଷୟରେ କୌଣସି ଘୋଷଣା କରାଯାଇନଥିଲେ ମଧ୍ୟ ଆସନ୍ତା ଡିସେମ୍ବର ମାସରେ ପରୀକ୍ଷା ହେବ ବୋଲି ଅନୁମାନ କରାଯାଉଛି।

ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 50 ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବେ ଓ ଏହା ସହିତ ଦୁଇବର୍ଷ ସି.ଟି କିମ୍ବା ଡିପ୍ଲୋମା ଇନ ଏଲିମେଣ୍ଟାରି ଏଜୁକେଶନ (ଡି.ଇଏଲ.ଇଡି) କୋର୍ସ କରିଥିବେ ସେମାନେ ପେପର-1 ପରୀକ୍ଷା ଦେଇପାରିବେ। ଏହାବ୍ୟତୀତ ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 45ପ୍ରତିଶତ ମାର୍କ ରଖି ପାସ କରିଥିବେ ଓ ଏନସିଟିଇ ଅଧୀନରେ ଦୁଇବର୍ଷ ଡି.ଇଏଲ.ଇଡି କୋର୍ସ ସେମାନେ ମଧ୍ୟ ଏହି ପରୀକ୍ଷା ଦେଇପାରିବେ। ଏହାସହିତ ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 50 ପ୍ରତିଶତ ମାର୍କ ରଖି ପାସ କରିଥିବେ ଓ ଚାରିବର୍ଷର ବ୍ୟାଚେଲର ଇନ ଏଲିମେଣ୍ଟାରି ଏଜୁକେଶନ (ବି.ଇଏଲ.ଇଡି) କୋର୍ସ କରିଥିବେ ସେମାନେ ମଧ୍ୟ ପେପର-1 ପରୀକ୍ଷା ଦେଇପାରିବେ।

ସେହିପରି ଗ୍ରାଜୁଏସନ ପାସ କରିଥିବା ପ୍ରାର୍ଥୀ ଗ୍ରାଜୁଏସନ ପରେ ଦୁଇବର୍ଷର  ଡିପ୍ଲୋମା ଇନ ଏଲିମେଣ୍ଟାରି ଏଜୁକେଶନ (ଡି.ଇଏଲ.ଇଡି) କୋର୍ସ କରିଥିଲେ ପେପର-2 ପରୀକ୍ଷା ଦେଇପାରିବେ। ଏହାବ୍ୟତୀତ ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 50 ପ୍ରତିଶତ ମାର୍କ ରଖି ପାସ କରିଥିବେ ଓ ଚାରିବର୍ଷର ବି.ଏ କିମ୍ବା ବି.ଏସସି କୋର୍ସ କରିଥିବେ ସେମାନେ ମଧ୍ୟ ପେପର-2 ପରୀକ୍ଷା ଦେଇପାରିବେ।

#OTETtest

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon