• padmabati kund

କେମିତି ଚୟନ କରିବେ ସଠିକ ଫେସୱାସ


(ବେତାର ବ୍ୟୁରୋ) ତ୍ଵଚାର ଯତ୍ନ ନେବାରେ ଫେସୱାସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତ୍ଵଚାରୁ ଧୂଳି, ମୃତକୋଷ, ଝାଳ, ତେଲିଆ ଅଂଶ, ବ୍ୟାକ୍ଟେରିଆକୁ ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଉଭୟ ପୁରୁଷ ଓ  ମହିଳାମାନେ ଏହାକୁ ନିୟମିତ ଭାବରେ ବ୍ୟବହାର କରିଥାଆନ୍ତି। ଏଥିପାଇଁ ବଜାରରେ ଶହେରୁ ଅଧିକ କମ୍ପାନୀ ଫେସୱାସ ତିଆରି କରୁଛନ୍ତି। ତେବେ ଏହି ସମସ୍ତ ଫେସୱାସ ଗୁଡିକ ମଧ୍ୟରୁ ଆପଣଙ୍କ ତ୍ଵଚା ପାଇଁ କେଉଁ ଫେସୱାସଟି ଉପଯୁକ୍ତ ତାହା ମଧ୍ୟ ଜାଣିବା ନିହାତି ଆବଶ୍ୟକ।

ଆସନ୍ତୁ ଜାଣିବା ଆପଣଙ୍କ ତ୍ଵଚା ଅନୁଯାୟୀ ଫେସୱାସ କିଣିବା ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ।

୧.ଶୁଷ୍କ ତ୍ଵଚା: ପ୍ରଥମତଃ ଶୁଷ୍କ ତ୍ଵଚା ପାଇଁ ପୋଷଣ ନିହାତି ଆବଶ୍ୟକ ହୋଇଥାଏ। ଯଦି ଆପଣଙ୍କର ତ୍ଵଚା ଶୁଷ୍କ ହୋଇଥାଏ ତେବେ ଏପରି ଫେସୱାସ କିଣନ୍ତୁ ଯାହା ଆପଣଙ୍କ ତ୍ଵଚାକୁ ମଶ୍ଚୁରାଇଜ କରିବ। ଆପଣଙ୍କ ତ୍ଵଚାକୁ ପୋଷଣ ଯୋଗାଇବା ପାଇଁ ଲାନୋଲିନ, ପେଟ୍ରୋଲିୟମ ଓ ମିନାରାଲ ଅଏଲ ଥିବା ଫେସୱାସ କିଣନ୍ତୁ। ଶୁଷ୍କ ତ୍ଵଚା ଥିବା ବ୍ୟକ୍ତିମାନେ ସବୁବେଳେ ଫୋମ ଫେସୱାସ ଠାରୁ ଦୂରେଇ ରୁହନ୍ତୁ। ସିଲାସିଲିକ ଓ ଗ୍ଲାଇକୋଲିକ ଏସିଡ ଥିବା ପ୍ରଡ଼କ୍ଟ ଠାରୁ ଦୂରେଇ ରୁହନ୍ତୁ।

୨. ତେଲିଆ ତ୍ଵଚା: ତେଲିଆ ତ୍ଵଚା ପାଇଁ ଫୋମ ଯୁକ୍ତ ଫେସୱାସ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଯେଉଁ ପ୍ରଡ଼କ୍ଟରେ ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ ଉପାଦାନ ଯଥା ନିମ୍ବ ଓ ଟି ଟ୍ରୀ ରହିଥାଏ, ସେହି ପ୍ରଡ଼କ୍ଟକୁ ବ୍ୟବହାର କରନ୍ତୁ। ଏହାବ୍ୟତୀତ ଏଲୋଭେରା ମଧ୍ୟ ତେଲିଆ ତ୍ଵଚା ପାଇଁ ଉପଯୋଗୀ ହୋଇଥାଏ। ଏହା ଆପଣଙ୍କ ତ୍ଵଚାକୁ ପୋଷଣ ଯୋଗାଇବା ସହିତ ଶୀତଳତା ପ୍ରଦାନ କରିଥାଏ।

୩.ମିଶ୍ରିତ ତ୍ଵଚା: ଯେଉଁ ବ୍ୟକ୍ତିଙ୍କର ଏଭଳି ତ୍ଵଚା ରହିଥାଏ ସେମାନଙ୍କ ତ୍ଵଚା ବେଳେବେଳେ ଶୁଷ୍କ ହୋଇଯାଇଥାଏ ଓ ବେଳେବେଳେ ତ୍ଵଚା ତେଲିଆ ମଧ୍ୟ ହୋଇଥାଏ। ଏଭଳି ତ୍ଵଚା ପାଇଁ ଆଲକୋହଲ ଫ୍ରୀ, ହାଇପୋଆଲର୍ଜେନିକ ଓ ସୋପ ଫ୍ରୀ ଫେସୱାସ  ବ୍ୟବହାର କରନ୍ତୁ।

୪.ସଂବେଦନଶୀଳ ତ୍ଵଚା: ଯେଉଁମାନଙ୍କ ତ୍ଵଚା କିଛି ଜିନିଷ ବ୍ୟବହାର କଲାମାତ୍ରେ ପ୍ରତିକ୍ରିୟା ଦେଖାଇଥାଏ , ତାହା ସମ୍ବେଦନଶୀଳ ତ୍ଵଚା। ଏହି ତ୍ଵଚା ଥିବା ବ୍ୟକ୍ତିମାନେ ଏପରି କ୍ଳିନଜର ବ୍ୟବହାର କରନ୍ତୁ ଯେଉଁଥିରେ ଆଲକୋହଲ ମିଶି ନଥିବ। ସେହିପରି ଏଥିରେ  ହାଇପୋଆଲର୍ଜେନିକ ଓ ପାରାବିନ ନଥିଲେ ଆହୁରି ଭଲ। ଫେସୱାସ କିଣିବା ସମୟରେ ଏହାର ପ୍ୟାକେଟ ରେ କଣ କଣ ମିଶିଛି ଦେଖି ଆପଣ ନିଷ୍ପତ୍ତି ନେଇ ପାରିବେ।

୫.ବ୍ରଣ ହେଉଥିବା ତ୍ଵଚା: ଯଦି ଆପଣଙ୍କ ତ୍ଵଚାରେ ବ୍ରଣ ହୋଇଛି ବା ବାରମ୍ବାର ବ୍ରଣ ହେଉଛି , ତେବେ ଟି ଟ୍ରୀ ଅଏଲ ଯୁକ୍ତ, ନିମ୍ବ ଓ ସିଲାସିଲିକ ଏସିଡ ଯୁକ୍ତ ଫେସୱାସ ଆପଣଙ୍କ ତ୍ଵଚା ପାଇଁ ଉପଯୁକ୍ତ ଅଟେ।

୬.ସାଧାରଣ ତ୍ଵଚା: ଯଦି ଆପଣଙ୍କ ତ୍ଵଚା ସାଧାରଣ ଅଟେ ତେବେ ଆପଣଙ୍କ ତ୍ଵଚାରେ ଅଧିକାଂଶ ଫେସୱାସ ସୁଟ କରିବ। ତେବେ ପାରାବେନ ଓ ସର୍ଫାକ୍ଟାଣ୍ଟ ପରି ରାସାୟନିକ ପଦାର୍ଥ ଯୁକ୍ତ ଫେସୱାସ ଠାରୁ ଦୂରେଇ ରୁହନ୍ତୁ।ଏହି ସହିିିତ ଆପଣ ଉଭୟ ଫେଣ ଯୁକ୍ତ (ଫୋମିଙ୍ଗ) ଓ ବିିିନା ଫେଣ ଯୁକ୍ତ (ନନଫୋମିଙ୍ଗ) ଫେସୱାସ ମଧ୍ୟ ବ୍ୟବହାର କରିପାରିବେ।

ଆପଣଙ୍କ ଫେସୱାସରେ କେଉଁ ଜିନିଷ ମିଶିକି ରହିଛି ଯଦି ପ୍ୟାକେଟରେ ତାହା ଉଲ୍ଲେଖ ନାହିଁ ତେବେ ଉକ୍ତ ଫେସୱାସର ନାମ ସହିତ ingredient ଲେଖିକି ଇଣ୍ଟରନେଟରେ ଖୋଜନ୍ତୁ।

#fashion #mensfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon