• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : କେଉଁ ରାଶିର ଛାତ୍ରଛାତ୍ରୀ ପାଇବେ ସଫଳତା


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

(ବେତାର ବ୍ୟୁରୋ) 

ମେଷ: ଦୁରସ୍ଥାନକୁ ଯାତ୍ରାର ଯୋଗ ରହିଛି। ନିଜର କଠିନ ପରିଶ୍ରମର ସୁଫଳ ପାଇବେ। ଆର୍ଥିକ ଲାଭ ପାଇବେ ଓ ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ। ପରିବାର ମଧ୍ୟରେ ସାମାନ୍ୟ ବିଶୃଙ୍ଖଳା ଦେଖା ଦେଇପାରେ। କ୍ରୋଧ କରିବା ଦ୍ଵାରା କୌଣସି ସମସ୍ୟାର ସମାଧାନ ହୋଇନଥାଏ, ତେଣୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ମାନସିକ ଦୁଃଶ୍ଚିନ୍ତା ବଢିବ। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ପିତାଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ମିଥୁନ: କିଛି ସମସ୍ୟାର ସମ୍ମୁଖୀନ ହେବେ, କିନ୍ତୁ ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ଏହାକୁ ଅତିକ୍ରମ କରିପାରିବେ। କର୍ମକ୍ଷେତ୍ରରେ ନିଜ କାମ ପାଇଁ ପ୍ରଶଂସିତ ହେବେ। ଭାଗୀଦାରୀ ବ୍ୟବସାୟ କରୁଥିଲେ କିଛିଟା ସମସ୍ୟା ଦେଖାଦେବ। ସ୍ୱାସ୍ଥ୍ୟ  ପ୍ରତି ସଚେତନ ରୁହନ୍ତୁ।

କର୍କଟ: ପାରିବାରିକ ଜୀବନ ସନ୍ତୁଳିତ ରହିବ। ନିଜ ଅହଂକାରକୁ ପଛକୁ ରଖି ଖୁସି ରହିବାକୁ ଚେଷ୍ଟା କରନ୍ତୁ। ଅଧିକ ଲାଭ ପାଇବା ପାଇଁ ଭୁଲ ବାଟ ଅପଣାନ୍ତୁ ନାହିଁ। ନୂତନ ଜମିବାଡି କିମ୍ବା ଯାନବାହାନ କିଣିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବେ।

ସିଂହ: ନିଜ ପ୍ରିୟଜନଙ୍କ ସହିତ ସପ୍ତାହଟି ବହୁତ ଖୁସିରେ କାଟିବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ସିନିୟର ଅଧିକାରୀଙ୍କ ସହ ଉତ୍ତମ ସମ୍ପର୍କ ରହିବ। କୌଣସି ମହିଳାଙ୍କ ସହ ଝଗଡା ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

କନ୍ୟା: ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେବ। ସ୍ୱାସ୍ଥ୍ୟରେ ମଧ୍ୟ ଅବନ୍ନତି ଦେଖାଦେଇପାରେ। ଆପଣଙ୍କର କଥା କହିବା ଶୈଳୀ ଆପଣଙ୍କ ପାଇଁ ଲାଭଦାୟକ ହେବ। ଚାକିରୀରେ ପରିବର୍ତ୍ତନ ମଧ୍ୟ ହୋଇପାରେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ।

ତୁଳା: କର୍ମକ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ପରିବାରକୁ ସମୟ ଦେଇପାରିବେ ନାହିଁ। ପ୍ରିୟଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନିଜର ଅଳସୁଆପଣକୁ ଦୂର କରନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢାରେ ଧ୍ୟାନ ଦିଅନ୍ତୁ।

ବିଛା: କଠିନ ପରିଶ୍ରମ ଯୋଗୁଁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ବିଦେଶଯାତ୍ରା ଯୋଗ ରହିଛି। ବ୍ୟୟ ବୃଦ୍ଧି ପାଇବ। ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ତାନଙ୍କ ସଫଳତା ପାଇଁ ଗର୍ବ ଅନୁଭବ କରିବେ।  ଛାତ୍ରଛାତ୍ରୀମାନେ ସଫଳତା ପାଇବେ।

ଧନୁ: ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ ଓ ଏହା ମାନସିକ ଦୁଃଶ୍ଚିନ୍ତା ବଢାଇବ। ଧୈର୍ଯ୍ୟର ସହ ସମସ୍ୟାକୁ ସମାଧାନ କରନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନବଳାଇବେ। ବ୍ୟବସାୟୀମାନେ ନିଜ ବ୍ୟବସାୟରେ ସଫଳତା ପାଇବେ।

ମକର: ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଦୁରସ୍ଥାନକୁ ଯାତ୍ରା କରିବାର ଯୋଜନା କରିବେ। ସମାଜରେ ଓ ବନ୍ଧୁମାନଙ୍କ ଗହଣରେ ଲୋକପ୍ରିୟତା ହାସଲ କରିପାରିବେ। କାହାକୁ କିଛି କହିବା ଆଗରୁ ଭଲ ଭାବରେ ଭାବନ୍ତୁ। ନୂତନ ଚାକିରୀ ପାଇବେ।

କୁମ୍ଭ: ଆୟରେ ବୃଦ୍ଧି ଘଟିବ, କିନ୍ତୁ ମାନସିକ ଦୁଃଶ୍ଚିନ୍ତା ବଢିବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଓ କର୍ମକ୍ଷେତ୍ରରେ ନିଜ କାମ ପାଇଁ ପ୍ରଶଂସିତ ହେବେ। ଅଯଥା ଖର୍ଚ୍ଚ ମଧ୍ୟ ବଢିବ।

ମୀନ: କୌଣସି ମନ୍ଦିର ଓ ଧାର୍ମିକ ସ୍ଥାନକୁ ବୁଲିବାକୁ ଯିବେ। କାର୍ଯ୍ୟରେ ସଫଳତା ପାଇବା ପାଇଁ ଅଧିକ  ପରିଶ୍ରମ କରିବାକୁ ପଡିବ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଅବିଭାବକଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon