• padmabati kund

କଚଡା ଖାଇଲା ପରେ ରାକ୍ଷୀ ସାୱନ୍ତ କହିଲେ 'ଷଡଯନ୍ତ୍ର ହେଇଛି'


(ବେତାର ବ୍ୟୁରୋ) ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରାମା କୁଇନ ଭାବରେ ପରିଚିତ ରାକ୍ଷୀ ସାୱନ୍ତ ବିଦେଶୀ ରେସଲରଙ୍କ ଠାରୁ କଚଡା ଖାଇବା ପରେ ରାକ୍ଷୀଙ୍କର ପିଠିରେ ଜୋରେ ଆଘାତ ଲାଗିଥିଲା ଓ ତାଙ୍କୁ ଡାକ୍ତରଖାନା ଯିବାକୁ ପଡିଥିଲା। ଡାକ୍ତରଖାନାରୁ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଆରାମ ନେବାକୁ ପରାମର୍ଶ ଦିଆଯାଇଛି। ତେବେ ଡାକ୍ତରଖାନାରୁ ଆସିବା ପରେ ରାକ୍ଷୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଦେଶୀ ରେସଲର ତାଙ୍କୁ କଚାଡିବା ଘଟଣାକୁ ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ରାକ୍ଷୀ ସାୱନ୍ତ ଏହି ସଂପୂର୍ଣ୍ଣ ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ସିଧାସଳଖ ତନୁଶ୍ରୀ ଦତ୍ତଙ୍କ ନାମ ନେଇଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, “ ରେବେଲ ନାମରେ ଜଣେ ରେସଲର ମତେ ଉପରକୁ ଉଠାଇ ତଳେ କଚାଡି ଦେଲା। ମତେ ଏପରି ଲାଗୁଛି ଯେ ଏହା ମୋ ବିରୁଦ୍ଧରେ କରାଯାଇଥିବା ଏକ ଷଡଯନ୍ତ୍ର। କେହି ରେବେଲକୁ ଟଙ୍କା ଦେଇ ମତେ ମାରିବାକୁ ଯୋଜନା କରିଥିଲା। ତନୁଶ୍ରୀ ଦତ୍ତ ତୁମେ ଏହି କାମ କରିଛ। ତନୁଶ୍ରୀ ଦତ୍ତ ଆମେରିକାରେ ରହୁଛି ଓ ରେବେଲ ମଧ୍ୟ ଆମେରିକାରୁ ଆସିଥିଲା। ଏସବୁ କାମ ତନୁଶ୍ରୀ କରିଛି।“

ଏହାସହିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରାକ୍ଷୀକୁ ତଳେ କଚଡା ଯିବା ସମୟର ଫଟୋ ରହିଛି। ଏହି ପୋଷ୍ଟରେ ସେ ଲେଖିଛନ୍ତି, “ରେବେଲ ନାମକ ଆମେରିକାର ଜଣେ ମହିଳା ଜାଣିଶୁଣି  ମତେ ଉପରକୁ ଉଠାଇଥିଲା। ଏପରି କରିବା ପାଇଁ ରେବେଲ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଠାରୁ ଟଙ୍କା ନେଇଛନ୍ତି। ଆଗକୁ ଯେପରି ମୁଁ ନାଚି ପାରିବି ନାହିଁ, ସେଥିପାଇଁ ମୋ ସହ ଏପରି କରାଗଲା।“

କାହିଁକି ରାକ୍ଷୀ ଦେଲେ ଚ୍ୟାଲେଞ୍ଜ

ଗତ ରବିବାର ଦିନ ପଞ୍ଚକୁଲାର ସେକ୍ଟର-3ରେ ଥିବା ତାଉ ଦେବୀଲାଲ ଖେଳ ପରିସରରେ ରେସଲିଙ୍ଗର ବିଗ ଫାଇଟ ଆୟୋଜିତ ହୋଇଥିଲା। ଏଥିରେ ଭାରତ ଆନ୍ତର୍ଜାତୀୟ ରେସଲର ଓ WWE ଚାମ୍ପିୟନ ଦ ଗ୍ରେଟ ଖଲି ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ମହିଳା ରେସଲରଙ୍କ ମଧ୍ୟରେ ମଧ୍ୟ ମୁକାବିଲା ରଖା ଯାଇଥିଲା।

ବିଦେଶୀ ମହିଳା ରେସଲର ରେବେଲ ଫାଇଟ ଜିତିବା ପରେ ସମସ୍ତଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯଦି କୌଣସି ଭାରତୀୟ ମହିଳାରେ ଦମ ଅଛି ଆସି ମୋ ସହିତ ଲଢନ୍ତୁ, କିନ୍ତୁ କୌଣସି ମହିଳା ପ୍ରସ୍ତୁତ ହୋଇନଥିଲେ। ଏହାପରେ ରାକ୍ଷୀ ରିଙ୍ଗ ଭିତରକୁ ଆସିଥିଲେ ଓ ରେବେଲଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ, ଯଦି ତୁମ ଭିତରେ ଦମ ଅଛି ତେବେ ମୋ ପରି ନାଚି କରି ଦେଖାଅ। ଏହାପରେ ଦୁହିଙ୍କ ମଧ୍ୟରେ ନାଚର ମୁକାବିଲା ଆରମ୍ଭ ହୋଇଥିଲା ଓ ରାକ୍ଷୀଙ୍କ ନାଚ ଦେଖି ଉପସ୍ଥିତ ଲୋକ ଉତ୍ସାହିତ ହୋଇଥିଲେ। ଏହାସହିତ ରାକ୍ଷୀ ପ୍ରତିଦ୍ଵନ୍ଦୀଙ୍କୁ ଚିଡଉ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏଥିପାଇଁ ସେ ରାଗରେ ରାକ୍ଷୀଙ୍କୁ ଉପରକୁ ଉଠାଇ ତଳେ କଚାଡି ଦେଇଥିଲେ।

ଏହାପରେ ରାକ୍ଷୀ ସେହି ସ୍ଥାନରୁ ଉଠିପାରିନଥିଲେ। ଏହାପରେ ବାଉନ୍ସର ରିଙ୍ଗ ଭିତରକୁ ଆସିଥିଲେ ଓ ରାକ୍ଷୀ କହିଥିଲେ ଯେ ତାଙ୍କ ପିଠି ଓ ପେଟରେ ଯନ୍ତ୍ରଣା ହେଉଛି। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।    

#entertainment #bollywood #rakhisawant

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon