• padmabati kund

ଶୀତଦିନେ ଶୁଷ୍କ କେଶର ଯତ୍ନ ନେବା ପାଇଁ ସାତ ଟିପ୍ସ


(ବେତାର ବ୍ୟୁରୋ) ଶୀତଦିନ ସମସ୍ତଙ୍କୁ ପସନ୍ଦ ଆସିଥାଏ  କିନ୍ତୁ ଶରୀରର ସବୁଠାରୁ ଅଧିକ ଧ୍ୟାନ ଏହିଦିନ ନେବାକୁ ପଡିଥାଏ। ଶୀତଦିନେ ତ୍ଵଚା ଶୁଷ୍କ ହୋଇଯାଇଥାଏ, ଓଠ ଫାଟିଥାଏ ଓ ଆହୁରି ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହାବ୍ୟତୀତ କେଶର ଯତ୍ନ ନେବା ମଧ୍ୟ କଠିନ ହୋଇଥାଏ। ଥଣ୍ଡା ପବନ କାରଣରୁ କେଶର ଚମକ ଚାଲିଯାଇଥାଏ ଓ କେଶ ମଧ୍ୟ ଖରାପ ହୋଇଥାଏ।

ଶୀତଦିନେ କେଶରେ ବହୁତ ରୁପି ମଧ୍ୟ ହୋଇଥାଏ, ତେବେ ଏପରି ପରିସ୍ଥିତିରେ ଶୀତଦିନେ କେଶର କିପରି ଯତ୍ନ ନେବେ, ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ।

୧.ନିୟମିତ ବ୍ୟବଧାନରେ ତେଲ ଲଗାନ୍ତୁ: ଅଧିକାଂଶ ମହିଳା କେଶରେ ତେଲ ଲଗାଇବାକୁ ପସନ୍ଦ କରିନଥାନ୍ତି। କେଶରେ ତେଲ ନ ଲଗାଇବା ଦ୍ଵାରା ଏହା ଅଧିକ ଶୁଷ୍କ ହୋଇଥାଏ। କେଶକୁ ପୋଷଣ ମଧ୍ୟ ମିଳିନଥାଏ। ଏଥିପାଇଁ ଶୀତଦିନେ ସପ୍ତାହକୁ ଅତିକମରେ ଥରେ କେଶରେ ତେଲ ମସାଜ କରନ୍ତୁ। ଏହାଦ୍ୱାରା କେଶ ମଶ୍ଚୁରାଇଜ ମଧ୍ୟ ହେଇଯିବ।

୨.କେଶ ଅଳ୍ପ କାଟିଦିଅନ୍ତୁ: ଶୀତଦିନ ଆରମ୍ଭ ହେବା ଆଗରୁ କେଶକୁ ଅଳ୍ପ କାଟିଦିଅନ୍ତୁ। ଏହାଦ୍ୱାରା ଦୋମୁହାଁ କେଶ ଦୂର ହେବା ସହିତ କେଶ ଭଲ ଭାବରେ ବଢିଥାଏ। କିନ୍ତୁ ଶୀତଦିନେ କେଶକୁ କେବେ ରଙ୍ଗ କରନ୍ତୁ ନାହିଁ ଓ ଆଇରନିଙ୍ଗ ମଧ୍ୟ କରନ୍ତୁ ନାହିଁ। ପ୍ରାକୃତିକ ଉପାୟରେ କେଶର ଯତ୍ନ ନିଅନ୍ତୁ।

୩.ସ୍କାର୍ଫର ବ୍ୟବହାର କରନ୍ତୁ: ଶୀତଦିନେ ବହୁଥିବା ଥଣ୍ଡା ପବନ କେଶକୁ ଅଧିକ କ୍ଷତି ପହଞ୍ଚାଇଥାଏ। ସେଥିପାଇଁ ସକାଳୁ କାକରରେ ବାହାରକୁ ଯିବା ସମୟରେ ସ୍କାର୍ଫ ବ୍ୟବହାର କରନ୍ତୁ।

୪.ପ୍ରତିଦିନ ଶାମ୍ପୋ ଲଗାନ୍ତୁ ନାହିଁ: କିଛି ଲୋକ ପ୍ରତିଦିନ କେଶରେ ଶାମ୍ପୋ ଲଗାଇବାକୁ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି ତେବେ ଶୀତଦିନେ ଏହି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ। ନିୟମିତ ବ୍ୟବଧାନରେ ଶାମ୍ପୋ ବ୍ୟବହାର ନକରି ତିନି ଦିନ ବ୍ୟବଧାନରେ କେଶକୁ ଶାମ୍ପୋ କରନ୍ତୁ।

୫.କଣ୍ଡିଶନର ବ୍ୟବହାର କରନ୍ତୁ: କେଶର ଯତ୍ନ ନେବା ପାଇଁ ଏହାକୁ ଶାମ୍ପୋ କରିବା ସହିତ କଣ୍ଡିଶନର ମଧ୍ୟ କରନ୍ତୁ। ଶାମ୍ପୋ କରିସାରିବା ପରେ କଣ୍ଡିଶନର ଲଗାନ୍ତୁ। ଆପଣ ଚାହିଁଲେ କଣ୍ଡିଶନର ପରିବର୍ତ୍ତେ ନଡିଆ କ୍ଷୀର ମଧ୍ୟ ଲଗାଇପାରିବେ।

୬.ଓଦା କେଶକୁ ବାନ୍ଧନ୍ତୁ ନାହିଁ: କେଶକୁ ଧୋଇବା ପରେ ଓଦା ଥିବା ସମୟରେ ବାନ୍ଧନ୍ତୁ ନାହିଁ। ଓଦା କେଶକୁ ବାନ୍ଧିବା ଦ୍ଵାରା ମୁଣ୍ଡ ବିନ୍ଧା ହୋଇଥାଏ ଓ କେଶ ଭଲ ଭାବରେ ଶୁଖିନଥାଏ। ଏହାଦ୍ୱାରା କେଶ ଅଧିକ ଶୁଷ୍କ ହୋଇଥାଏ।

୭.କେଶକୁ ଚମକଦାର ଓ ବାଉନ୍ସି କରନ୍ତୁ: ଯେ କୌଣସି ଋତୁ ହେଉ ନା କାହିଁକି କେଶକୁ ଚମକଦାର ରଖନ୍ତୁ। ଏଥିପାଇଁ କେଶରେ ମହୁ ଲଗାନ୍ତୁ ଓ ହଲକା ହାତରେ ମସାଜ କରନ୍ତୁ। ୧୦ମିନିଟ ରଖିବା ପରେ ଧୋଇ ଦିଅନ୍ତୁ।

#lifestyle #haircare #winter

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon