• padmabati kund

ବିବାହ  ସମ୍ପନ୍ନ : ପତି ପତ୍ନୀ ହେଲେ ରଣବୀର-ଦୀପିକା


(ବେତାର ବ୍ୟୁରୋ) ଅନେକ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ବଲିଉଡର ଅଭିନେତା ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ ବନ୍ଧନରେ ଆନୁଷ୍ଠାନିକ ଭାବେ ବାନ୍ଧି ହୋଇଛନ୍ତି। ଇଟାଲିର ଲେକ୍‌ କୋମୋଠାରେ ବୁଧବାର କୋଙ୍କଣୀ ରୀତିନୀତି ଅନୁସାରେ ବିବାହ ସରିଛି। ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୫ ତାରିଖରେ ରଣବୀର ସିଂଙ୍କ ବଂଶର ସିନ୍ଧି ରୀତି ଅନୁସାରେ ଆଉ ଥରେ ‘ଦୀପବୀର’ ବିବାହ କରିବେ।

ଏ.ଏନ.ଆଇ ତରଫରୁ ଏକ ଟ୍ଵିଟ କରାଯାଇ ଉଭୟଙ୍କ ବିବାହ ବିଷୟରେ ସୂଚନା ଦିଆଯାଇଛି। ଟ୍ଵିଟରେ ଲେଖାଯାଇଛି, “ ବଲିଉଡର ଲୋକପ୍ରିୟ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।“ କିନ୍ତୁ ଏହି ବିବାହର କୌଣସି ଫଟୋ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପହଞ୍ଚି ପାରିନାହିଁ। ବହୁଦିନ ଧରି ଏହି ବିବାହ ପାଇଁ ଖୁବ ଚର୍ଚ୍ଚା ହେଉଥିଲା, ତେବେ ପ୍ରଶଂସକମାନେ ଉଭୟଙ୍କ ବିବାହ ଫଟୋ ଦେଖିବା ପାଇଁ ଆଗ୍ରହର ସହ ଚାହିଁ ରହିଛନ୍ତି।

ଇଟାଲୀର ଏହି ସ୍ଥାନରେ ଦୀପିକା-ରଣବୀରଙ୍କ ଅତିଥିମାନଙ୍କ ପାଇଁ ସଜେଇ ହେଇ ରହିଛି ସ୍ଥାନ । (ଫୋଟୋ -ଇନଷ୍ଟାଗ୍ରାମ)

ଏହି ଯୋଡ଼ି ଶନିବାର ସକାଳୁ ସକାଳୁ ଇଟାଲି ପାଇଁ ବାହାରି ଯାଇଥିଲେ। ସୋମବାର ଇଟାଲିରେ ଦୁଇ ପକ୍ଷର କିଛିଟା ରୀତି ପାଳନ ହୋଇଥିଲା। କୋଙ୍କଣୀ ଉତ୍ସବରେ ଦୀପିକାଙ୍କ ବାପା ରଣବୀରଙ୍କ ବାପାମାଆଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ରଣବୀରଙ୍କୁ ଏକ ନଡ଼ିଆ ଦେଇ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ଉଭୟ ପକ୍ଷ ତରଫରୁ ମୁଦି ଦିଆନିଆ ହୋଇଥିଲା।

ବିବାହପରେ ନଭେମ୍ବର ୨୧ ତାରିଖରେ ବାଙ୍ଗାଲୋରରେ ଓ ନଭେମ୍ବର ୨୮ ତାରିଖରେ ମୁମ୍ବାଇରେ ରିସେପ୍ସନ ପାର୍ଟି ଦେବେ। ସବୁଠାରୁ ଖାସ କଥା ହେଉଛି ରଣବୀର ଓ ଦୀପିକା ନିଜ ରିସେପ୍ସନରେ ଅତିଥିଙ୍କ ଠାରୁ କୌଣସି ଉପହାର ସ୍ଵୀକାର କରିବେ ନାହିଁ। ଉଭୟ ନିଜର ବିବାହ ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ ଅନୁରୋଧ କରିଥିଲେ ଯେ, ଯାହାବି ଉପହାର ଦେବା ପାଇଁ ଚାହୁଁଛନ୍ତି ତାହା ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ଦାନ କରନ୍ତୁ। ଦୀପିକା ଓ ରଣବୀର ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହିତ ହାତ ମିଳାଇଛନ୍ତି ଓ ସେ ଚାହୁଁଛନ୍ତି ଯେ, ତାଙ୍କୁ ମିଳିବାକୁ ଥିବା ସମସ୍ତ ଉପହାର ଏହି ଅନୁଷ୍ଠାନକୁ ଦାନ କରାଯାଉ।

ଦୀପିକା ଓ ରଣବୀରଙ୍କ ଅନେକ ଫ୍ୟାନମାନେ ମଧ୍ୟ ‘ଦୀପବୀର’ଙ୍କ ବିବାହକୁ ଏକ ନୂତନ ଢଙ୍ଗରେ ଉପଭୋଗ କରୁଛନ୍ତି। ଦୀପିକାଙ୍କ ଫ୍ୟାନ ପେଜକୁ ‘ଲଡକିବାଲା’ ଓ ରଣବୀରଙ୍କ ଫ୍ୟାନପେଜକୁ ‘ଲଡକେବାଲେ’ ନାମରେ ନାମିତ କରାଯାଇଛି। ଫ୍ୟାନମାନେ ଦୀପିକା ଓ ରଣବୀରଙ୍କ ଫଟୋକୁ ଏଡିଟ କରି ପୋଷ୍ଟ କରୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଉଭୟଙ୍କୁ ଅଭିନନ୍ଦନ ଦେଉଛନ୍ତି।

#entertainment #bollywood #deepveerwedding

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon