• ବେତାର ବ୍ୟୁରୋ

ଭାରତ ପେଟ୍ରୋଲିୟମରେ  ବାହାରିଲା 147ଟି ଚାକିରୀ, ଆରମ୍ଭ ଦରମା ₹13,500


(ବେତାର ବ୍ୟୁରୋ) ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ତରଫରୁ ଏହାର କୋଚି ରିଫାଇନାରୀ ପାଇଁ 147ଟି କେମିଷ୍ଟି ଟ୍ରେନି, ଅପରେଟର ଟ୍ରେନି ଓ ଜେନେରାଲ ୱାର୍କମ୍ୟାନ-ବି (ଟ୍ରେନି) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ନଭେମ୍ବର 26 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ କେମେଷ୍ଟି ଟ୍ରେନି ପାଇଁ 13ଟି ପଦ, ଅପରେଟର ଟ୍ରେନି ପାଇଁ 12ଟି ପଦ ଓ ଜେନେରାଲ ୱାର୍କମ୍ୟାନ-ବି ପାଇଁ 122ଟି ପଦ ପ୍ରକାଶ ପାଇଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ  ଚାହୁଁଥିବା ପ୍ରାର୍ଥୀ ନଭେମ୍ବର 12 ତାରିଖରୁ ନଭେମ୍ବର 26 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ବୟସସୀମା

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଅକ୍ଟୋବର ମାସ 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ ବୟସ 18 ବର୍ଷ ଓ ସର୍ବାଧିକ ବୟସ 30 ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି,ଓବିସି, ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ବୟସସୀମା କୋହଳ କରାଯିବ।

ଦରମା

କେମିଷ୍ଟ ଟ୍ରେନି ଓ ଅପରେଟର ଟ୍ରେନି ପଦ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.13,500 ରୁ ଟ.31,000 ମଧ୍ୟରେ ଦରମା ପ୍ରଦାନ କରାଯିବ। ଜେନେରାଲ ୱାର୍କମ୍ୟାନ-ବି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.11,500 ରୁ ଟ.20,000 ମଧ୍ୟରେ ଦରମା ପ୍ରଦାନ କରାଯିବ।

ଶିକ୍ଷାଗତ ଯୋଗ୍ୟତା

କେମିଷ୍ଟ ଟ୍ରେନି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଭାରତ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ କେମେଷ୍ଟ୍ରୀରେ ଏମ.ଏସସି ପାସ କରିଥିବା ଆବଶ୍ୟକ। ଏହାସହିତ ଏକବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ। ସେହିପରି ଅପରେଟର ପଦ ଓ ଜେନେରାଲ ୱାର୍କମ୍ୟାନ-ବି ପଦ ପାଇଁ ପ୍ରାର୍ଥୀ କେମିକାଲ ଇଞ୍ଜିନିୟରିଙ୍ଗ ଓ ଟେକ୍ନୋଲୋଜି ଡିପ୍ଲୋମାରେ 60%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ। ଏହାସହିତ ଉକ୍ତ ବିଭାଗରେ ଏକବର୍ଷ ପାଇଁ ଆପ୍ରେଣ୍ଟିସ ଟ୍ରେନିଙ୍ଗ ନେଇଥିବା ଆବଶ୍ୟକ।    

କିପରି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀମାନେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଅଫିସିଆଲ ୱେବସାଇଟ www.bharatpetroleum.com ରେ ଲଗଇନ କରିପାରିବେ। ଲଗଇନ କରିବା ପରେ careers ସେକ୍ସନରେ ଆବେଦନ କରିପାରିବେ।

ଚୟନପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ ଓ ଡାକ୍ତରୀ ଯାଞ୍ଚ କରିବା ପରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଅଫିସିଆଲ ୱେବସାଇଟ www.bharatpetroleum.com ରେ ଲଗଇନ କରନ୍ତୁ।

#jobs #bharatpetroleumcorporationlimited

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon