• padmabati kund

ଦେଖନ୍ତୁ : ରଣବୀର ଦୀପିକାଙ୍କ ବିବାହର ପ୍ରଥମ ଫଟୋ


(ବେତାର ବ୍ୟୁରୋ) ବଲିଉଡର ଲୋକପ୍ରିୟ ଯୋଡି ରଣବୀର ସିଂ ଓ  ଦୀପିକା ପାଦୁକୋନ ନଭେମ୍ବର ୧୪ ଓ ୧୫ ତାରିଖରେ ଇଟାଲୀର ଲେକ କୋମୋ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର 14ରେ କୋଙ୍କଣୀ ରିତୀନୀତି ଅନୁସାରେ ଉଭୟ ବିବାହ କରିବା ପରେ ନଭେମ୍ବର 15 ତାରିଖରେ ସିନ୍ଧି ରୀତିନୀତି ଅନୁସାରେ ବିବାହ କରିଛନ୍ତି। ଇଟାଲୀରେ ଯାଇ ଉଭୟ ବିବାହ କରିଥିଲେ ମଧ୍ୟ ସଂପୂର୍ଣ୍ଣ ଭାରତୀୟ ରୀତିନୀତି ଅନୁସାରେ ଉଭୟ ବିବାହ କରିଛନ୍ତି।

ଏହି ଦୁଇ ପ୍ରକାରର ବିବାହ ଫୋଟୋ ଉଭୟ ବଲିଉଡ ଷ୍ଟାର ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୁରୁବାର ସନ୍ଧ୍ୟା 8ଟାରେ (ଭାରତୀୟ ସମୟ) ଶେୟର କରିଥିଲେ।

ସୁରକ୍ଷା ବ୍ୟବସ୍ଥା

ବିବାହ ହେଉଥିବା ସ୍ଥାନରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଏହି ସ୍ଥାନକୁ ସୁରକ୍ଷା ଦିଆଯାଇଥିଲା। ଦୀପିକା ଓ ରଣବୀର ଏହି ଭିଲ୍ଲାକୁ ଏକ ସପ୍ତାହ ପାଇଁ ବୁକ କରିଛନ୍ତି। ଏହି ସମୟରେ ଅତିଥିଙ୍କ ଅନ୍ୟବ୍ୟକ୍ତିଙ୍କୁ ହୋଟେଲ ମଧ୍ୟରେ ପ୍ରବେଶ ମିଳିବ ନାହିଁ। ବାହାଘରର ଫଟୋକୁ ଗୋପନୀୟ ରଖିବା ପାଇଁ ଅତିଥି ମାନଙ୍କୁ ମୋବାଇଲ ଫୋନ ନଆଣିବାକୁ ଅନୁରୋଧ କରଯାଇଥିଲା।

ବାହାଘର ନିମନ୍ତ୍ରଣ କାର୍ଡରେ ଅତିଥି ମାନଙ୍କୁ ‘ଇ-ଇନଭାଇଟ’ ମଧ୍ୟ ଦିଆଯାଇଥିଲା। ଅତିଥି ମାନଙ୍କୁ କୁହାଯାଇଥିଲା ବାହାଘରକୁ ଆସିବା ସମୟରେ ଏହି ‘ଇ-ଇନଭାଇଟ’କୁ ନିଜ ମୋବାଇଲରେ ଲଗାଇ ଆସିବା ପାଇଁ। ଭିଲ୍ଲାକୁ ପ୍ରବେଶ କରିବା ସମୟରେ ଏହି କାର୍ଡରେ ଥିବା କ୍ୟୁ-ଆର କୋଡକୁ ସ୍କାନ ମଧ୍ୟ କରଯାଇଥିଲା।  

ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ସେଠାକାର ବାସିନ୍ଦାଙ୍କ ପାଇଁ ଖାସ ନିର୍ଦ୍ଦେଶ ଜାରି କରିଥିଲେ। ବାହାରୁ ଆସିଥିବା କୌଣସି ବ୍ୟକ୍ତିଙ୍କୁ ଡଙ୍ଗା ଭଡାରେ ନଦେବା ପାଇଁ ଡଙ୍ଗାଚାଳକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସୁରକ୍ଷା କର୍ମଚାରୀମାନେ ସାଧା ପୋଷାକରେ ଲେକ କୋମୋ ଚାରିଦିଗରୁ ଜଗିଥିଲେ।

ଏତେ କଡା ସୁରକ୍ଷା କାରଣରୁ ଦୀପିକା-ରଣବୀରଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ପହଞ୍ଚି ପାରିନଥିଲା। ‘ଦୀପବୀର’ଙ୍କ ବିବାହ ଫଟୋ ଦେଖିବା ପାଇଁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। କେବଳ ପ୍ରଶଂସକ ନୁହନ୍ତି, ଅଭିନେତ୍ରୀ ରୁ ରାଜନେତ୍ରୀ ହୋଇଥିବା ସ୍ମୃତି ଇରାନୀ ମଧ୍ୟ ଟ୍ଵିଟ କରି ଜଣାଇଥିଲେ ଯେ, ସେ ମଧ୍ୟ ଦୀପିକା ଓ ରଣବୀରଙ୍କ ବିବାହ ଫଟୋ ଦେଖିବା ପାଇଁ ଆଗ୍ରହ ସହିତ ଅପେକ୍ଷା କରିଛନ୍ତି।

#entertainment #bollywood #deepikaranveer #deepveer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon