• ବେତାର ବ୍ୟୁରୋ

ଭାରତୀୟ କୋଷ୍ଟ ଗାର୍ଡରେ ବାହାରିଲା ନିଯୁକ୍ତି ସୁଯୋଗ :କିପରି କରିବେ ଆବେଦନ


(ବେତାର ବ୍ୟୁରୋ) ଇଣ୍ଡିଆନ କୋଷ୍ଟ ଗାର୍ଡ (ଭାରତୀୟ ତଟସୁରକ୍ଷା ବାହିନୀ)ତରଫରୁ ଭାରତର ଯୁବ ମହିଳା ଓ ପରୁଷ ପ୍ରାର୍ଥୀଙ୍କ ପାଇଁ ଏହାର ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ନଭେମ୍ବର 18 ତାରିଖରୁ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଶେଷ ତାରିଖ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ରଖାଯାଇଛି।

ପଦବୀ ସଂଖ୍ୟା

ଇଣ୍ଡିଆନ କୋଷ୍ଟ ଗାର୍ଡର ଜେନେରାଲ ଡ୍ୟୁଟି, ଜେନେରାଲ ଡ୍ୟୁଟି (ଏସଏସଏ), କମର୍ସିଆଲ ପାଇଲଟ ଏଣ୍ଟ୍ରୀ (ସିପିଏଲ) ଓ LAW ଶାଖାରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପଦରେ ନିଯୁକ୍ତି କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, କିନ୍ତୁ ବିଜ୍ଞପ୍ତିରେ ପଦବୀ ସଂଖ୍ୟା ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.56,110 ଦରମା ପ୍ରଦାନ କରାଯିବ।

ବୟସସୀମା

ଜେନେରାଲ ଡ୍ୟୁଟି, ଜେନେରାଲ ଡ୍ୟୁଟି (ଏସଏସଏ) ଶାଖାରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଜୁଲାଇ 1 ତାରିଖ 1994 ରୁ ଜୁନ 30 ତାରିଖ 1998 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ। ସେହିପରି କମର୍ସିଆଲ ପାଇଲଟ ଏଣ୍ଟ୍ରୀ (ସିପିଏଲ) ଶାଖାରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଜୁଲାଇ 1 ତାରିଖ 1994 ରୁ ଜୁନ 30 ତାରିଖ 2000 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ। LAW ଶାଖାରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଜୁଲାଇ 1 ତାରିଖ 1989ରୁ ଜୁନ 30 ତାରିଖ 1998 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଜେନେରାଲ ଡ୍ୟୁଟି, ଜେନେରାଲ ଡ୍ୟୁଟି (ଏସଏସଏ) ଶାଖାରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନରେ 60% ମାର୍କ ରଖି ପାସ କରିଥିବା ଆବଶ୍ୟକ ଏବଂ ଗଣିତ ଓ ଫିଜିକ୍ସ ବିଷୟ ରଖିଥିବା ଜରୁରୀ। କମର୍ସିଆଲ ପାଇଲଟ ଏଣ୍ଟ୍ରୀ (ସିପିଏଲ) ଶାଖାରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଯୁକ୍ତଦୁଇରେ 60% ମାର୍କ ରଖି ପାସ କରିଥିବା ଆବଶ୍ୟକ। LAW ଶାଖା ପାଇଁ ପ୍ରାର୍ଥୀଏଲ.ଏଲ.ବିରେ 60% ମାର୍କ ରଖି ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀ ଭାରତୀୟ ତଟସୁରକ୍ଷା ବାହିନୀର ଅଫିସିଆଲ ୱେବସାଇଟ www.joinindiancoastguard.gov.in ରେ ଲଗଇନ କରିବେ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ନିଜର ପାସପୋର୍ଟ ସାଇଜ ଫଟୋ ଓ ଦସ୍ତଖତର ଫଟୋ ଦେବାକୁ ପଡିବ। ଏହାପରେ ଆବେଦନ ଫର୍ମକୁ ସବମିଟ କରିବେ।

ଚୟନ ପଦ୍ଧତ୍ତି

ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରିଲିମିନାରୀ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ପରୀକ୍ଷା ପଦ୍ଧତି ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ବିଷୟରେ ଜାଣିବା ପାଇଁ ଭାରତୀୟ ତଟସୁରକ୍ଷା ବାହିନୀର ଅଫିସିଆଲ ୱେବସାଇଟ www.joinindiancoastguard.gov.in ରେ ଲଗଇନ କରନ୍ତୁ।

#jobs #indiancoastguard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon