- padmabati kund
ଶୀତଦିନେ ଷ୍ଟାଇଲିଶ ଲୁକ ପାଇବା ପାଇଁ ଅପଣାନ୍ତୁ ଏହି ଟିପ୍ସ

(ବେତାର ବ୍ୟୁରୋ) ଶୀତଦିନ ଆରମ୍ଭ ହୋଇଗଲାଣି। ସକାଳ ଓ ସନ୍ଧ୍ୟାରେ ବହୁଥିବା ଥଣ୍ଡା ପବନକୁ ଲୋକମାନେ ବହୁତ ଉପଭୋଗ କରିଥାନ୍ତି। ସାଧାରଣତଃ ଶୀତଦିନ ଅଧିକଂଶ ଲୋକଙ୍କୁ ପସନ୍ଦ ଆସିଥାଏ କିନ୍ତୁ ଏହି ଦିନରେ ଷ୍ଟାଇଲିଶ ଦେଖାଯିବା ବହୁତ କଷ୍ଟକର କଥା ହୋଇଥାଏ। ଏହି ସମୟରେ ନିଜକୁ ଏକ ଷ୍ଟାଇଲିସ ଓ ଫ୍ୟାସନେବଲ ଲୁକ ଦେବା ପାଇଁ ଉଭୟ ପୁରୁଷ ଓ ମହିଳା ନିଜର ପୋଷାକ ଓ ଜୋତାରେ କିଛି ନୂଆ ନୂଆ ପରିବର୍ତ୍ତନ କରିପାରିବେ। ଏହାଦ୍ୱାରା ଆପଣଙ୍କୁଏହା ଷ୍ଟାଇଲିଶ ଲୁକ ମିଳିବ ଓ ଆପଣ ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ ମଧ୍ୟ କରିପାରିବେ।
ତେବେ ଜାଣିରଖନ୍ତୁ ଶୀତଦିନେ ନିଜକୁ ଷ୍ଟାଇଲିଶ ଲୁକ ଦେବା ପାଇଁ କିଛି ଟିପ୍ସ।
୧.ଜ୍ୟାକେଟ ଓ ବ୍ଲେଜର ଅପେକ୍ଷା ବର୍ତ୍ତମାନ ସମୟରେ ସ୍ଵେଟରର ଚାହିଦା ଅଧିକ। ଗୋଲ ବେକ ଥିବା ସ୍ଵେଟର ପିନ୍ଧିଲେ ଆପଣ ଏକ ଷ୍ଟାଇଲିଶ ଲୁକ ପାଇପାରିବେ। ଚେକ ପ୍ରିଣ୍ଟ ହୋଇଥିବା ସ୍ଵେଟର ବା ଗୋଟିଏ ରଙ୍ଗର ସ୍ଵେଟର ପିନ୍ଧନ୍ତୁ। ଯଦି ସ୍ଵେଟର ପିନ୍ଧିବା ପରେ ମଧ୍ୟ ଆପଣଙ୍କୁ ଅଧିକ ଥଣ୍ଡା ଲାଗୁଛି ତେବେ ଏହା ଉପରେ ଲମ୍ବା ଜ୍ୟାକେଟ କିମ୍ବା ବ୍ଲେଜର ମଧ୍ୟ ପିନ୍ଧିପରିବେ।

୨.ଜିନ୍ସ ବା ଟ୍ରାଉଜର ସହିତ ଲମ୍ବା ଜ୍ୟାକେଟ ବହୁତ ଷ୍ଟାଇଲିଶ ଲାଗିଥାଏ। ବର୍ତ୍ତମାନ ବଜାରରେ ପଶମରେ ତିଆରି ଅନେକ ପୋଷାକ ମିଳୁଛି। ଏହି ପଶମ ପୋଷାକ ସହିତ ମଧ୍ୟ ଲମ୍ବା ଜ୍ୟାକେଟ ମଧ୍ୟ ପିନ୍ଧିପାରିବେ। ଏହି ଜ୍ୟାକେଟ ସହିତ ହୀଲ ପିନ୍ଧିଲେ, ଏହା ଆପଣଙ୍କୁ ଷ୍ଟାଇଲକୁ ଦୁଇଗୁଣ କରିଥାଏ।
୩.ପୁରୁଷମାନଙ୍କ ପାଇଁ ବର୍ତ୍ତମାନ ଅନେକ ପ୍ରକାରର ଜୋତା ମିଳୁଛି। ନିଜ ପାଇଁ କିଛି ଷ୍ଟାଇଲିଶ ଜୋତା ବାଛନ୍ତୁ, ଯାହାକୁ ଆପଣ ଜିନ୍ସ ଓ ଟ୍ରାଉଜର ସହିତ ପିନ୍ଧିପାରିବେ। ଏହାକୁ ଆପଣ କୌଣସି ପାର୍ଟି କିମ୍ବା ମିଟିଙ୍ଗକୁ ପିନ୍ଧିକରି ଯାଇପାରିବେ। ସେହିପରି ମହିଳାମାନେ ମଧ୍ୟ ଷ୍ଟାଇଲିଶ ଲୁକ ପାଇଁ ଲମ୍ବା ବୁଟ ମଧ୍ୟ ପିନ୍ଧିପାରିବେ। ଜୋତା କିଣିବା ସମୟରେ ଷ୍ଟାଇଲ ଓ ପସନ୍ଦ ସହିତ ନିଜ ଆରାମ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ।

୪.ଶୀତଦିନେ ଥଣ୍ଡାରୁ ବଞ୍ଚିବା ପାଇଁ ସ୍କାର୍ପ ଓ କ୍ୟାପର ବ୍ୟବହାର କରାଯାଇଥାଏ। କିନ୍ତୁ ବର୍ତ୍ତମାନ ଏହାକୁ ଷ୍ଟାଇଲିଶ ଲୁକ ପାଇବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ନିଜ ପାଇଁ କଳା, ଧଳା କିମ୍ବା କିଛି ମିଶ୍ରିତ ରଙ୍ଗର ସ୍କାର୍ପ ବା କ୍ୟାପ କିଣନ୍ତୁ। ଏହାବ୍ୟତୀତ ଚୁଡିଦାର ସୁଟ ବା ଶାଢୀରେ ଶାଲ ମଧ୍ୟ ବ୍ୟବହାର କରିପାରିବେ।
୫.ଶୀତଦିନେ ବାହାରେ ବୁଲିବା ପାଇଁ ପୁରୁଷମାନେ ଓଭରକୋଟ କିମ୍ବା ଲମ୍ବା ଜ୍ୟାକେଟ ମଧ୍ୟ ପିନ୍ଧିପାରିବେ। ଅଭରକୋଟ କିଣିବା ସମୟରେ ସବୁବେଳେ ନିଜ ଉଚ୍ଚତା ଓ ଓଜନକୁ ଧ୍ୟାନ ଦିଅନ୍ତୁ।