- ବେତାର ବ୍ୟୁରୋ
ଇଣ୍ଡିଆନ ଅଏଲରେ 307 ଆପ୍ରେଣ୍ଟିସ ନିଯୁକ୍ତି ସୁଯୋଗ; ମାସକୁ ₹2,500 ଷ୍ଟାଇପେଣ୍ଡ

(ବେତାର ବ୍ୟୁରୋ) ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ତରଫରୁ 307ଟି ଆକାଉଟାଣ୍ଟ, ଟେକ୍ନିସିଆନ ଓ ଟ୍ରେଡ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଭାରତ ପଶ୍ଚିମ ଭାଗ ଯଥା ମହାରାଷ୍ଟ୍ର, ଗୁଜୁରାଟ, ଗୋଆ ଏବଂ ଦାଦ୍ରା ଓ ନଗରହାବେଳିରେ ଏହି ନିଯୁକ୍ତି କରାଯିବ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ନଭେମ୍ବର 27 ତାରିଖ ମଧ୍ୟରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 307ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ 177ଟି, ଗୁଜୁରାଟରେ 118ଟି, ଗୋଆରେ 9ଟି ଏବଂ ଦାଦ୍ରା ଓ ନଗରହାବେଳିରେ 3ଟି ପଦବୀ ପ୍ରକାଶ ପାଇଛି।
ଦରମା
ଏହି ପଦରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ 12ମାସର ଟ୍ରେନିଂ ଦିଆଯିବ। ଏହି ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ଟ.2,500 ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରାଯିବ।
ବୟସସୀମା
ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଅକ୍ଟୋବର 31 ତାରିଖ 2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 24ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଏବଂ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା
ଟେକ୍ନିସିଆନ ଆପ୍ରେଣ୍ଟିସ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ ତିନିବର୍ଷର ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ। ସେହିପରି ଟ୍ରେଡ ଆପ୍ରେଣ୍ଟିସ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ ଦୁଇବର୍ଷର ଆଇଟିଆଇ ପାସ କରିଥିବା ଆବଶ୍ୟକ। ଆକାଉଟାଣ୍ଟ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ।
କିପରି ଆବେଦନ କରିବେ
ଆଗ୍ରହୀ ପ୍ରାର୍ଥୀ କେବଳ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ପ୍ରାର୍ଥୀଙ୍କୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ www.iocl.com ରେ ଲଗଇନ କରିବାକୁ ପଡିବ। ଏହାପୂର୍ବରୁ ପ୍ରାର୍ଥୀଙ୍କର ବୈଧ ଇ-ମେଲ ଆଇଡି ଥିବା ଆବଶ୍ୟକ ଓ ଏହା ସହିତ ପସପୋର୍ଟ ସାଇଜ ଫଟୋ ଏବଂ ଦସ୍ତଖତର ସ୍କାନ କପି ଥିବା ଆବଶ୍ୟକ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ପରେ ଆପ୍ଲିକେଶନକୁ ସବମିଟ କରିବେ। ଭବିଷ୍ୟତରେ କିଛି ଆବଶ୍ୟକ ପାଇଁ ଆପ୍ଲିକେଶନର ଏକ ପ୍ରିଣ୍ଟ ମଧ୍ୟ କାଢିନେବେ।
ଚୟନ ପଦ୍ଧତି
ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ www.iocl.com ରେ ଲଗଇନ କରନ୍ତୁ।