• padmabati kund

ନକରାତ୍ମକ ଚିନ୍ତାରେ ମନ ଭାରାକ୍ରାନ୍ତ ? ଜାଣନ୍ତୁ ଏଥିରୁ କିପରି ନିଜକୁ ଦୂରେଇ ରଖିବେ


(ବେତାର ବ୍ୟୁରୋ) ମଣିଷ ମନ ମଧ୍ୟରେ ନକରାତ୍ମକ ଚିନ୍ତାଧାରା ହଠାତ ଆସିଯାଇଥାଏ। ଯେତେବେଳେ ଜଣେ ବ୍ୟକ୍ତି ସବୁ ଦିଗରୁ ନିରାଶ ହୋଇଥାଏ ଓ ନିଜକୁ ଏକୁଟିଆ ଅନୁଭବ କରିଥାଏ ସେହି ସମୟରେ ତାର ମନ ଭିତରେ ନକରାତ୍ମକ ଚିନ୍ତାଧାରା ଆସିଥାଏ। ଏହି ସମୟରେ ମନ ଭିତରେ ଅନେକ କଥା ଉଙ୍କି ମାରିଥାଏ। ବେଳେବେଳେ ଏହି ନକରାତ୍ମକ ଚିନ୍ତାଧାରା ଏତେ ଅଧିକ ହୋଇଯାଇଥାଏ ଯେ, ବ୍ୟକ୍ତିଙ୍କର ଚିନ୍ତାଧାରା ମଧ୍ୟ ନକରାତ୍ମକ ହୋଇଯାଇଥାଏ। ଏହା ବ୍ୟକ୍ତିର ସମସ୍ତ ଶକ୍ତିକୁ କ୍ଷୟ କରିଦେଇଥାଏ।

ବ୍ୟକ୍ତିର ଚିନ୍ତାଧାରା ଯେତେ ନକରାତ୍ମକ ହୋଇଥାଏ, ମାନସିକ ଦୁଃଶ୍ଚିନ୍ତା ସେତେ ଅଧିକ ବଢିଥାଏ ଓ ସବୁଆଡେ ନିରାଶା ଦେଖାଯାଇଥାଏ। ଏପରି ସ୍ଥଳେ ନିଜକୁ ସବୁବେଳେ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରଖିବାକୁ ସମସ୍ତ ଚେଷ୍ଟା କରିବାକୁ ପଡିବ। ଯଦି ଆପଣ ମଧ୍ୟ ଅନେକ ସମୟରେ ଏପରି ନକରାତ୍ମକ ଚିନ୍ତାଧାରା ମଧ୍ୟରେ ବୁଡିଯାଉଛନ୍ତି ତେବେ ନିଜ ମଧ୍ୟରେ କିଛି ଛୋଟ ଛୋଟ ପରିବର୍ତ୍ତନ କରନ୍ତୁ।

୧.ଅନ୍ୟମାନଙ୍କ ଆଗରେ ନିଜର ମନକଥା କୁହନ୍ତୁ: ଯେତେବେଳେ ଆପଣଙ୍କ ମନରେ କିଛିବି ନକରାତ୍ମକ ଚିନ୍ତାଧାରା ଆସିଥାଏ, ଏହାକୁ ସବୁବେଳେ ମନରୁ ଦୂରେଇବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ନିଜର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ ବା ପରିଜନଙ୍କ ସହିତ ଆଗରେ ମନ କଥାକୁ କହିଦିଅନ୍ତୁ। ଅନ୍ୟମାନଙ୍କ ଆଗରେ ନିଜର ସମସ୍ୟା ବିଷୟରେ ଆଲୋଚନା କରିବା ଦ୍ଵାରା ନକରାତ୍ମକ ଚିନ୍ତାଧାରା ଦୂର ହୋଇଯାଇଥାଏ।

୨.ନିଜକୁ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ: ନକରାତ୍ମକ ଚିନ୍ତାଧାରା ମନକୁ ବ୍ୟତିବ୍ୟସ୍ତ କରୁଥିଲେ ଲୋକମାନେ ଡରି ଯାଇଥାନ୍ତି। ଏପରି ପରିସ୍ଥିତିକୁ ଡରିନଯାଇ, ଏହାକୁ ସବୁବେଳେ ଅତିକ୍ରମ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ।

୩.ଅଧିକ ଭାବନ୍ତୁ ନାହିଁ: ଦୁନିଆରେ କିଛି ବି ଜିନିଷ ଚିରସ୍ଥାୟୀ ନୁହେଁ। ସମସ୍ୟା ଯେତେ ବଡ ଦେଖାଯାଉଥିଲେ ମଧ୍ୟ ତାହା ସମାଧାନ ହେବାର କିଛି ନ କିଛି ବାଟ ରହିଥାଏ। ତେଣୁ ଜୀବନରେ କିଛି ସମସ୍ୟା ଆସିଲେ ଏହା ବିଷୟରେ ଅଧିକ ଚିନ୍ତା କରି କରି ନିଜ ମନକୁ ଦୁର୍ବଳ କରନ୍ତୁ ନାହିଁ। କୌଣସି ସମସ୍ୟା ଉପରେ ଅଧିକ ଚିନ୍ତା କରିବା ଦ୍ଵାରା ମନ ମଧ୍ୟରେ ନକରାତ୍ମକ ଚିନ୍ତାଧାରା ଅଧିକ ବଢିଥାଏ ଓ ମାନସିକ ଦୁଃଶ୍ଚିନ୍ତା ବଢିଥାଏ।

୪.ଖରାପ ପରିସ୍ଥିତିରୁ କିଛି ଭଲ ଖୋଜିବାକୁ ଚେଷ୍ଟା କରନ୍ତୁ: ଆପଣଙ୍କ ପରିସ୍ଥିତି ଯେତେ ଖରାପ ଥାଉ ନା କାହିଁକି, ସବୁବେଳେ ଏହି ପରିସ୍ଥିତି ମଧ୍ୟରୁ କିଛି ଭଲ ଖୋଜିବାକୁ ଚେଷ୍ଟା କରନ୍ତୁ। ନିଜ ମନ ଭିତରେ ଏହି କଥା ଭାବିବା ଦ୍ଵାରା ନକରାତ୍ମକ ଚିନ୍ତାଧାରା ଆପଣଙ୍କ ଠାରୁ ଦୂରରେ ରହିଥାଏ।

୫.ନିଜ ସାମର୍ଥ୍ୟକୁ ଭୁଲନ୍ତୁ ନାହିଁ: ଖରାପ ସମୟରେ ସବୁବେଳେ ନିଜର ସାମର୍ଥ୍ୟକୁ ମନେ ରଖନ୍ତୁ। କୌଣସି ବ୍ୟକ୍ତି ସଂପୂର୍ଣ୍ଣ ଭାବରେ ଭଲ ହୋଇନଥାଏ। ସମସ୍ତଙ୍କ ମଧ୍ୟରେ କିଛି ଭଲ ଗୁଣ ସହିତ ଖରାପ ଗୁଣ ମଧ୍ୟ ରହିଥାଏ। ତେଣୁ ସବୁବେଳେ ନିଜ ଭଲ ଗୁଣକୁ ଚିହ୍ନନ୍ତୁ। ଏହା ଆପଣଙ୍କୁ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରହିବାକୁ ସାମର୍ଥ୍ୟ ଯୋଗାଇଥାଏ।

#lifestyle #positiveinspiration #overcomenegativethinking

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon