• padmabati kund

ସ୍ମାର୍ଟଫୋନ ସଫା କରିବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସାତ କଥା


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ମୁଖ୍ୟ ଅଂଶ ହୋଇଯାଇଛି। ସବୁବେଳେ ସବୁ ସମୟରେ ଲୋକମାନେ ଏହାକୁ ପାଖରେ ରଖିଥାନ୍ତି। ବହୁତ କମସମୟରରେ ଦେଖିବାକୁ ମିଳିଥାଏ ଯେ, କେହି ନିଜର ସ୍ମାର୍ଟଫୋନ ସାଙ୍ଗରେ ନନେଇ ବାହାରକୁ ଯାଇଥିବ। ଆମେମାନେ ନିଜର ସ୍ମାର୍ଟଫୋନକୁ ସୁରକ୍ଷିତ ଓ ନୂଆପରି ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାଉ। କିନ୍ତୁ ସବୁବେଳେ ବ୍ୟବହାର କରିବା ଦ୍ଵାରା ଫୋନରେ ଅନେକ ଦାଗ ଲାଗିଯାଇଥାଏ ଓ ଏହା ଦେଖିବାକୁ ବିଲକୁଲ ଭଲ ଲାଗିନଥାଏ।

ମୋବାଇଲ ଫୋନକୁ ସଫା କରିବା କିଛି କଠିନ କଥା ନୁହେଁ କିନ୍ତୁ ଏହାକୁ ସଫା କରିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ତେବେ ଜାଣିରଖନ୍ତୁ ନିଜ ସ୍ମାର୍ଟଫୋନକୁ ସଫା କରିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବାକୁ ପଡିବ।

୧. ସ୍ମାର୍ଟଫୋନକୁ ସଫା କରିବା ଆଗରୁ ଏହାକୁ ସବୁବେଳେ ସ୍ଵିଚଅଫ କରିଦିଅନ୍ତୁ ଓ ବ୍ୟାଟେରୀକୁ କାଢିଦିଅନ୍ତୁ। ଯଦି ବ୍ୟାଟେରୀ କାଢି ହେଉନଥାଏ ତେବେ ଏହାକୁ କେବଳ ସ୍ଵିଚଅଫ କରିଦିଅନ୍ତୁ। ସଫା କରିବା ସମୟରେ ସବୁବେଳେ ଫୋନକୁ କୌଣସି ଚେୟାର କିମ୍ବା ସୋଫା ଉପରେ ରଖି ସଫା କରନ୍ତୁ। ସଫା କରିବାର ସମସ୍ତ ସାମଗ୍ରୀ ନିଜ ପାଖରେ ରଖନ୍ତୁ।

୨. ଯଦି ଫୋନ ଉପରେ କିଛି କଭର ବା ପ୍ରୋଟେକ୍ଟିଭ କେସ ଲାଗିଥାଏ ତେବେ ଏହାକୁ ହଟାଇ ଦିଅନ୍ତୁ। ମୋବାଇଲର ସ୍କ୍ରିନକୁ ଏକ ସୂତା କପଡା ସାହାଯ୍ୟରେ ଧୀରେ ଧୀରେ ସଫା କରନ୍ତୁ। ସ୍କ୍ରିନ ଉପରେ ଅଧିକ ଚାପ ପକାନ୍ତୁ ନାହିଁ।

୩. ଫୋନକୁ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା ତରଳ ପଦାର୍ଥକୁ ପ୍ରଥମେ ଏକ କପଡା ଉପରେ ପକାନ୍ତୁ, ଏହାପରେ ଏହି କପଡା ସାହାଯ୍ୟରେ ମୋବାଇଲକୁ ସଫା କରନ୍ତୁ। ସିଧାସଳଖ ଭାବରେ ଏହି ତରଳ ପଦାର୍ଥକୁ ମୋବାଇଲରେ ବ୍ୟବହାର କରନ୍ତୁ ନାହିଁ। ଛୋଟ ଛୋଟ କଣା ମଧ୍ୟରେ ରହିଥିବା ଧୁଳିକୁ ହଟାଇବା ପାଇଁ ନରମ ବ୍ରଶର ବ୍ୟବହାର କରନ୍ତୁ।

୪. ମୋବାଇଲର ପଛ ପାଖକୁ ସଫା କରିବା ପାଇଁ ଏକ ହଲକା ଓଦା କପଡାର ବ୍ୟବହାର କରନ୍ତୁ। ଚାର୍ଜିଙ୍ଗ ପୋର୍ଟ, ସ୍ପିକର ଓ ଅଡିଓ ପୋର୍ଟକୁ ସଫା କରିବା ପାଇଁ ସେହି ସ୍ଥାନକୁ ମୁହଁରେ ଫୁଙ୍କନ୍ତୁ।

୫. ମୋବାଇଲର କ୍ୟାମେରାକୁ ସଫା କରିବା ପାଇଁ ହଲକା ଓଦା କପଡାର ବ୍ୟବହାର କରନ୍ତୁ। ଓଦା କପଡାରେ ପୋଛିବା ପରେ ସଙ୍ଗେ ସଙ୍ଗେ ଶୁଖିଲା କପଡାରେ ପୋଛନ୍ତୁ। ଭଲ ଭାବରରେ ସଫା କରିବା ପରେ ମୋବାଇଲର ସ୍ଵିଚଅନ କରନ୍ତୁ।

୬. ଛିଡା ହୋଇ ମୋବାଇଲକୁ ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ, ଏହି ସମୟରେ ହାତରୁ ସ୍ଲିପ ହୋଇ ପଡିଯିବାର ସମ୍ଭାବନା ରହିଥାଏ। ତେଣୁ କୌଣସି ସ୍ଥାନରେ ବସି ଏହାକୁ ସଫା କରନ୍ତୁ। ମୋବାଇଲକୁ ସଫା କରିବା ପାଇଁ କୌଣସି ଧାରୁଆ ବା ମୁନିଆ ଜିନିଷର ବ୍ୟବହାର କରନ୍ତୁ ନାହିଁ।

୭.ଏହାବ୍ୟତୀତ ନିଜେ ନିଜେ କୌଣସି କେମିକାଲ ପ୍ରସ୍ତୁତ କରି ଏହାକୁ ସଫା କରନ୍ତୁ ନାହିଁ। ବଜାରରେ ଉପଲବ୍ଧ ତରଳ ପଦାର୍ଥକୁ ବ୍ୟବହାର କରନ୍ତୁ।

#mobile #smartphonewashtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon