- padmabati kund
ଜସଲିନଙ୍କ ସହ ସମ୍ପର୍କକୁ ବିଗବସରେ ଅସ୍ଵୀକାର କଲେ ଅନୁପ ଜଲୋଟା

(ବେତାର ବ୍ୟୁରୋ) ବିବାଦୀୟ ଟିଭି ରିଆଲିଟି ଶୋ’ ବିଗବସ-12 ଆରମ୍ଭରେ ପ୍ରତିଯୋଗୀ ଭାବରେ ଆସିଥିବା ଭଜନ ସମ୍ରାଟ ଅନୁପ ଜଲୋଟା ଓ ଜସଲିନ ମଥାରୁ ଖୁବ ଚର୍ଚ୍ଚାରେ ରହିଆସିଛନ୍ତି। ଉଭୟଙ୍କ ମଧ୍ୟରେ ତିନି ବର୍ଷର ପ୍ରେମ ସମ୍ପର୍କ ଅଛି ବୋଲି କହି ଦୁହେଁ ଘର ଭିତରକୁ ପ୍ରବେଶ କରିଥିଲେ। ବିଗବସ ଘରୁ ବାହାରିବା ପରେ ଅନୁପ ଏହି କଥାରୁ ଓହରି ଯାଇଥିଲେ। ନଭେମ୍ବର 17 ତାରିଖରେ ବିଗବସର ‘ୱିକେଣ୍ଡ କା ବାର’ରେ ଅନୁପ ଓ ଜସଲିନଙ୍କୁ ପୁଣି ଏକାଠି ବିଗ ବସଘରେ ଦେଖିବାକୁ ମିଳିବ।
ବିଗବସ ତରଫରୁ ‘ୱିକେଣ୍ଡ କା ବାର’ର ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନୁପ ଜଲୋଟା ବିଗବସର ଆଉଟହାଉସରେ ବସିଛନ୍ତି। ଜସଲିନ ତାଙ୍କ ଦେଖି ଖୁବ ଉତ୍ସାହର ସହ ଆଲିଙ୍ଗନ କରିଛନ୍ତି। ସଲମାନ ଖାନ, ଜସଲିନ ଓ ଅନୁପଙ୍କ ତିନି ବର୍ଷର ପ୍ରେମ ସମ୍ପର୍କର କଥା ପଚାରିଛନ୍ତି। ଏହାର ଉତ୍ତର ଦେଇ ଅନୁପ କହିଛନ୍ତି ଯେ, ତାଙ୍କ ମନରେ ଜସଲିନଙ୍କ ପାଇଁ କିଛି ରୋମାଣ୍ଟିକ ଭାବନା ନାହିଁ।
ଅନୁପଙ୍କ ମୁହଁରୁ ଏପରି କଥା ଶୁଣିବା ପରେ, ଜସଲିନ କହିଛନ୍ତି, “ତାଙ୍କୁ ହୁଏତ କିଛି ଦ୍ଵନ୍ଦ ହୋଇଥିଲା।“ ବିଗବସ ଘର ମଧ୍ୟକୁ ପ୍ରବେଶ କରିବା ସମୟରେ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଅଛି ବୋଲି କହି ଦୁହେଁ ଘର ମଧ୍ୟକୁ ପ୍ରବେଶ କରିଥିଲେ। ବିଗବସ ଘର ମଧ୍ୟରେ ଜସଲିନ ଅନୁପଙ୍କୁ ସମସ୍ତଙ୍କ ସାମ୍ନାରେ କିସ କରିଥିଲେ ଓ ଉଭୟ ଏକ ଡେଟରେ ମଧ୍ୟ ଯାଇଥିଲେ।
ତେବେ ଘରୁ ବାହାରକୁ ଆସିବା ପରେ, ଜସଲିନଙ୍କ ସହ କୌଣସି ପ୍ରେମ ସମ୍ପର୍କ ନାହିଁ ବୋଲି ଅନୁପ ଗଣମାଧ୍ୟମ ଆଗରେ କହିଥିଲେ। ସେ ଜସଲିନଙ୍କ ଗୁରୁ ଅଟନ୍ତି ଓ ଉଭୟଙ୍କ ମଧ୍ୟରେ କେବଳ ଗୁରୁ ଶିଷ୍ୟର ସମ୍ପର୍କ ଅଛି ବୋଲି ସେ କହିଥିଲେ।
ବିଗବସକୁ ଯିବାରୁ ହୋଇଛି ଅନେକ କ୍ଷତି
ଅନୁପ ଜଲୋଟା ବିଗବଗରୁ ବାହାରିବା ପରେ କହିଥିଲେ ଯେ, ବିଗବସରେ ପ୍ରତିଯୋଗୀ ଭାବରେ ଯିବା ପରେ ତାଙ୍କର ଅନେକ ଆର୍ଥିକ କ୍ଷତି ହୋଇଛି। ବିଗବସରେ ଯେତିକି ଦିନ ରହିଛି ବହୁତ ଭଲ ଥିଲା, ମାତ୍ର ଅନେକ କନସର୍ଟ ମଧ୍ୟ ହୋଇପାରିନଥିଲା। ଏହାସହିତ ଜସଲିନଙ୍କ ସହ ଡେଟରେ ଯିବାକୁ ନେଇ ସେ କହିଥିଲେ ଯେ, “ମୁଁ ଜଣେ ଭଜନ ଗାୟକ, ଏହାମାନେ ନୁହେଁ ଯେ, ମୁଁ ହାତରେ କମଣ୍ଡଳୁ ଧରି ବୁଲିବି। ମୁଁ କୌଣସି ସନ୍ୟାସୀ ନୁହେଁ। ଜଣେ ସାଧାରଣ ମଣିଷ ଅଟେ ଓ ମୋର ମଧ୍ୟ ଜୀବନ ଅଛି। ମୁଁ ଜଣେ ଗାୟକ ଅଟେ।“
ବିଗବସ ଘରୁ ବାହାରିବେ ଶିବାଶିଷ
ଏହି ‘ୱିକେଣ୍ଡ କା ୱାର’ ଅଧ୍ୟାୟ ଦର୍ଶକଙ୍କ ପାଇଁ ରୋମାଞ୍ଚକର ହେବା ସହିତ ଆଶ୍ଚର୍ଯ୍ୟକର ମଧ୍ୟ ରହିବ। କଲର୍ସ ତରଫରୁ ଶେୟାର କରାଯାଇଥିବା ଏହି ପ୍ରୋମୋ ଭିଡିଓରେ, ସଲମାନ ଶିବାଶିଷଙ୍କୁ ଘରୁ ବାହାରି ଯିବାପାଇଁ କହୁଥିବାର ଦେଖିବାକୁ ମିଳିଛି। ଘର ମଧ୍ୟରେ ବିଗବସଙ୍କ ଆଦେଶ ପାଳନ ନକରିବାରୁ ତାଙ୍କୁ ଘରୁ ବାହାରି ଯିବା ପାଇଁ କୁହାଯାଇଛି।
ତେବେ ବିଗବସ ଘର ବାହାରେ ଶିବାଶିଷଙ୍କ ଫ୍ୟାନମାନେ ଏହି ନିଷ୍ପତ୍ତିକୁ ନେଇ ବହୁତ ନିରାଶ ହୋଇଛନ୍ତି। ସଲମାନଙ୍କ ଏହି ନିଷ୍ପତ୍ତିକୁ ଅନ୍ୟାୟ ବୋଲି କହିଛନ୍ତି ଓ ଟ୍ଵିଟରରେ #unfairevictionofshivashish ଟ୍ରେଣ୍ଡ କରିବାରେ ଲାଗିଛି। ବିଗବସର ଫ୍ୟାନ ମାନଙ୍କ ମତରେ ଏହା ପକ୍ଷପାତ ଅଟେ, ତେଣୁ ଶିବାଶିଷଙ୍କୁ ଘରୁ ବାହାର କରାଯିବା ଉଚିତ ନୁହେଁ।